ନନ୍ଦିନୀକୁ ଭଗବାନ ସାହା: ଜନ୍ମ ହେବାର ୫ ଦିନ ପରେ ମାଆ, ୫ ବର୍ଷ ପରେ ବାପା, ଦୁହେଁ ଆରପାରିକୁ ଚାଲିଗଲେ, ଏବେ ସରକାରଙ୍କ ସହାୟତା ଅପେକ୍ଷାରେ କୁନି ଝିଅ

Published By : Prameya-News7 Bureau | June 24, 2020 IST

ମାଲକାନଗିରି୨୪/୬: ଆଜଣା ରୋଗରେ ଆକ୍ରାନ୍ତ ହୋଇ ଦୁଇଗୋଡ଼ ଅଚଳ ହୋଇଯାଇଥିବା ବାପା- ମାଆ ଛେଉଣ୍ଡ ୯ ବର୍ଷର ଜଣେ ଗରିବ ଆଦିବାସୀ ଝିଅର ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ସେ ବଞ୍ଚିବା ପାଇଁ ରାହା ଖୋଜୁଛି। ଏପରି ଏକ ହୃଦୟ ବିାଦରକ ଦୁଃଖଦ ଘଟଣା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ସଦର ବ୍ଲକସ୍ଥ ଚମ୍ପାଖାରୀ ଗ୍ରାମରେ ଦେଖିବାକୁ ମିଳିଛି। ସେହି ଗ୍ରାମର ଗୁଡୁହନ୍ତାଳ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ, ଘରରେ ପତ୍ନୀ ବାସନ୍ତି ଓ ଝିଅ ନନ୍ଦନୀ।

ଗୁଡୁ ଓ ତାଙ୍କ ସ୍ତ୍ରୀ  ପର ଘ​‌ରେ ମୂଲ ମଜୁରୀ ଲାଗି ନିଜ ପରିବାର ବହୁ କଷ୍ଟରେ ଚଳାଇଥାଆନ୍ତି। ଗୁଡୁଙ୍କ ପତ୍ନୀ ବାସନ୍ତି ଝିଅ ନନ୍ଦିନୀଙ୍କୁ ଜନ୍ମ ଦେଇ ୧୫ ଦିନ ମଧ୍ୟରେ ଆରପାରିକୁ ଚାଲିଗଲେ। ପୁଣି ବର୍ଷ ୫ ବର୍ଷରେ ଅଜଣାରେ ରୋଗରେ ସ୍ବାମୀ ଗୁଡୁଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସ୍ବାମୀ ଓ ସ୍ତ୍ରୀ ଉଭୟ ହାତ ଧରାଧରି ହୋଇ ଚାଲିଗଲେ। ରହିଗଲା ଏହି କୋମଳମତି ଝିଅ। ବାପା- ମାଆ ଛେଉଣ୍ଡ ହେବା ପରେ ଏବେ ବଡ଼ ବାପା ପୁଅ ଭାଇ ଡ଼ମ୍ଭରୁ ଓ ଭାଉଜ ଡ଼ମୁଣି ନିଜର ପିଲାଭାବି ତାକୁ କୋଳେଇ ନେଇଛନ୍ତି। ହେଲେ ଡମ୍ଭୁରୁ ଜଣେ ଦିନ ମଜୁରିଆ। ତେଣୁ ​‌ସେ ବା ଏତେ ଟଙ୍କା ଆଣିବେ ଯେ, ତାଙ୍କର ଚିକିତ୍ସା କରିବେ।  ପାଠ ପଢ଼ିବା ବୟସରେ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଛନ୍ତି ନନ୍ଦିନୀ। 

ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଲୋକ କଲ୍ୟାଣ  ଯୋଜନା  କରିଛନ୍ତି। କିନ୍ତୁ ଏହି ଗିରବ ପିଲା ନନ୍ଦିନୀଙ୍କୁ ସାହାଯ୍ୟ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।  ଏତେ ଛୋଟ ବୟସରେ ଜୀବନ ସହ ସଂଘର୍ଷ କରୁଛି ନନ୍ଦିନୀ। ସରକାରଙ୍କ ଯୋଜନା କାହା ପାଇଁ? ଯଦି ଗରିବ ପିଲାଙ୍କୁ ସରକାରଙ୍କ  ସହାୟତା ମିଳିବ ନାହିଁ। ତା ହେଲେ ରାଜ୍ୟ ଓ କେନ୍ଦ୍ର ସରକାର କାହିଁ ଯୋଜନା, ଯୋଜନା କହି ଡିଣ୍ଡିମ ପିଟୁଛନ୍ତି ବୋଲି ସ୍ଥାନୀୟ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.