Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତରେ ତିଆରି ହେଲା ସ୍ମାର୍ଟ ଜ୍ୟାକେଟ୍ ଯାହା କରିବ କରୋନା ମୁକାବିଲା

18/08/2020 at 11:44 AM

ନୂଆଦିଲ୍ଲୀ ୧୮/୦୮ : କରୋନା ସଂକ୍ରମଣ ମାମଲାରେ ଭାରତ ଦୁନିଆର ତୃତୀୟ ସ୍ଥାନରେ ରହିଛି | ଋଷ କରୋନା ଭ୍ୟାକସିନ ବାହାର କରିଥିବା ଦାବି କରିଛି | ଋଷ ପରେ ଚୀନ ମଧ୍ୟ କରୋନା ଭ୍ୟାକସିନ ବାହାର କରିଥିବା ଦାବି କରୁଛି | କିନ୍ତୁ ପାରଦର୍ଶିତା ନଥିବାରୁ ଦେଶ ବର୍ତ୍ତମାନ ଋଷ କିମ୍ବା ଚୀନ ଠାରୁ ଟୀକା କିଣିବାକୁ ପ୍ରସ୍ତୁତ ନୁହେଁ | ସେଥିପାଇଁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନୂଆ ନୂଆ ତରିକା ଖୋଜଚାଲିଛି | ବିଶେଷଜ୍ଞ ଏକ ବିଶେଷ ପ୍ରକାର ଜ୍ୟାକେଟ ତିଆରି କରିଛନ୍ତି ଯେଉଁଥିରେ ଆଣ୍ଟି-ଭାଇରାଲ ଗୁଣ ଥିବା କୁହାଯାଉଛି | ଏହାସହ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଏଥିରେ ଅନ୍ୟ ସବୁ ଗୁଣ ମଧ୍ୟ ରହିଛି | ଆଣ୍ଟି-ଭାଇରାଲ ହୋଇଥିବାରୁ ଭାଇରସ ଏହା ପାଖକୁ ଆସିବନାହିଁ | ଏହା ସେମି-ଫ୍ଲେକ୍ସରେ ତିଆରି | ଏହା ଏହିଭଳି ଏକ ଫ୍ୟାବ୍ରିକ ଯେଉଁଥିରେ ଉଭୟ ପ୍ରାକୃତିକ ଏବଂ ସିନ୍ଥେଟିକ୍ ମ୍ୟାଟେରିଆଲ ରହିଛି | ଏହା ଲୁକ ଚମଡା ଭଳି | ଜ୍ୟାକେଟରେ Viroban-N9 SC 100 ନାମକ ପଦାର୍ଥର ସ୍ତର ରହିଛି | ଏହା ଆଣ୍ଟି-ଭାଇରାଲ ଓ ଆଣ୍ଟି-ବ୍ୟାକ୍ଟେରିଆଲ | ଏହା କେବଳ କରୋନା ଭାଇରସରୁ ନୁହେଁ ବରଂ ବର୍ଷା ଓ ସୀତା ଦିନେ ଅନ୍ୟ ସଂକ୍ରମଣରୁ ମଧ୍ୟ ରକ୍ଷା କରିବ |

ଏହିସବୁ ଗୁଣ ସହ ଜ୍ୟାକେଟର ଆଉ ଏକ ଖାସ ଗୁଣ ରହିଛି | ତାହା ହେଲା ଜ୍ୟାକେଟ ଲାଗିଥିଲା ସେନ୍ସର | ସାମାଜିକ ଦୂରତା ପାଇଁ ଜ୍ୟାକେଟରେ ଏକ ସେନ୍ସର ଲାଗିଛି | ଜ୍ୟାକେଟ ପିନ୍ଧିବା ପରେ ଯଦି ବ୍ୟକ୍ତି ଜଣକ ସାମାଜିକ ଦୂରତା ପାଳନ ନ କରନ୍ତି ତାହେଲେ ଏହା ଆଲର୍ଟ କରିବ | ତାଛଡା ଜ୍ୟାକେଟରେ ସାନିଟାଇଜେସନ ପକେଟ ମଧ୍ୟ ତିଆରି କରାଯାଇଛି | ପକେଟ ଯାହା ରଖିବେ ତାହା ସାନିଟାଇଜ ହେବ | ଆଉ ଏକ ଗୁରୁତ୍ୱପୂର୍ଣ କଥା ହେଲା ଜ୍ୟାକେଟ ସହ ଇନ୍ ବିଲ୍ଟ ମାସ୍କ ମଧ୍ୟ ରହିଛି |

