କଛପ ଗତିରେ ଚାଲିଛି ସ୍ମାର୍ଟ ସିଟି ପ୍ରକଳ୍ପ କାମ : ଜବରଦଖଲକାରୀଙ୍କୁ ଦୋଷ ଦେଉଛି ବିଏମସି

Published By : Prameya-News7 Bureau | July 31, 2019 IST

ଭୁବନେଶ୍ବର  ୩୧/୭: ସ୍ମାର୍ଟ ସିଟି ମାନ୍ୟତା ପାଇଥିବା ଭୁବନେଶ୍ବର କେବେ ହେବ ସ୍ବାର୍ଟ ? ଜନପଥ  ସ୍ମାର୍ଟ ଜନପଥ ହେବ କେବେ ?  ଦିନ ପରେ ଦିନ ଗଡି ଚାଲିଛି । ମାତ୍ର କାର୍ଯ୍ୟ ଆଗକୁ ବଢୁନି । ସେପଟେ ବିଏମ୍ସି କହୁଛି, ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି ଜନପଥ । ସ୍ମାର୍ଟ ଜନପଥର ନିର୍ମାଣ ପାଇଁ ଆହୁରି ୮ ମାସ ଲାଗିବ।

{"id":139361}

ଭୁବନେଶ୍ବର ସ୍ମାର୍ଟ ସିଟି ମାନ୍ୟତା ପାଇବା ପରେ ଆଶା ଥିଲା ବଦଳିବ ରାଜଧାନୀର ରୂପରେଖ । ହେଲେ ଏହା ଏବେ ଯେମିତି କେବଳ ଘୋଷଣାରେ ସୀମିତ ।  ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ଦିନ ପରେ ଦିନ ଗଡି ଚାଲିଛି, ହେଲେ ସ୍ମାର୍ଟ ସିଟିର କାର୍ଯ୍ୟ ଆଗକୁ ବଢୁନି । ରାଜଧାନୀରେ ହାତ ଗଣତି କିଛି ପ୍ରକଳ୍ପକୁ ଛାଡିଦେଲେ ସବୁ କାମ କେବଳ ଘୋଷଣାରେ ଅଟକିଛି । ଏକଥା ଆମେ ଏଥିପାଇଁ କହୁଛୁ, କାହଁକିନା ସ୍ମାର୍ଟ ଜନପଥର ଭିତ୍ତିପ୍ରସ୍ତର ଦୁଇ ବର୍ଷ ତଳୁ ପଡି ସାରିଲାଣି । ହେଲେ କାମ କଚ୍ଛପ ଗତିରେ ଚାଲିଛି । ଦେଖନ୍ତୁ ଏହି ଭିଜୁଆଲକୁ,  ଇଏ ହେଉଛି ସ୍ମାର୍ଟ ଜନପଥର ଦୃଶ୍ୟ । ସବୁ କାମ ଅଧପନ୍ତରିଆ । ବାର୍ସିଲୋନା ସିଟି ମଡେଲ ଅନୁସାରେ ପ୍ରଥମେ ଶିଶୁ ଭବନ ଛକଠୁ ବାଣୀବିହାର ଛକ ପର୍ଯ୍ୟନ୍ତ ରାସ୍ତା ହେବ ସ୍ମାର୍ଟ ଜନପଥ । ଦୀର୍ଘ ୫ କିଲୋମିଟର ରାସ୍ତାର ଉଭୟ କଡକୁ ନୂଆ ରୂପ ଦିଆଯିବ । ସେହିପରି ମାଷ୍ଟର କ୍ୟାଣ୍ଟିନକୁ ବିଶ୍ବସ୍ତରୀୟ ରୂପ ଦିଅଯିବ । ସେଠାରେ ନିର୍ମାଣ ହେବ ମଲଟି ମଡେଲ ହବ୍ । ସତ୍ୟନଗର ହେବ ଏଜୁକେସନ ହବ୍ । ହେଲେ କାମ ଆଗେଇବାର ନାଁ ହିଁ ଧରୁନି ।

{"id":139362}

ତେବେ ଜବରଦଖଲକାରୀଙ୍କୁ ଦୋଷ ଦେଉଛି ବିଏମସି । କହିଛି ଜନପଥର ଅଧିକାଂଶ ଜାଗା ଜବରଦଖଲକାରୀଙ୍କ କବଜାରେ ରହିଛି । ଜବରଦଖଲ ଉଚ୍ଛେଦ ପରେ ସ୍ମାର୍ଟ ଜନପଥ କାର୍ଯ୍ୟକୁ ତ୍ବରାନ୍ନିତ କରାଯିବ । ଆଠ ମାସ ଭିତରେ ଜନପଥରେ ସ୍ମାର୍ଟ ପ୍ରକଳ୍ପ କାର୍ଯ୍ୟକୁ ଶେଷ କରାଯିବ ବୋଲି ବିଏମସିର ଅତିରିକ୍ତ କମିଶନର କହିଛନ୍ତି ।

{"id":139363}

କଛପ ଗତିରେ ଚାଲିଛି ସ୍ମାର୍ଟ ସିଟି ପ୍ରକଳ୍ପ କାମ । ଯାହା ବିଏମସି, ବିଡିଏ ଏବଂ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.