Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆଇଟିଇଆରରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍-୨୦୧୯ ଉଦ୍‌ଘାଟିତ, ୩୬ଟି ଟିମର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

3/03/2019 at 5:22 PM

ଭୁବନେଶ୍ବର ୩|୩ : ଆଇଟିଇଆରରେ ଉଦଘାଟିତ ହୋଇଛି ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୧୯ । ୩୬ଟି  ଟିମର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିବା ବେଳେ, କୃଷି, ସ୍ବାସ୍ଥ୍ୟ ଓ  ସ୍ମାର୍ଟ ଭେଇକିଲ ସାହାଯ୍ୟରେ ସମାଜରେ କେମିତି ଉନ୍ନତି କରିହେବ ସେନେଇ ଆଲୋଚନା ହୋଇଛି । ୩୬ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ନନଷ୍ଟପ ଚାଲିବ ।

ଉଦଘାଟିତ ହୋଇଛି ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୧୯ । ଆଇଟିଇଆର ପରିସରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଶିକ୍ଷା ଓ ଅନୁସନ୍ଧାନ ଡ଼ିମ ଟୁ ବି ୟୁନିଭରସିଟିର କୂଳପତି ପ୍ରଫେସର ଅମିତ ବାନାର୍ଜି ଶୁଭାରମ୍ଭ କରିଛନ୍ତି । ସରାଦେଶରେ ୪୮ଟି ସେଣ୍ଟର ହେଇଥିବା ବେଳେ ପ୍ରାୟ ୧୧ହଜାର ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ତେବେ ସୋଆ ସେଣ୍ଟରରେ ୩୬ଟି  ଟିମର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି । ପ୍ରତି ଟିମ୍ ରେ ୬ଜଣ ପ୍ରତିଯୋଗୀଙ୍କ ସହିତ ୨ ଜଣ ମେଣ୍ଟର ରହିଛନ୍ତି । ସ୍ମାର୍ଟ ଇଣ୍ଡିଆ ହାକାଥନ୍ ନନଷ୍ଟପ ୩୬ଘଣ୍ଟା ଧରି ଚାଲିବ। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ।

ଜେଇସିଆରସି ୟୁନିଭରସିଟି, ଜୟପୁରରେ କେନ୍ଦ୍ର ମାନସମ୍ବଳବ ବିକାଶ ମନ୍ତ୍ରୀ ପ୍ରକାଶଜାଭେଦକର ଭିଡ଼ିଓ କନଫରେନସ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିବା ସହ  ଦେଶର ପ୍ରଗତିରେ କିପରି ଚିନ୍ତାଧାରକୁ ବନିଯୋଗ କରିହେବ ସେନେଇ ପରାମର୍ଶ ଦେଇଥିଲେ । ବିଶେଷ କରି କୃଷି, ସ୍ବାସ୍ଥ୍ୟ, ସ୍ମାର୍ଟ ଭେଇକିଲ୍ ବ୍ୟବହାର କରି ସମାଜର କେମିତି ଉନ୍ନତି ସାଧନ କରିହେବ ସେନେଇ ହିଁ କାର୍ଯ୍ୟକ୍ରମରେ ଆଲୋଚନା ହୋଇଛି ।

ଏଭଳି କାର୍ଯ୍ୟକ୍ରମ କେବଳ ଯେ ସମସ୍ୟାର ସମାଧନ କରେ ତାହା ନୁହେଁ, ବରଂ ରାଜ୍ୟ ରାଜ୍ୟ ଭିତରେ କଳା ସଂସ୍କତିର ଆଦାନପ୍ରଦାନ କ୍ଷେତ୍ରରେ ମଧ୍ୟ ବେଶ ସହାୟକ ହୁଏ ।

   Related Posts