Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ନିଆରା ଦୁର୍ଗାପୂଜା: ଏକ ଇଞ୍ଚ ଦୁର୍ଗା ମୂର୍ତ୍ତି ସ୍ଥାପନ କରି ପୂଜା କଲେ ଭକ୍ତ

25/10/2020 at 6:52 PM

ବ୍ରହ୍ମପୁର ୨୫/୧୦ : ବ୍ରହ୍ମପୁରରେ କ୍ଷୁଦ୍ରତମ ଦୁର୍ଗାପୂଜା ଅନୁଷ୍ଠିତ । ଏକ ଇଞ୍ଚ ଦୁର୍ଗା ମୂର୍ତ୍ତି ସ୍ଥାପନ କରି ପୂଜା କରିଲେ ଭକ୍ତ, ଶ୍ରଦ୍ଧାଳୁ  କୋଭିଡ୍ ନିୟମ ଅନୁସାରେ କରିଲେ ପୂଜାର୍ଚ୍ଚନା ସମସ୍ତଙ୍କ ମଙ୍ଗଳ କାମନା କରି ମାଆଙ୍କ ନିକଟରେ ଭକ୍ତଙ୍କ ପ୍ରାର୍ଥନା ରେକର୍ଡ କରିବା ରହିଛି ଲକ୍ଷ୍ୟ

ଧରାପୃଷ୍ଠକୁ ମାଆ ଅବତରଣ କରିଛନ୍ତି। ପାପକୁ ସମୂଲେ ବିନାଶ କରିବାକୁ ମାଆ ଆବିର୍ଭାବ ହୋଇଛନ୍ତି। ମାାଙ୍କ ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ ହୋଇପଡିଛନ୍ତି। ହେଲେ କୋରନା କଟକଣା ଯୋଗୁଁ ସର୍ବସାଧାରଣରେ ମାଆଙ୍କ ପୂଜା ଅନୁଷ୍ଠିତ ହୋଇନାହିଁ। କିନ୍ତୁ ଘରେ ଘରେ ପୂଜାର୍ଚ୍ଚନା କରାଯାଇଛି। ଏସବୁ ଭିତରେ ଏକ ଇଞ୍ଚ ବିଶିଷ୍ଟ ଦୁର୍ଗାମୂର୍ତ୍ତି ସ୍ଥାପନ କରି କ୍ଷୁଦ୍ରତମ ପୂଜା ହେଉଥିବା ନ୍ୟୁଜ୍ ୭ କ୍ୟାମେରା ଲ୍ୟାନ୍ସ୍‌ରେ ପଡିଥିଲା। ଆସନ୍ତୁ ଦେଖିବା

ପୂଜା ପାଉଛନ୍ତି ମାଆ ଜଗତ୍‌ଜନନୀ। ଝଲସି ଉଠୁଛନ୍ତି ମାଆ। ହାତରେ ତ୍ରିଶୂଳ ସହ ଦଶଭୁଜା ଧରି ମାଆ ହୋଇଛନ୍ତି ବିରାଜମାନ। ସିଂହ ପିଠିରେ ମହିସାଷୁର ବର୍ଦ୍ଧନ। ପୁରା ଅବୟବ ସଂପୂର୍ଣ୍ଣ କ୍ଷୁଦ୍ରତମ ମୂର୍ତ୍ତି ଦେଖିବାକୁ ମିଳିଛି ବ୍ରହ୍ମପୁର ସାନ ରେଡ୍ଡିକା ସାହିରେ। ୧୮ ବର୍ଷୀୟ ବାଳକ ଦିଲ୍ଲୀପ ମହାରଣା ଏଭଳି କ୍ଷୁଦ୍ରତମ ଦୁର୍ଗା ମୂର୍ତ୍ତି ନିର୍ମାଣ କରି ମାଆଙ୍କୁ ଆଜି ପୂଜାର୍ଚ୍ଚନା କରିଛନ୍ତି। କୋଭିଡ୍ ନୀତି ନିୟମ ଅନୁସାରେ ପୂଜାର୍ଚ୍ଚନା କରି ସମସ୍ଥଙ୍କ ମଙ୍ଗଳ କାମନା କରିଛନ୍ତି ଦିଲ୍ଲୀପ। ଲକ୍ଷ୍ୟ ରହିଛି ରେକର୍ଡ ସ୍ଥାପନା କରିବା। ଇଣ୍ଡିଆ ବୁକ୍ସ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ଲକ୍ଷ୍ୟ ରଖିଥିବା କହିଛନ୍ତି ଦିଲ୍ଲିପ।

ପୂର୍ବରୁ ଆସାମ୍‌ର ସୁଜିତ୍ ଦାସ ନାମକ ଜଣେ ଯୁବକ ସାଢେ ତିନି ଇଞ୍ଚର ଦୁର୍ଗାଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିଥିବା ବେଳେ ଦିଲ୍ଲୀପ କିନ୍ତୁ ଏକ ଇଞ୍ଚର ମୂର୍ତ୍ତି ନିର୍ମାଣ କରିଥିବା କହିଛନ୍ତି। ସଂପୂର୍ଣ୍ଣ ମୂର୍ତ୍ତି କାଠ ସାମଗ୍ରୀରେ ନିର୍ମାଣ କରିଥିବା କହିଛନ୍ତି। ପୁରୋହିତ ପହଞ୍ଚି ନୀତି ନିୟମ ଅନୁସାରେ ପୂଜାର୍ଚ୍ଚନା କରିଛନ୍ତି। ଏମିତି କ୍ଷୁଦ୍ରତମ ମୂର୍ତ୍ତି କେବେ ଦେଖିନଥିବା ପୁରୋହିତ କହିଛନ୍ତି। ଏଭଳି କ୍ଷୁଦ୍ରତମ ମୂର୍ତ୍ତି ପୂଜାର୍ଚ୍ଚନା କରି ବହୁତ ଖୁସି ଲାଗୁଥିବା କହିଛନ୍ତି ପୁରୋହିତ।

ବ୍ରହ୍ମପୁର ସହରରେ ଚଳିତ ବର୍ଷ ସର୍ବସାଧାରଣରେ ପୂଜା ଅନୁଷ୍ଠିତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। କିନ୍ତୁ ଘରେ ପୂଜା କରିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛନ୍ତି। କୋଭିଡ୍ କଟକଣା ମଧ୍ୟରେ ପୂଜା କରିବାକୁ ପଡିଛି। ମାଆଙ୍କ ପୂଜା ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହୋଇଛି।

ଏସବୁ ଭିତରେ ବ୍ରହ୍ମପୁର ସାନ ରେଡ୍ଡିକା ସାହିରେ କ୍ଷୁଦ୍ରତମ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ଅବଗତ ହୋଇ ପୂଜା ଦେଖିବାକୁ ଆସିଥିଲି। ପୂଜା ଦେଖି ବହୁତ ଖୁସି ଲାଗୁଥିବା କହିଛନ୍ତି ସନ୍ନ୍ୟାସୀ ମହାରଣା ନାମକ ଜଣେ ଶ୍ରଦ୍ଧାଳୁ। ୧୮ ବର୍ଷୀୟ ଜଣେ ବାଳକ କ୍ଷୁଦ୍ରତମ ଦୁର୍ଗା ମୂର୍ତ୍ତି ନିର୍ମାଣ କରିବା ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ବୋଲି କହିଛନ୍ତି ଭକ୍ତ ଜଣକ।

   Related Posts