ରାଜଧାନୀ ରେଳ ଷ୍ଟେସନରେ ଲାଗିବ ସ୍ମାର୍ଟ ଡଷ୍ଟବିନ: ଅଳିଆ ଭର୍ତ୍ତି ହେଲେ ଷ୍ଟେସନ ମାଷ୍ଟରଙ୍କ ଫୋନକୁ ଯିବ ମେସେଜ, ଚାଲିଛି ଟ୍ରାଏଲ୍

Published By : Prameya-News7 Bureau | June 07, 2021 IST

ନୂଆଦିଲ୍ଲୀ ୦୭/୦୬ : ଦିଲ୍ଲୀ ସରକାର ରେଳଷ୍ଟେସନକୁ ସଫା ସୁତୁରା ରଖିବାକୁ ଷ୍ଟେସନରେ ସ୍ୱଚାଳିତ ଡଷ୍ଟବିନ ଲଗାଇବାକୁ ଯୋଜନା କରୁଛନ୍ତି । ଏହି ଯୋଜନା ଅନୁଯାୟୀ,ଡଷ୍ଟବିନରେ ୭୫ ପ୍ରତିଶତ ଅଳିଆ ଭର୍ତ୍ତି ହୋଇଗଲେ ଖାଲି କରିବାକୁ ଷ୍ଟେସନ ମାଷ୍ଟରଙ୍କ ମୋବାଇଲକୁ ମେସେଜ ଆସିବ । ଏହାଦ୍ୱାରା ସମୟ ମଧ୍ୟ ସଂଚୟ ହେବ ଏବଂ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିବନି । ନୂଆଦିଲ୍ଲୀ ରେଳଷ୍ଟେସନରେ ଏହାର ପରୀକ୍ଷଣ ଚାଲିଛି । ସୂଚନା ଅନୁଯାୟୀ, ନୂଆଦିଲ୍ଲୀ ୧ ନମ୍ବର ପ୍ଲାଟଫର୍ମରେ ସ୍ୱଚାଳିତ ଡଷ୍ଟବିନା ଲଗାଯାଇଛି । ଏହା ଦେଖିବାକୁ ପୁରୁଣା ଚିଠି ବାକ୍ସ ଭଳି ।

ଏହି ସ୍ୱଚାଳିତ ଡଷ୍ଟବିନାରେ ଅଳିଆ ଫୋପାଡିବାକୁ ହାତ ଆଗକୁ ବଢାଇଲେ ଏହାର ଢାଙ୍କୁଣୀ ଆପେ ଆପେ ଖୋଲିଯାଏ ଓ ଅଳିଆ ପକେଇ ସରିବା ପରେ ବନ୍ଦ ହୋଇଯାଏ । ତେବେ ଏହି ଡଷ୍ଟବିନର ଏକ ଖାସ କଥା ହେଲା ଏଥିରୁ ଅନ୍ୟ ଡଷ୍ଟବିନ ଭଳି ଦୁର୍ଗନ୍ଧ ବାହାରେ ନାହିଁ । ଏଥିରେ ଅଳିଆ ପକାଇବା ଓ ବାହାର କରିବା ବି ସହଜ । ଏଥିରେ ଅଳିଆ ବାହାରେ ମଧ୍ୟ ପଡ଼ିନଥାଏ । ଓଦା ଓ ଶୁଖିଲା ଅଳିଆ ପକାଇବା ପାଇଁ ଅଲଗା ଅଲଗା ବ୍ୟବସ୍ଥା ରହିଛି । ରେଲୱେ ଅଧିକାରୀ କହିଛନ୍ତି ଯେ ଏହି ସ୍ୱଚାଳିତ ଡଷ୍ଟବିନରେ ପାଖାପାଖି ୧୨୦୦ କିଲୋ ଅଳିଆ ଜାଗା ହେବ ।

ସ୍ୱଚାଳିତ ଦଶରବିନ ବ୍ୟବହାର କରିବା ବହୁତ ସହଜ । ଅଳିଆ ପକାଇବାକୁ ଏହାକୁ ଖୋଲିବା କିମ୍ବା ବନ୍ଦ କରିବା ଆବଶ୍ୟକ ନାହିଁ । ଏହା ଆପେ ଆପେ ଖୋଲେ ଓ ବନ୍ଦ ହୁଏ । ସାଧାରଣ ଡଷ୍ଟବିନା ଅପେକ୍ଷା ଏଥିରେ ଅଧିକ ଅଳିଆ ଜାଗା ହୁଏ । ସାଧାରଣ ଡଷ୍ଟବିନକୁ ଦିନକୁ ୩-୪ ଥର ଖାଲି କରିବାକୁ ପଡିଥାଏ । କିନ୍ତୁ ଏହାକୁ ଦିନକୁ ବାରମ୍ବାର ଖାଲି କରିବାକୁ ପଡ଼ିବନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.