PMGSYରେ ନିମ୍ନମାନର କାମକୁ ନେଇ ଗୃହରେ ଉଦ୍‌ବେଗ, ଜିଲାଓ୍ବାରୀ ବିଧାୟକଙ୍କୁ ଡାକି ସମସ୍ୟା ସମାଧାନ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | November 26, 2019 IST

ଭୁବନେଶ୍ବର ୨୬।୧୧: ରାସ୍ତା ନଥିବା ଗାଁ ଓ ପଡା ଗାଁକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାପଦଣ୍ଡ ପୂରଣ କରୁଥିଲେ ବି ଅନେକ ଗାଁକୁ ରାସ୍ତା କରାଯାଉନାହିଁ ବୋଲି ଅଭିଯୋଗ ଆଣିଲେ ସବୁ ଦଳର ବିଧାୟକ । ଠିକାଦାର ନିମ୍ନମାନର କାମ କରିବା ସହ ଅଧାରୁ କାମ ଛାଡ଼ି ପଳାଇ ଯିବାର ଅଭିଯୋଗ ଆଣିଲେ ଶାସକ ଦଳ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଅଶୋକ ବଳ, ମନୋହର ରାନ୍ଧାରି । ବିଜେପି ଓ କଂଗ୍ରେସ ବିଧାୟକ ବି ନିଜ ଅଞ୍ଚଳର ଗାଁ କଥା ଉଠାଇ ଘେରିଲେ ।

{"id":190019,"sizeSlug":"large"}

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୧୬୨୪୧ ଗାଁକୁ ରାସ୍ତା କରିବାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ୮୨୯ ଗାଁରେ ରାସ୍ତା କାମ ଚାଲୁ ରହିଛି। କାମ ଫଣ୍ଡରେ ୨୦୦୯-୧୦ରୁ ୨୦୧୭-୧୮ଭିତରେ ୨୬୮୪.୧୫ କୋଟି ଟଙ୍କା କେନ୍ଦ୍ର ସରକାର ଅନୁଦାନ ପ୍ରଦାନ କରିଛନ୍ତି । ସେଥିରୁ ୨୬୨୧.୫୭କୋଟି ଟଙ୍କା ବିଭିନ୍ନ କାର୍ଯ୍ୟ ପାଇଁ ଖର୍ଚ୍ଚ କରିଛନ୍ତି । ଏହି ଅର୍ଥ ଜଙ୍ଗଲ ସୃଷ୍ଟି, ଜୀବଜନ୍ତୁଙ୍କ ବାସ ସ୍ଥାନର ସୁରକ୍ଷା, ପ୍ରତିକାତ୍ମକ ଜଙ୍ଗଲ ସୃଷ୍ଟି କରିବା ପାଇଁ ଅର୍ଥ ବିନିଯୋଗ କରାଯାଇଛି । ଆସିଥିବା ଅନୁଦାନରୁ ରାଜ୍ୟ ସରକାର ୯୨ପ୍ରତିଶତ ଖର୍ଚ୍ଚ କରିଛନ୍ତି । ୨୦୧୯ରେ କମ୍ପା ଫଣ୍ଡରେ ୫୯୩୩.୯୮କୋଟି ଟଙ୍କ ଅନୁଦାନ ଆସିଛି ।

{"id":190020,"sizeSlug":"large"}

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଗାଇଡଲାଇନ ଅନୁସାରେ ଚିହ୍ନଟ ୧୮୪୭୭ ଗାଁରୁ ୧୩୨୭ ଗାଁକୁ ରାସ୍ତା ହୋଇସାରିଛି । ବୁଡି ଓ ଅଭୟାରଣ୍ୟ ଯୋଗୁଁ ୨୧ ଗାଁକୁ ରାସ୍ତା ହୋଇପାରିବ ନାହିଁ । ୧୭୧୨୯ ଗାଁକୁ ରାସ୍ତା ପାଇଁ ପ୍ରସ୍ତାବ ଅଛି । ୮୩୮ ଗାଁକୁ ସଂଯୋଗ ପାଇଁ ଏବେ ରାସ୍ତା କାମ ଚାଲିଛି। ଏ ନେଇ ଗୃହରେ ବିବୃତ୍ତି ରଖିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ।

{"id":190021,"sizeSlug":"large"}

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିମ୍ନମାନର କାର୍ଯ୍ୟକୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିରୋଧୀ ଓ ଶାସକ ଦଳ ସଦସ୍ୟ ।

{"id":190022,"sizeSlug":"large"}

ଜିଲ୍ଲାୱାରି ବିଧାୟକଙ୍କୁ ଡାକି ସମସ୍ୟା ସମାଧାନ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଅଧା କାମ କରି ରାସ୍ତା କାମ ବନ୍ଦ କରୁଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ଦାବି କଲେ ବିଜେଡ଼ି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଏପରି ହେଲେ ଯାଇ ପିଏମଜିଏସଓ୍ବାଇ ସଫଳ ହେବ ବୋଲି ସେ କହିଛନ୍ତି ।

{"id":190024,"sizeSlug":"large"}

ଅନ୍ୟପଟେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ନିମ୍ନମାନ କାମର ଯାଞ୍ଚ ହେବ, ଆବଶ୍ୟକ ପଡ଼ିଲେ କଳା ତାଲିକାଭୁକ୍ତ ହେବେ ଠିକାଦାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.