Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବସ୍ତି ବାସିନ୍ଦାଙ୍କୁ ବିସ୍ଥାପିତ କଲେ, ଠିକଣା ବଦଳିବା ପରେ ଭୁଲିଗଲେ: ପ୍ରଶାସନର ବିସ୍ଥାପନ ପ୍ୟାକେଜ୍ ଓ ନୀତି ନେଇ ଉଠିଲା ପ୍ରଶ୍ନ

7/12/2020 at 7:02 PM

ଭୁବନେଶ୍ୱର ୦୭/୧୨ : ବିକାଶ ନାଁରେ ଶହ ଶହ ଲୋକଙ୍କୁ ବିସ୍ଥାପିତ କରାଗଲା । ବିସ୍ଥାପିତଙ୍କୁ ଥଇଥାନ ପାଇଁ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କଲେ. ହେଲେ ସରକାରୀ ବାବୁମାନେ ସରକାରୀ ନିଷ୍ପତ୍ତିକୁ କାର୍ଯ୍ୟକାରି କରିବେ କଣ, ସମସ୍ତେ  ନିଜ ନିଜ ଦାୟିତ୍ବରୁ ଯେମିତି ଓହରାଗଲା ଭଳି ମନେ ହେଉଛି । କଟକ ଜଗତପୁର ଅଞ୍ଚଳରେ ଥଇଥାନ ହୋଇଥିବା ଶହ ଶହ ବସ୍ତି ବାସିନ୍ଦା ଏବେ ପ୍ରଶାସନିକ ଅବହେଳାର ଶୀକାର ହୋଇଛନ୍ତି । ଥଇଥାନ କେନ୍ଦ୍ରରେ ସେମାନଙ୍କୁ ମିଳୁନି ସର୍ବନିମ୍ନ ସୁବିଧା । ନାଁ ମିଳିଲା ବିଦ୍ୟୁତ ସେବା ନା ଅଛି ଶୌଚାଳୟ ।

ବିସ୍ଥାପିତ ମାନଙ୍କ ଘର ତିଆରି ପାଇଁ ରାଜ୍ୟ ସରକାର ଦେଇଥିବା ୫୦ ହଜାର ଟଙ୍କାର ସହୟତା ରାଶିକୁ ଏଭଳି ଢଙ୍ଗରେ ଖର୍ଚ୍ଚ କରୁଛନ୍ତି ବସ୍ତି ବାସିନ୍ଦା । ଏହି ବିସ୍ଥାପିତ ମାନେ ଏସ ସି ବି ମେଡିକାଲ ପରିସରରେ ଥିବା ସୁଇପର କଲୋନୀରେ ରହୁଥିଲେ । କିନ୍ତୁ ଏସ ସି ବି ସମ୍ପ୍ରସାରଣ ପ୍ରକଳ୍ପ ଲାଗି ଏମାନେ ବିସ୍ଥାପିତ ହେଲେ । ତେବେ ପ୍ରଥମ ପର୍ଯ୍ୟାୟରେ ବିସ୍ଥାପିତ ହୋଇଥିବା ବ୍ୟକ୍ତି ମାନଙ୍କୁ ଯେନତେନ ଭାବେ ଥଇଥାନ କରାଗଲା । ହେଲେ ଦ୍ବିତୀୟ ପର୍ଯ୍ୟାୟରେ ଏଠାକୁ ସ୍ଥାନାନ୍ତର ହୋଇଥିବା ଶହ ଶହ ପରିବାର କେମିତି ଥଇଥାନ ହେବେ । ସେ ସମ୍ପର୍କରେ ପ୍ରଶାସନ ସେଭଳି ଧ୍ୟାନ ଦେଲା ନାହିଁ।  ଫଳରେ ଗତ ଅଗଷ୍ଟ ମାସଠାରୁ ଏପର୍ଯ୍ୟନ୍ତ ଶୀତ କାକରରେ ପଡି ରହିଛନ୍ତି ଅନେକ ପରିବାର । କାରଣ ସେମାନଙ୍କ ଘର କାମ ଏଯାଏ ସମ୍ପୁର୍ଣ୍ଣ ହୋଇପାରୁନାହିଁ.

ସରକାରୀ ନିଷ୍ପତ୍ତି ମୂତାବକ କଟକ ବଡମେଡିକାଲ ସମ୍ପ୍ରସାରଣ ଯୋଜନା ଲାଗି ଯେଉଁମାନେ ବିସ୍ଥାପିତ ହେବେ, ସେମାନଙ୍କୁ ସହାୟତା ରାଶି ସହ, ୧୫ଶହ ସ୍କୋୟାର ଫୁଟ୍‌ର ଯାଗା ମିଳିବ ବୋଲି ଘୋଷଣା ହୋଇଥିଲା । ତା ସହିତ ଆନୁସଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ କରାଇବାଲାଗି ମଧ୍ୟ ନିଷ୍ପତ୍ତି ହୋଇଥିଲା।  ହେଲେ ସେମାନଙ୍କୁ ଏବେସୁଦ୍ଧା ଆବଶ୍ୟକୀୟ ପାନୀୟ ଜଳ ଯୋଗାଇବାରେ ପ୍ରଶାସନ ସକ୍ଷମ ହୋଇନି । ଏକାଧିକ ବ୍ୟକ୍ତି ସେମାନଙ୍କ ଘର ନିର୍ମାଣ କରାସାରିଥିଲେ ମଧ୍ୟ ସେଠାକୁ ବିଦ୍ୟୁତ୍‌ ସଂଯୋଗ ମିଳିଲାନାହିଁ । ଶୌଚାଳୟ ନିର୍ମତ ହୋଇଛି କିନ୍ତୁ ଏବେବି ବନ୍ଦ ଅବସ୍ଥାରେ ରହିଛି। ଏସବୁ ଦେଖିଲେ ଲାଗୁଛି ଏହି ବସ୍ତି ବାସିନ୍ଦା ମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ସରକାରୀ ବାବୁ ମାନେ ଜାଣି ଜାଣି ଅଜଣା ହେବାର ଅଭିନୟ କରୁଛନ୍ତି ।

   Related Posts