Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାତ୍ୟା ଫୋନି କରିଦେଲା ବେଘର ; ଥଇଥାନ ଓ ପୁନଃରୁଦ୍ଧାର ପ୍ରକ୍ରିୟାର ମନ୍ଥରତା କରୁଛି ନିରାଶ

11/05/2019 at 4:25 PM

ବାଲିପାଟଣା ୧୧|୫: ଅଳ୍ପ ସମୟ ଭିତରେ ଲକ୍ଷ ଲକ୍ଷ ଲୋକଙ୍କୁ ଅସହାୟ କରିଗଲା ଫୋନି । ମୁଣ୍ଡ ଗୁଞ୍ଜିବାର ସାହାରା ଟିକକ ଛଡ଼ାଇ ନେଲା । ଏବେ ପିଲା ପରିବାରଙ୍କୁ ଧରି ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଶିଶିଲୋ ଗାଁର ନାରାୟଣ ସ୍ବାଇଁ ।

ସିକ୍ୟୁରିଟି ଗାର୍ଡ଼ ଚାକିରିରେ ମାସକୁ ମାତ୍ର ୭ହଜାର ଟଙ୍କାରେ ଚଳନ୍ତି ଚାରିପ୍ରାଣୀ କୁଟୁମ୍ବ । ଅନେକ କଷ୍ଟ କରି ଟିଣ ଛପର ଘର ଖଣ୍ଡିଏ କରିଥିଲେ । ହେଲେ ବାତ୍ୟା ଫୋନି ତାଙ୍କୁ ବେଘର କରିଦେଲା । ଦୁଇ ଦୁଇଟି ବଢ଼ିଲା ଝିଅଙ୍କୁ ନେଇ କୁଆଡ଼େ ଯାଇଥାନ୍ତେ । ବାଧ୍ୟ ହୋଇ  ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି । ଘର ସଜାଡ଼ିବାକୁ ନାରାୟଣଙ୍କ ଅଣ୍ଟାରେ ଦମ୍ଭ ନାହିଁ । ଅପେକ୍ଷା କେବଳ ସରକାରୀ ସହାୟତାକୁ ।

ଏମିତିରେ ୮ଦିନ ବିତିଲାଣି । ବାତ୍ୟା ବିପନ୍ନଙ୍କୁ ସରକାରଙ୍କ ଥଇଥାନ ଓ ପୁନଃରୁଦ୍ଧାର ପ୍ରକ୍ରିୟାର ମନ୍ଥରତା ନାରାୟଣଙ୍କୁ ନିରାଶ କରିଛି । ଅନ୍ୟଘରେ ଆଉ କେତେ ଦିନ ପଡ଼ି ରହିବେ ।  ସ୍ଥାନୀୟ ତହସିଲଦାର, ବିଡିଓଙ୍କ ଦୟା ହେଲେ ଏହି ଅସହାୟ ପରିବାର ନିଜ ଘରକୁ ଫେରିପାରନ୍ତେ ।

   Related Posts