DL ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ନିର୍ଦ୍ଦେଶ ବାତିଲ: ସାରଥୀ ପୋର୍ଟାଲରେ ଅଛି ସମସ୍ୟା

Published By : Prameya-News7 Bureau | June 11, 2020 IST

ଭୁବନେଶ୍ବର୧୧/୬: DL ଏବଂ LL ସ୍ଲଟ ବୁକିଂ ନିର୍ଦ୍ଦେଶକୁ ଆଜି ବାତିଲ କରାଯାଇଛି। DL ଓ LL ସ୍ଲଟ ବୁକିଂ ନେଇ ପରିବହନ ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସାନି ବିଜ୍ଞପ୍ତି ଜାରି କରାଯିବ। ପରିବହନ ବିଭାଗର ସାରଥୀ ପୋର୍ଟାଲ​‌  ଲଗ୍ ଇନ୍‌ରେ  ସମସ୍ୟା ହୋଇଛି। ଲକ୍‌ଡାଉନ ପାଇଁ ମାର୍ଚ୍ଚ  ୧୮ ତାରିଖରୁ ବନ୍ଦ ହୋଇଥିବା  ଡିଏଲ ଓ ଏଲଏଲ ସ୍ଲଟ୍ ବୁକିଙ୍ଗ ପାଇଁ ଆଜିଠାରୁ ଆରମ୍ଭ ହେବାକୁ ଥିବା ସ୍ଲଟ୍ ବୁକିଂ ନିର୍ଦ୍ଦେଶକୁ ବାତିଲ କରିଛନ୍ତି ସରକାର। ଫଳରେ ଆବେଦନକାରୀମାନେ DL ଏବଂ LL ପାଇଁ  ସାରଥୀ ପୋର୍ଟାଲାକୁ ଖୋଲି ପାରି ନଥିଲେ ।

୨୦୨୦ ମାର୍ଚ୍ଚ ୧୮ ତାରିଖ ଠାରୁ ଏକ୍ସପାରି ହେବାକୁ  DL ଓ LL ୨୦୨୦ ସେପେ୍‌ଟମ୍ବର ୯  ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।  ଆଜିଠାରୁ  ଡିଏଲ ସ୍ଲଟ ବୁକିଂ ନେଇ  ପରିବହନ  କମିଶନରଙ୍କ ପକ୍ଷରୁ ନୋଟିସ ପ୍ରକାଶ ପାଇଥିଲା । ସାମାଜିକ ଦୂରତା ରକ୍ଷା କରି  ଡ୍ରାଇଭିଙ୍ଗ ଟେଷ୍ଟ  ସେଣ୍ଟରରେ ଟେଷ୍ଟ ପାଇଁ ନୋଟିସ୍ ହୋଇଥିଲା।  ପୂର୍ବ ଆବେଦନକାରୀଙ୍କୁ ପ୍ରାଥମିକତା ଦେବା  ଉପରେ ପରିବହନ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ ।ହେଲେ  ସାରଥୀ ପୋର୍ଟାଲରେ ସମସ୍ୟା ଯୋଗୁଁ  DL ଓ LL ସ୍ଲଟ ବୁକିଂ ନିର୍ଦ୍ଦେଶ ବାତିଲ  କରାଯାଇଛି। ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.