ବୌଦ୍ଧ ,୨୧/୦୫ :ସାମାନ୍ୟ ବଚସାକୁ ନେଇ ସାନ ଭାଇର ତଣ୍ଟି କାଟିଲା ବଡ଼ଭାଇ।ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମରେ।
ସୂଚନା ଅନୁସାରେ, ବଡ଼ଭାଇ ଇଶ୍ୱର କଲତା ଏବଂ ସାନଭାଇ ସର୍ବେଶ୍ୱର କଲତାଙ୍କ( ଲଖ) ମଧ୍ୟରେ ଗୁରୁବାର ବିଳମ୍ୱିତ ରାତ୍ରିରେ ମଦପିଇ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡ ଉଗ୍ରରୂପ ନେଇଥିଲା । ଏଥିରେ ଉତ୍ୟକ୍ତ ହୋଇ ବଡ଼ଭାଇ ଏକ ଧାରୁଆ ଅସ୍ତ୍ରରେ ସାନଭାଇ ସର୍ବେଶ୍ୱର କଲତାଙ୍କୁ ଗଳାକାଟି ହତ୍ୟା କରିଥିବା ଜଣାପଡିଛି।
ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଅଭିଯୁକ୍ତ ବଡ଼ଭାଇକୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଥିବା ସୂଚନା ମିଳିଛି ।