ବସ୍ତିରେ ୧୧ହଜାର ୧୬୨ଜଣଙ୍କର ହେଲା Covid ଟାର୍ଗେଟ୍ ସାମ୍ପଲିଂ, ଜଣେବି ମିଳିଲେନି ସଂକ୍ରମିତ

Published By : Prameya-News7 Bureau | November 29, 2020 IST

ଲକ୍ଷ୍ନୌ ୨୯।୧୧:  ଦେଶରେ କରୋନା ଭାଇରସ ସଂକ୍ରମଣରେ ଯେଉଁମାନେ ବିପଦରେ ପଡିବେ ବୋଲି ଆକଳନ କରାଯାଉଥିଲା ଏବେ ସେମାନେ ସବୁଠୁ ନିରାପଦରେ ଥିବା ଜଣାପଡିଛି। କରୋନା ଯଦି ବସ୍ତିରେ ପ୍ରବେଶ କରିଯାଏ ପରିସ୍ଥିତି ଅସମ୍ଭାଳ ହୋଇଯିବ ବୋଲି ବିଶେଷଜ୍ଞ ଆକଳନ କରୁଥିଲେ। ହେଲେ ବସ୍ତିରେ କରୋନା ହାରିଥିବା ପ୍ରଥମ ଥର ଜଣାପଡିଛି।

{"id":369710,"sizeSlug":"large"}

ଉତ୍ତରପ୍ରଦେଶରେ କରୋନା ଭାଇରସ ମହାମାରୀ ପୁଣି ବ୍ୟାପିବାରେ ଲାଗିଛି। ଏଣୁ ସରକାର ଲୋକଙ୍କୁ ମାସ୍କ ଲଗାଇବା, ବାରମ୍ବାର ହାତ ଧୋଇବା ଓ  ବ୍ୟକ୍ତିଗତ ଦୂରତା ଅବଲମ୍ବନ କରିବାକୁ ନିବେଦନ କରୁଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଟାର୍ଗେଟେଡ ସାମ୍ପଲିଂ ଚଳାଇଛନ୍ତି। ଯେଉଁମାନଙ୍କ ପ୍ରତି କରୋନା ଯୋଗୁ ଅତ୍ୟାଧିକ ଭୟ ରହିଛି (ବସ୍ତିବାସିନ୍ଦା) ସେମାନଙ୍କର ସାମ୍ପଲିଂ ହୋଇଥିବା ବେଳେ ରିପୋର୍ଟ ଆସିଛି। ଯାହା ଏବେ ସମସ୍ତଙ୍କୁ ଚକିତ କରିଛି।

{"id":369711,"sizeSlug":"large"}

 ସବୁଠାରୁ ଅସ୍ୱଚ୍ଛ ବସ୍ତି ଯେଉଁଠାରେ କୋଭିଡର ସର୍ବନିମ୍ନ ନିୟମ ମଧ୍ୟ ଲୋକେ ପାଳନ କରନ୍ତି ନାହିଁ ସେହିଭଳି ସ୍ଥାନରେ ସ୍ୱାସ୍ଥ୍ୟ ବିଭାଗ ଟାର୍ଗେଟ ସାମ୍ପଲିଂ କରିଥିଲା। ଏଥିରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଜଣଜଣ କରି ୧୧ ହଜାର ୧୬୨ ଜଣଙ୍କର ପରୀକ୍ଷଣ କରିଥିଲେ। ତେବେ ଆଶ୍ଚର୍ଯ୍ୟଜନକ କଥା ବସ୍ତିର ଜଣକଠାରେ ବି ସଂକ୍ରମଣ ନଥିବା ପରୀକ୍ଷଣ ରିପୋର୍ଟରୁ ଜଣାପଡିଛି।   

{"id":369712,"sizeSlug":"large"}

ସ୍ୱାସ୍ଥ୍ୟ ବିଭାଗ ନଭେମ୍ବ ୧୯ ତାରିଖରୁ ଟାର୍ଗେଟେଡ ସାମ୍ପଲିଂ ଆରମ୍ଭ କରିଥିଲା। ଏଥିରେ ଆରମ୍ଭ ଦିନରୁ ୩ ଦିନ ଅର୍ଥାତ ୧୯ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଅର୍ବାନ ସ୍ଲମରେ କର୍ମଚାରୀମାନେ ବୁଲିବୁଲି କୋଭିଡ ନମୁନା ସଂଗ୍ରହ କରିଥିଲେ। ଏଥିରେ ୧୧ ହଜାର ୬ ୨୨ ଜଣଙ୍କ ନମୁନା ସଂଗ୍ରହ ହୋଇଥିବା ବେଳେ ଜଣକଠାରୁ ବି କରୋନା ବାହାରି ନାହିଁ। ଏଥିରୁ ସଂସାଧନ ବିହୀନ ଗରିବଙ୍କ ଠାରେ ହୁଏତ ଇମ୍ୟୁନିଟି ପ୍ରଚୁର ରହିଛି ଅଥବା ଏମାନଙ୍କର ଅପରିସ୍କାର ଓ ଅପରିଛନ୍ନତା ଯୋଗୁ କୋଭିଡ ସେମାନଙ୍କୁ ଛୁଉଁନାହିଁ ବୋଲି କୁହାଯାଉଛି।

{"id":369713,"sizeSlug":"large"}

ଲକ୍ଷ୍ନୌ ଆଡିସନାଲ ସିଏମଓ ତଥା କଣ୍ଟ୍ରାକ୍ଟ ଟ୍ରେସିଂ ଟିମ୍‌ ପ୍ରଭାରୀ ଡା.ଏମ.କେ. ସିଂହ ରିପୋର୍ଟ ଦେଖି ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏଥିରୁ କେବଳ ଏତିକି ବୁଝା ପଡୁଛି ବସ୍ତିରେ ରହୁଥିବା ଶ୍ରମିକ ଶ୍ରେଣୀୟ ପରିଶ୍ରମୀ ଲୋକଙ୍କଠାରେ କୋଭିଡ-୧୯ ମହାମାରୀ ହୁଏତ ହାରିଯାଇଛି କିମ୍ୱା ସେମାନଙ୍କୁ ସଂକ୍ରମଣ କରିବା ଦ୍ୱାରା ଆତ୍ମହତ୍ୟା କରିଛି। ହୁଏତ ବସ୍ତିବାସୀ କରୋନା ସଂକ୍ରମିତ ହୋଇଛନ୍ତି ହେଲେ ସେମାନଙ୍କ  ହାର୍ଡ ଇମ୍ୟୁନିଟି ଆଗରେ ହାର ମାନିଥାଇପାରେ।  ନଚେତ କେତେବେଳେ ସେମାନଙ୍କ ଉପରେ କରୋନା ଲହର ପ୍ରବାହୀତ ହୋଇଯାଇଛି ସେମାନେ ହୁଏତ ଏହାର ଆଭାସ ମଧ୍ୟ ପାଇ ନାହାନ୍ତି ବୋଲି ଡାକ୍ତର ସିଂ ଆଶଙ୍କାବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.