ପାକ୍‌ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କୁ ଆଇନା ଦେଖାଇଲା ଛୋଟ ବାଳକ: କଡା ଜବାବ-ଯୁଦ୍ଧ ନୁହଁ ଏପରି କର…

Published By : Prameya-News7 Bureau | September 07, 2019 IST

ଇସଲାମାବାଦ - ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍‌ଙ୍କ ସହ ତାଙ୍କ ମନ୍ତ୍ରୀ ମଣ୍ଡଳର ଅନେକ ସଦସ୍ୟ ଏବେ ଭାରତକୁ ଯୁଦ୍ଧ ପାଇଁ ଆହ୍ୱାନ ଦେଉଛନ୍ତି । ସେମାନ ପରମାଣୁ ଯୁଦ୍ଧର ଧମକ ବି ଦେଇ ସାରିଲେଣି ।ମାତ୍ର ଏବେ ପାକିସ୍ତାନ ଅର୍ଥବସ୍ଥା ଅତି ଖରାପ । ଲୋକେ ଠିକ୍‌ ଭାବରେ ଖାଇବା ପାଇଁ ପାଉ ନାହାନ୍ତି । ପ୍ରତିଦିନ ଆବଶ୍ୟକ ହେଉଥିବା ଜିନିଷର ଦରଦାମ ବୃଦ୍ଧି ପାଇବାକୁ ଲାଗିଛି । ପାକିସ୍ତାନରେ ଏହାକୁ ନେଇ ବିରୋଧ ଆରମ୍ଭ ହେଲାଣି । ପେଟକୁ ରୁଟି ନଗଲେ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଲେଣି ।
ଏବେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ଆନ୍ତର୍ଜାତୀୟ ସ୍ତରରେ କିଛି ସାହାଯ୍ୟ ପାଇବ ବୋଲି ଆଶା କରିଥିଲା । ମାତ୍ର ଏବେ ସେତିକି ମିଳୁନି । ଆର୍ଥିକ ସହାୟତା ବି ବନ୍ଦ ହେଲାଣି । ଗରିବ ହୋଇଯାଇଥିବା ପାକିସ୍ତାନକୁ ଏବେ ଚୀନ୍‌ ଭରସା । ମାତ୍ର ଚୀନ୍‌ ସାହାଯ୍ୟ ଆଶାରେ କେବଳ ଋଣ ଦେଇ ଚାଲିଛି ।
ହେଲେ ପାକିସ୍ତାନର ଅନେକ ନେତା ମୁହଁ ଫୁଟାଣି ଛାଡି ନାହାନ୍ତି । କେବଳ ଯୁଦ୍ଧ ବ୍ୟତୀତ ଆଉ କିଛି ଦେଖାଯାଉ ନାହିଁ । ପାକ୍‌ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍ ଯୁଦ୍ଧ କଥା କହୁଥିବା ବେଳେ ତାଙ୍କରି ଦେଶର ଏକ ଛୋଟ ବାଳକ ତାଙ୍କୁ କଡା ଜବା ଦେଇଛି । ଯୁଦ୍ଧ ନୁହେଁ ନିଜ ଦେଶର ଆର୍ଥିକ ସ୍ଥିତି ସୁଦୃଢ କର ବୋଲି ପରାମର୍ଶ ଦେଇଛି । ଏବ କାଶ୍ମୀର -କାଶ୍ମୀର ହେଉଥିବା ପାକିସ୍ତାନରେ ବେଲୁଚିସ୍ତାନ, ସ୍ୱାଟ ଭଳି ଅନେକ ଆଞ୍ଚଳିକ ସମସ୍ୟା ରହିଛି । ମାତ୍ର କାଶ୍ମୀର ଦେଶର ଆର୍ଥିକ ଅବସ୍ଥା ପାଇଁ ସହାୟକ ନୁହେଁ । ଏବେ ସାଧାରଣ ଲୋକ ଖାଦ୍ୟ ପାଇବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ କର ଆପେ ଆପେ ଅନେକ ସମସ୍ୟା ସମାଧାନ ହୋଇ ଯିବ ବୋଲି କହିଛନ୍ତି ।
ଭାରତର ବିଶ୍ୱ ସମୁଦାୟ ଉପରେ ବହୁତ ବଡ ପ୍ରଭାବ ରହିଛି । ଏହା କେବଳ ଦେଶର ଅର୍ଥନୀତି ଯୋଗୁଁ ହୋଇ ପାରିଛି ବୋଲି ସେ କହିଛନ୍ତି । ପାକିସ୍ତାନର ଅବସ୍ଥା ଏପରି ହେଲେ ସେ କାଶ୍ମୀର ପ୍ରସଙ୍ଗରେ କିଛି କରିପାରିବନି ବୋଲି ସେ କହିଛନ୍ତି ।

ବିଶ୍ୱ ସମୁଦାୟ କେବେବି ଭାରତକୁ ଅଣଦେଖା କି ଅସନ୍ତୁଷ୍ଟ କରି ପାକିସ୍ତାନର ସହାୟତା କରିବ ନାହିଁ । ଏବେ ବୁଝିବାର ସମୟ ଅର୍ଥନୀତିକୁ ସୁଦୃଢ କର ବୋଲି ଏହି ଛୋଟ ବାଳକଟି ଏକ ସ୍ଥାନୀୟ ଟିଭି ଚ୍ୟାନେଲ୍‌ରେ ସାକ୍ଷାତକାରରେ କହିଛି । ସାମାଜିକ ଗଣମାଧ୍ୟମେ ବି ଏହା ଭାଇରାଲ୍‌ ହୋଇଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମାରାନ୍‌ ଖାନ୍‌ଙ୍କୁ ଏହା ଆଇନା ଦେଖାବାପରି ହୋଇଛି ।

wp:core-embed/twitter {"url":"https://twitter.com/Ahmed_WB/status/1167631330877878273","type":"rich","providerNameSlug":"twitter","className":""}
https://twitter.com/Ahmed_WB/status/1167631330877878273
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.