COVID-19 ମୁକ୍ତ ଘୋଷଣା କରିବାରେ ସ୍ଲୋଭେନିଆ ୟୁରୋପର ପ୍ରଥମ ରାଷ୍ଟ୍ର, ଖୋଲିଲା ସୀମା

Published By : Prameya-News7 Bureau | May 16, 2020 IST

ଲ୍ୟୁବଲ୍ୟାନା: ନିଜକୁ କରୋନା ଭାଇରସ ମହାମାରୀ ମୁକ୍ତ ଘୋଷଣା କରିବାରେ ସ୍ଲୋଭେନିଆ ୟୁରୋପର ପ୍ରଥମ ଦେଶ ପାଲଟିଛି। ଯଦିଓ ଦେଶରେ କାଁଭାଁ ସଂକ୍ରମଣର ଅଭିଯୋଗ ମିଳୁଛି  ତେବେ ଏହା ଏବେ ଏତେ ଗୁରୁତର ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଜନେଜ ଜନସା କହିଛନ୍ତି। ଇଟାଲୀ ସୀମାକୁ ଲାଗି ରହିଥିବା ଏହି ପାର୍ବତ୍ୟ ଦେଶରେ କରୋନା ସଂକ୍ରମଣ ଯୋଗୁ ୧ହଜାର ୫ଶହ ଲୋକେ ସଂକ୍ରମିତ ହୋଇଥିବା ବେଳେ ୧୦୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଦେଶ ନିଜକୁ କୋଭିଡ-୧୯ ମୁକ୍ତ ଘୋଷଣା କରିବା ସହ ସମସ୍ତ ସୀମା ଉନ୍ମୁକ୍ତ କରିଛି।

{"id":270744,"sizeSlug":"large"}

୨ ନିୟୁତ ଜନସଂଖ୍ୟାର ଦେଶରେ ଯଦିଓ ନୂଆ ସଂକ୍ରମଣର ଅଭିଯୋଗ ମିଳି ନାହିଁ ତଥାପି ସ୍ଲୋଭେନିଆ ନିଜ ସୀମାକୁ କେବଳ ୟୁରୋପୀୟ ୟୁନିୟନ ଅନ୍ତର୍ଗତ ଦେଶଙ୍କ ଲାଗି ଖୋଲିଛି। ଅନ୍ୟ ଅଣ ୟୁରୋପୀୟ ଦେଶଙ୍କ ଲାଗି ଏବେବି କଟକଣା କଡାକଡି ରଖିଛନ୍ତି ସରକାର।  ଦେଶରେ ସାର୍ସ-ସିଓଭି-୨ ଜନିତ ଭୟ ଟଳି ନଥିବାରୁ କିଛି ସାଧାରଣ ଓ ସ୍ୱତନ୍ତ୍ର କଟକଣା ମଧ୍ୟ କଡାକଡି ରହିଛି। ଏଥିରେ ଏବେବି ସାମାଜିକ ଦୂରତାକୁ ପ୍ରାଥମିକତା ଦିଆଯାଉଥିବା ବେଳେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ରହିଛି।

{"id":270745,"sizeSlug":"large"}

ଏପର୍ଯ୍ୟନ୍ତ ସପିଂ ସେଣ୍ଟର ଓ ହୋଟେଲ ଖୋଲିନାହିଁ। ତେବେ ଆଗାମୀ ସପ୍ତାହ ବେଳକୁ ଏ ସବୁ ଖୋଲିଯିବ ବୋଲି ସରକାର କହିଛନ୍ତି। ସେହିପରି ଦେଶରେ ଫୁଟବଲ ଓ ଅନ୍ୟ ଟିମ୍‌ ପ୍ରତିଯୋଗୀତା ମେ ୨୩ ପରେ ପୁଣି ଆରମ୍ଭ ହୋଇଯିବ ବୋଲି ସୂଚନା ମିଲିଛି। ଯଦିଓ ସରକାର ସ୍ଲୋଭେନିଆକୁ ସଂକ୍ରମଣ ମୁକ୍ତ ଘୋଷଣା କରିଛନ୍ତି ତଥାପି ଦେଶରେ ରୋଗ ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏପର୍ଯ୍ୟନ୍ତ ଅନ୍ୟ ୟୁରୋପୀୟ ଦେଶ ନିଜକୁ ମହାମାରୀ ମୁକ୍ତ ଘୋଷଣା କରିନାହାନ୍ତି। ଏଣୁ ଆମକୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ସଂକ୍ରାମକ ରୋଗ ବିଶେଷଜ୍ଞ ମାଟେଜା ଲୋଗର ସରକାରୀ ଟେଲିଭିଜରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.