ଏହି ବିଶେଷ ମାସ୍କ ଗୁଜରାଟରେ ପ୍ରସ୍ତୁତ କରାଯାଇଛି | ଅହମଦାବାଦ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ ର ପୂର୍ବତନ ପ୍ରଫେସର ସୋମେଶ ସିଂହ ଦାବି କରିଛନ୍ତି ଯେ ସେ ତିଆରି କରିଥିବା ଜ୍ୟାକେଟ ଶିଳ୍ପ ଏବଂ କୌଶଳର ଏକ ଉତ୍ତମ ମିଶ୍ରଣ | ଜ୍ୟାକେଟ ୪ଟି ଲେୟାରରେ ତିଆରି ହୋଇଛି | ଏଥିରେ ଗୁଜରାଟର ସୁତି କପଡାରେ ବ୍ଲାକ ପ୍ରିଣ୍ଟିଙ୍ଗ କୌଶଳର ମିଶ୍ରଣରେ ତିଆରି କରାଯାଇଛି |

ଜ୍ୟାକେଟ ତିଆରି କରିବାକୁ ୨ ମାସ ସମୟ ଲାଗିଥିଲା | ଏହାପରେ ପ୍ରୋଟୋଟାଇପ ପ୍ରସ୍ତୁତ ହୋଇଥିଲା | ବର୍ତ୍ତମାନ ISO ମଞ୍ଜୁରୀ ପାଇଁ ଅପେକ୍ଷା ରହିଛି | ସେପ୍ଟେମ୍ବର ସୁଦ୍ଧା ଏହି ଜ୍ୟାକେଟ ଅନଲାଇନରେ ଉପଲବ୍ଧ ହେବ ବୋଲି ଅନୁମାନ କରାଯାଉଛି | ଆରମ୍ଭରେ ଏହାର ଦାମ ୪ ହଜାର ୯୯୯ ଟଙ୍କା ହେବ | ଚାହିଦା ବଢିବା ପରେ ଦାମ କମିପାରେ |

ପ୍ରଫେସର ସିଂହ ଦି ହିନ୍ଦୁ ସହିତ ଏକ ସାକ୍ଷାତକାରରେ କହିଛନ୍ତି ଯେ କିଭଳି ତାଙ୍କୁ ଜ୍ୟାକେଟ ତିଆରି ପାଇଁ ଆଇଡ଼ିଆ ମିଳିଥିଲା | ଲକଡାଉନ ପରେ ଘରୁ ବାହାରକୁ ବାହାରିବା ପରେ ତାଙ୍କୁ ଏମିତି ଅନେକ ପରିସ୍ଥିତି ସାମ୍ନା କରିବାକୁ ପଡିଥିଲା ଯାହା ସଂକ୍ରମଣ ପ୍ରତି ବିପଦ ସୃଷ୍ଟି କରିଥିଲା | ଏହାପରେ ପ୍ରଫେସର ସ୍ମାର୍ଟ କ୍ଲାଦିଙ୍ଗ ବିଷୟରେ ପଢିବା ଆରମ୍ଭ କରିଥିଲେ | ଏହାପରେ ସେ ଜ୍ୟାକେଟ ତିଆରି କରିବ ପାଇଁ ମନସ୍ଥ କଲେ | ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଜ୍ୟାକେଟ କରୋନାର ଚିକିତ୍ସା ନୁହେଁ କିନ୍ତୁ ଏହାକୁ ସାର୍ବଜନିକ ସ୍ଥାନରେ ବ୍ୟବହାର କରି ସଂକ୍ରମଣ ରୋକା ଯାଇପାରିବ |

ଦେଖିବାକୁ ଏହା ସାଧାରଣ ଜ୍ୟାକେଟ ଭଳି କିନ୍ତୁ ଏହା ଭିତରେ ଅନେକ ଫିଚର ରହିଛି | କାନ୍ଧ ଓ ପିଠିରେ ସେନ୍ସର ରହିଛି | ସାମ୍ନାରେ ଡିଜିଟାଲ ଥର୍ମୋମିଟର ରହିଛି | ଏହାକୁ ଛୁଇଁଲେ ଶରୀରର ତାପମତ୍ରା ଜଣାପଡିବା | ଜ୍ୟାକେଟରେ ବଡ ବଡ ପକେଟ ଅଛି | ପକେଟରେ ଟଙ୍କା, କାର୍ଡ, ଗାଡି ଚାବି ଆଦି ରଖିଲେ ୟୁଭି ଲାଇଟ ଜରିଆରେ ଏହା ସବୁକୁ ସାନିଟାଇଜ କରିଥାଏ | ୟୁଭି ଲାଇଟ ଅନ କରିବାକୁ ମେଟାଲ ବୋତାମ ରହିଛି | ଏହାକୁ ସାଧାରଣ ଡ୍ରେସ ଭଳି ଯତ୍ନ ନେବାକୁ ହେବ | ପିନ୍ଧିବାର ୧୪ ଦିନରେ ଏହାକୁ ଡ୍ରାଏ ୱାସ କରିବାକୁ ହେବ | ସଫା କରିବ ପୂର୍ବରୁ ଏହାର ବ୍ୟାଟେରୀ କାଢ଼ିବାକୁ ହେବ |

   Related Posts