ରାଜଧାନୀର ରାଜରାସ୍ତାରେ ଖାଲ ଖମା- ବର୍ଷା ଦିନେ କୃତ୍ରିମ ପୁଷ୍କରିଣୀର ଭ୍ରମ

Published By : Prameya-News7 Bureau | September 04, 2019 IST

ଭୁବନେଶ୍ୱର ୪।୯- ରାଜଧାନୀ ଭୁବନେଶ୍ବରରେ ଯୁଆଡ଼େ ଦେଖିବ ସିଆଡେ ଖାଲଖମା । ବର୍ଷା ପୂର୍ବରୁ ଯେଉଁଠି ଯାହା  କିଛି ଖାଲ ଥିଲା କିନ୍ତୁ ଏବେ ପାଣି ଭର୍ତ୍ତୀ ହେଇ ଅବସ୍ଥା ଆହୁରି  ଖରାପ । ବର୍ଷା ପାଣିରେ ସେହି ଖାଲ ସବୁ ମରଣାଯନ୍ତା ପାଲଟିଛି । ଗେ।ଟିଏ ପଟେ ଟ୍ରାଫିକ୍ ନିୟମ ଭଙ୍ଗ କଲେ କଡ଼ା ଫାଇନ୍ ଲାଗୁଥିବା ବେଳେ ରାସ୍ତା ଅବସ୍ଥା ପାଇଁ ଅଘଟଣ ଘଟିଲେ ଦାୟୀ କିଏ ହେବେ ? ତେଣୁ ଲୋକଙ୍କ ଭିତରେ ଅସନ୍ତୋଷ ଓ ପ୍ରତିକ୍ରିୟା ଜୋର ।  

{"id":153200}

ସ୍ମାର୍ଟ ସିଟି ରାସ୍ତା ଏବେ ଟେନସନ । ଚକଚକିଆ ଭୁବନେଶ୍ବରର  ଅନେକ ରାସ୍ତା ଏବେ ଖାଲଖମା ରେ ଭର୍ତ୍ତୀ । ଚଳିତ ବର୍ଷା ଋତୁରେ ସହରାଞ୍ଚଳର ରାସ୍ତା ଗୁଡ଼ିକ ଆହୁରି ଶେଚନୀୟ ହେ।ଇ ପଡ଼ିଛି । ରାସ୍ତାର ହାଲତ ନେଇ ଲେ।କଙ୍କ ମତ ଜାଣିବାକୁ ଚାହିଁଲା ବେଳକୁ , ଲୋକେ ରାସ୍ତା କଥା ସହ ଟ୍ରାଫିକ୍ ପେ।ଲିସ୍ ଆଦାୟ କରୁଥିବା ଫାଇନ୍ କଥା ମଧ୍ୟ ଉଠାଇଛନ୍ତି । କାରଣ ରାସ୍ତା ଅବସ୍ଥା ପୁରା ବେହାଲ । ଶାସ୍ତ୍ରୀ ନଗର ଟ୍ରାଫିକ୍ ଛକ ଜେବ୍ରା କ୍ରସିଙ୍ଗ ପାଖରେ ଖାଲ । ଏହି ଖାଲ ହକି ବିଶ୍ବକପ୍ ପରଠୁ ସୃଷ୍ଟି ହେଲାଣି , କିନ୍ତୁ ମରା

{"id":153201}

ମତି ହେଉନି ।  ଲୋକଙ୍କ ପ୍ରଶ୍ନ ରାସ୍ତାରେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ଯଦି ଲୋକେ ତଣ୍ଡ ଗଣୁଛନ୍ତି. ତାହାଲେ ସେହି ରାସ୍ତାର ଦୂରାବସ୍ଥା ପାଇଁ  କାହିଁକି ଦାୟୀ ହେବେନି ସରକାର ? ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପଛ ପାଖ ରାସ୍ତା ଆଗରୁ ପୁରା ସୁନ୍ଦର ଥିବା ଏହି ରାସ୍ତାକୁ ଓଏଫସି ଭାରତୀ କଦର୍ଯ୍ୟ କରିଦେଇଛି । ଅଥଚ ମରାମତି ଲାଗି ତାକୁ ତାଗିଦ୍ କରାଯାଉନାହିଁ ।  ୧୫ ଟି ଯାଗାରେ ରାସ୍ତା କୁ ଦୁଇଭାଗ କରି କଟାଯାଇଛି । ବର୍ଷାରେ ବଡ ବଡ ଖାଲ ହେଲାଣି । କିନ୍ତୁ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ପଡୁନି ।  

{"id":153202}

 ରସୁଲଗଡ଼ ବ୍ରିଜ୍ ତଳେ ଦୁଇପଟେ ବଡ଼ବଡ଼ ଖାଲ ଜଳଜଳ ହେଇ ଦେଖାଯାଉଛି । ପାଦଚଲା ଲେ।କଙ୍କ ଠାରୁ ଆରମ୍ଭ କରି  ସାଇକଲ ଚାଳକ, ବାଇକ୍ ଆରେ।ହୀ, କାର, ବସ୍, ଟ୍ରକ୍ ଚାଳକଙ୍କୁ ସମସ୍ତେ ଏ ରାସ୍ତାରେ ନାକେଦମ ହେଉଛନ୍ତି । କିନ୍ତୁ ସମାଧାନ ନାହିଁ । ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହେବା ଦିନଠୁ  ଏଠାରେ ଜାତୀୟ ରାଜପଥ  କର୍ତ୍ତୁପକ୍ଷ ନୂଆ ରାସ୍ତା  ନାଁ ଧରୁନାଥିବା ଅଭିଯେ।ଗ ହେ।ଇ ଆସୁଛି । ନବୀନ ନିବାସ ରୁ ଏୟାର ପେ।ର୍ଟ ଭିତରେ ଶହେ ରୁ ଅଧିକ ଖାଲ । କିନ୍ତୁ  ପିଚୁ ପ୍ୟାଚ ଟିଏ  ପଡ଼ୁନି ।  ବାଣୀବିହାର ଅଣ୍ଡର ଗ୍ରାଉଣ୍ଡ । ଅରଣ୍ୟଭବନ ଆଡ଼ୁ ଆସୁଥିବା ସବୁ ନାଳନର୍ଦମା ପାଣି ଏଇଠି ଜମା ହେଉଛି । ରାସ୍ତା ସାରା ଖାଲ । କିନ୍ତୁ ମରାମତି ଚିନ୍ତା କାହାର ନାହିଁ ।

{"id":153203}

ସ୍ମାର୍ଟ ସିଟି ରାସ୍ତାର ଦୂରାବସ୍ଥା ନେଇ  ସହର  ବାସିନ୍ଦାଙ୍କ ମତ. ଆମେ ଯେପରି ଟ୍ରାଫିକ ନିୟମ ମାନିବାକୁ ବାଧ୍ୟ , ସରକାର ସେପରି ଭିତ୍ତିଭୂମି ସଜାଡିବା ସହ ଦୁର୍ଘଟଣା ରୋକିବାକୁ ରାସ୍ତା ମରାମତି କରିବା ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.