Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଏଣିକି ଘରେ ଘରେ ଲାଗିବ ଜିପିଆରଏସ୍ ବ୍ୟବସ୍ଥା ଥିବା ସ୍ମାର୍ଟ ମିଟର; ବିଜୁଳି ଚୋରି ଓ ମିଟର ଟାମ୍ପରିଂ ରୋକିବାକୁ ପ୍ରୟାସ…

19/08/2019 at 7:03 PM

ଭୁବନେଶ୍ବର୧୯|୮: ଏଣିକି ଘରେ ଘରେ ଲାଗିବ ସ୍ମାର୍ଟ ମିଟର । ବିଜୁଳି ଚୋରି ରୋକିବାକୁ ନୂଆ ମିଟର ବ୍ୟବସ୍ଥା କରିବ ଶକ୍ତି ବିଭାଗ । ନିଷ୍ପତ୍ତି ହୋଇଛି ଦୁଇ ପ୍ରକାର ମିଟର ବ୍ୟବସ୍ଥା ଲାଗୁ କରିବାକୁ । ଗୋଟିଏ ପ୍ରିପେଡ୍ ସ୍ମାର୍ଟ ମିଟର ବ୍ୟବସ୍ଥା ଓ ଅନ୍ୟଟି ସ୍ମାର୍ଟ ମିଟର ବ୍ୟବସ୍ଥା । ଦୁଇଟି ଯାକ ବ୍ୟବସ୍ଥାରେ ବିଜୁଳି ଚୋରି ଓ ମିଟର ଟାମ୍ପରିଂ ରୋକିବାକୁ ବ୍ୟବସ୍ଥା ଅଛି ।

ଏହା ସହିତ ଜିପିଆରଏସ୍ ବ୍ୟବସ୍ଥା ବି ଏଥିରେ ରହିଛି । ଫଳରେ କେଉଁଠି ମିଟର ଖରାପ ହେଲା କିମ୍ବା ଟାମ୍ପରିଂ ହେଲା ତାହା ଧରିହେବ । ସେହିଭଳି ମୋବାଇଲ ରିଚାର୍ଜ କରିବା ଭଳି ବିଜୁଳି ପାଇଁ ପ୍ରିପେଡ୍‌ ରିଚାର୍ଜ କଲେ ପଇସା ସରିବା ପରେ ଆପେଆପେ ଘରୁ ଲାଇନ୍ କଟିଯିବ । ରିଚାର୍ଜ କଲେ ପୁଣି ଲାଇନ ଆସିବ ।

ଏହି ବ୍ୟବସ୍ଥାରେ ଉପୋଭକ୍ତାଙ୍କୁ ସେବା ଯୋଗାଇବାକୁ କଷ୍ଟମର କେୟାର ସେଣ୍ଟର, ଟୋଲ ଫି ନମ୍ବର , ରିମୋଟ ମାଧ୍ୟମରେ ଡିସ-କନେକସନ ଓ ରି-କନେକସନ ଭଳି ସୁଯୋଗ ଅଛି । ବିଜୁଳି ସରବରାହ ବ୍ୟବସ୍ଥାରେ ସଂସ୍କାର ପାଇଁ ବିଦ୍ୟୁତ ବିଭାଗ ଏଭଳି ନିଷ୍ପତ୍ତି ହୋଇଛି । ସେପଟେ ସମ୍ବଲପୁରରେ ଏଭଳି  ପ୍ରିପେଡ୍‌ ବିଦ୍ୟୁତ ମିଟର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଗତ ୪ ବର୍ଷ ଧରି କାମ କରୁଛି । ଏହି ମିଟର ଲଗାଇବା ଦ୍ବାରା ଗ୍ରାହକ ଓ ସରକାରଙ୍କୁ ସୁବିଧା ହେଉଥିବା କୁହାଯାଇଛି ।

ରାଜ୍ୟର ପାଖାପାଖି ୭୫ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ୨୫ ଲକ୍ଷ ଉପଭୋକ୍ତାଙ୍କୁ ଏହି ପ୍ରିପେଡ୍ ସ୍ମାର୍ଟ ମିଟର ଓ ସ୍ମାର୍ଟ ମିଟର ବ୍ୟବସ୍ଥାରେ ଯୋଡାଯିବ । ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ବେସିସ୍‌ରେ ସମ୍ବଲପୁରରେ ୪୫୦୦ଟି ପ୍ରିପେଡ୍ ସ୍ମାର୍ଟ ମିଟର ଓ ରାଉରକେଲାରେ ସ୍ମାର୍ଟ ମିଟର ବ୍ୟବସ୍ଥା ତୁରନ୍ତ ଆରମ୍ଭ କରିବାକୁ ଯାଉଛି ଶକ୍ତି ବିଭାଗ ।

 ତେବେ କାନକୁ ବେଶ୍ ସୁନ୍ଦର ଶୁଣାଯାଉଥିବା ଏହି ବ୍ୟବସ୍ଥା ଠିକ୍ ଭାବେ ଚାଲିବ କି ନା ସେନେଇ ସନ୍ଦେହ ପ୍ରକାଶ କରୁଛନ୍ତି ବିରୋଧୀ । । କାରଣ ବିଦ୍ୟୁତ ବଳକା ରାଜ୍ୟ ଓଡିଶାରେ ବିଜୁଳି ବିଭ୍ରାଟ କିଛି କମ୍ ନାହିଁ । କେତେବେଳେ ଘଣ୍ଟାଘଣ୍ଟା ବିଜୁଳି କାଟ ତ ଆଉ କେତେବେଳେ ଲୋ-ଭୋଲଟେଜ ଭଲି ସମସ୍ୟା ଭୋଗୁଛନ୍ତି ଗ୍ରାହକ ।ବହୁ ବଡବଡ କଂପାନୀ ବିଜୁଳି ଟିକସ ଫାଙ୍କି ସରକାରଙ୍କୁ କୋର୍ଟ କଚେରୀରେ ନାକେଦମ୍ କରୁଥିବା ଉଦାହରଣ ବି କମ୍ ନାହିଁ ।

୨୦୧୩ ରୁ ସ୍ମାର୍ଟ ମିଟର ଲାଗୁ ନିଷ୍ପତ୍ତି ହୋଇଛି । ହେଲେ ସରକାର ଏପର୍ଯ୍ୟନ୍ତ ଏହି ନିଷ୍ପତ୍ତି ଉପଭୋକ୍ତାଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ କରିପାରି ନାହାଁନ୍ତି  । ଗତ ବର୍ଷ ଡିସେମ୍ବର ମାସରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ୩ ବର୍ଷ ଭିତରେ ସାରା ଦେଶରେ ସ୍ମାର୍ଟ ମିଟର ଲାଗୁ କରିବାକୁ  । ୨୦୧୯ ଏପ୍ରିଲ୍‌ ପହିଲାରୁ ଏହା ଲାଗୁ କରିବାକୁ କୁହାଯାଇଥିଲା । ହେଲେ ଏବେ ଶକ୍ତି ବିଭାଗ ଏନେଇ  ଅଣ୍ଟା ଭିଡିଛି ।

   Related Posts