୧୮-୪୪ ବୟସ୍କଙ୍କ ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ଆରମ୍ଭ, ଲକ୍ଷଣ ଦେଖିବା କ୍ଷଣି ତୁରନ୍ତ ଟେଷ୍ଟ କରାନ୍ତୁ

Published By : Prameya-News7 Bureau | May 01, 2021 IST

ଭୁବନେଶ୍ଵର ୦୧।୦୫: ରାଜ୍ୟ ସହ ତାଳ ଦେଇ ରାଜଧାନୀ ଭୁବନେଶ୍ଵରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସଂକ୍ରମଣ ନିୟନ୍ତ୍ରଣ ପାଇଁ ବିଏମସି  ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ପୁଣି ଥରେ ଭୁବନେଶ୍ଵରବାସୀଙ୍କୁ ବିଏମସି କମିଶନର ପରାମର୍ଶ ଦେବା ସହ ଟିକାକରଣ ନେଇ ସେ ସୂଚନା ଦେଇଛନ୍ତି। ମାସ୍କ ପିନ୍ଧିବାକୁ ଓ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି।

ଲକ୍ଷଣ ଦେଖିବାକୁ ମିଳିଲେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ। ରାଜଧାନୀରେ ୧୧ଟି ଘରୋଇ କୋଭିଡ୍ ଟେଷ୍ଟ ଲାବୋରେଟାରୀ ରହିଛି। ୨୪ଟି ସିଏଚସି/ପିଏଚସିରେ ମଧ୍ୟ କୋଭିଡ୍ ଟେଷ୍ଟ କରାଯାଉଛି। ୧୮ରୁ ୪୪ ବର୍ଷ ବର୍ଗଙ୍କ ଟିକାକରଣ ନେଇ ବିମଏସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ସୋମବାରଠୁ ବିଏମସିର ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଟିକାକରଣ ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଟିକାକରଣ କେନ୍ଦ୍ରକୁ ନଆସି କୋଓ୍ଵିନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ କମିଶନର ଅନୁରୋଧ କରିଛନ୍ତି। ବିନା ପଞ୍ଜୀକରଣରେ କାହାରିକୁ ଟିକା ଦିଆଯିବନି। ଭୁବନେଶ୍ଵର ମହାନଗରରେ ଭ୍ୟାକ୍ସିନର ଅଭାବ ନାହିଁ ବୋଲି କମିଶନର କହିଛନ୍ତି।

କରୋନା ସ୍ଥିତି ନେଇ କମିଶନର କହିଛନ୍ତି ଯେ, ବିଏମସିରେ କୋଭିଡ୍ ବେଡ୍‌ର ଅଭାବ ନାହିଁ। ବର୍ତ୍ତମାନ ସୁଦ୍ଧା ୩୫୫୩ଟି ବେଡ୍ ଉପଲବ୍ଧ ରହିଛି। ଭୁବନେଶ୍ଵରରେ ବର୍ତ୍ତମାନ ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୮୮ ରହିଛି। ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ ଘରେ ହୋମଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ଦିନକୁ ପ୍ରାୟ  ହଜାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରୋଗୀଙ୍କ ପାଇଁ ବେଡ୍‌ର ଅଭାବ ନଥିବା କମିଶନର କହିଛନ୍ତି। ୫୩୧ଟି ଆଇସିୟୁ, ୮୩୬ଟି ଏଚଡିୟୁ ବେଡ୍ ଉପଲବ୍ଧ ରହିଛି।  ଆଇସିୟୁରେ ୯୫ ପ୍ରତିଶତ ଗୁରୁତର ରୋଗୀଙ୍କ ଚିକିତ୍ସା ଜାରି ରହିଛି। ୫୦ ପ୍ରତିଶତ ସାଧାରଣ ବେଡ୍ ଖାଲି ରହିଛି। ୯୫ ପ୍ରତିଶତ ସାଧାରଣ ବେଡ୍‌ରେ ଅକ୍ସିଜେନ ଉପଲବ୍ଧ ଥିବା ବିଏମସି କମିଶନର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.