Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆଜିଠାରୁ ରାଜଧାନୀରେ ଗଡିବ ସ୍ମାର୍ଟ ଅଟୋ, ଅନଲାଇନ୍‌ରେ ହେବ ବୁକ୍

1/01/2020 at 7:38 AM

ଭୁବନେଶ୍ବର ୧।୧: ଆଜିଠାରୁ ରାଜଧାନୀରେ ଗଡିବ ସ୍ମାର୍ଟ ଅଟୋ । ଏଣିକି ଅଟୋ ଚାଳକ ୟୁନିଫର୍ମ ପିନ୍ଧିବା ସହ ବେକରେ ପରିଚୟ ପତ୍ର ପକାଇବା ବାଧ୍ୟତାମୂଳକ କରାଯାଇଛି । ୨ ତାରିଖରୁ ଅଟୋ ଚାଳକମାନଙ୍କ ପାଇଁ ଏଭଳି ବ୍ୟବସ୍ଥା ହେଉଛି ।

କେବଳ ଏତିକି ନୁହେଁ ଓଲା, ଉବେର ଭଳି ଅନଲାଇନରେ ବି ଅଟୋ ବୁକ୍ କରିପାରିବେ ରାଜଧାନୀବାସିନ୍ଦା । ସେଥିପାଇଁ ନିଖିଳ ଓଡିଶା ଅଟୋ ମହାସଂଘ ପକ୍ଷରୁ ଓଡିଆ ଭାଷାରେ ଏକ ଆପ୍ ର ଶୁଭାରମ୍ଭ କରାଯାଇଛି । ରାଜଧାନୀର ୪ ହଜାରରୁ ଅଧିକ ଅଟୋ ଚାଳକଙ୍କୁ ବୀମା ଅନ୍ତର୍ଭୁକ୍ତ କରାଯାଇଛି । ପରବର୍ତ୍ତୀ ସମୟରେ ରାଜ୍ୟର ସବୁ ଅଟୋ ଚାଳକଙ୍କୁ ଏହି ଯୋଜନାରେ ସାମିଲ କରାଯିବା ନେଇ ସୂଚନା ଦେଇଛନ୍ତି ନିଖିଳ ଓଡିଶା ମହାସଂଘ ସାଧାରଣ ସମ୍ପାଦକ ।  

   Related Posts