ଛାତ ଉପରେ ଖେଳୁଥିବା ବେଳେ ଦୁଇ କାନ୍ଥ ସନ୍ଧିରେ ଖସିପଡ଼ିଲା ଶିଶୁ କନ୍ୟା, କାନ୍ଥ କଟାଯାଇ ହେଲା ଉଦ୍ଧାର

Published By : Prameya-News7 Bureau | October 30, 2021 IST

ଚୌଦ୍ୱାର, ୩୦/୧୦: ଛାତ ଉପରେ ଖେଳୁଥିବା ବେଳେ ଦୁଇ କାନ୍ଥ ସନ୍ଧିରେ ଖସିପଡ଼ିଲା ଶିଶୁ କନ୍ୟା। କାନ୍ଥ କାଟି ଶିଶୁକୁ ଉଦ୍ଧାର କରାଯାଇଛି। ଆଜି ଏପରି ଘଟଣା ଚୌଦ୍ୱାର ପୌରାଞ୍ଚଳ ତଳ ବଜାର ଅଞ୍ଚଳରେ ଘଟିଛି। ଉଦ୍ଧାର ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି। ଚୌଦ୍ୱାର ପୌରାଞ୍ଚଳ ତଳ ବଜାରରେ ବାସ କରୁଥିବା ଅମରେଶ ସାହୁଙ୍କ ଅଢ଼େଇ ବର୍ଷର ଝିଅ ସାଇପ୍ରିୟା ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଛାତ ଉପରେ ଖେଳୁଥିଲା। ଖେଳୁଥିବା ବେଳେ ହଠାତ୍ ଦୁଇ ଘର କାନ୍ଥ ସନ୍ଧି(୮ ଇଞ୍ଚ ଫାଙ୍କ)ରେ ଫସି ଯାଇଥିଲା।

wp:html https://www.youtube.com/watch?v=nZGQgeoDLlg /wp:html

ଦୁଇ କାନ୍ଥର ମଝିରେ ପାଖାପାଖି ୧୫ ଫୁଟ୍ ତଳେ ଫସି ଯାଇଥିଲା। ଝିଅର ଚିତ୍କାର ଶୁଣି ଧାଇଁ ଆସିଥିଲେ ତାଙ୍କ ମା। ସଙ୍ଗେ ସଙ୍ଗେ ବଡ଼ ପାଟିରେ ଆଖପାଖ ଲୋକଙ୍କୁ ଡାକି ପକାଇଥିଲେ। ଏହା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ।ଖବର ପାଇ ଚୌଦ୍ୱାର ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲା। ଡ୍ରିଲିଂ ମେସିନରେ କାନ୍ଥ ଭାଙ୍ଗି ଛୁଆକୁ ଉଦ୍ଧାର କରିଥିଲେ। ପରେ ଶିଶୁକୁ ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.