ବିଧାନସଭାରେ ଚପଲ ମାଡ ଘଟଣା: ଶାସକ-ବିରୋଧୀ ଦୋଷ ଲଦାଲଦି, ବିଜେପିକୁ ଏହା ଶିଖିବାକୁ କହିଲା ବିଜେଡି

Published By : Prameya-News7 Bureau | April 04, 2021 IST

ଭୁବନେଶ୍ଵର ୦୪।୦୪:  ବିଧାନସଭାରେ ଚପଲ ମାଡ ଘଟଣାକୁ ନେଇ ଏବେ ଚାଲିଛି ଦୋଷ ଲଦାଲଦି ।  କାହା ପାଇଁ ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଛି। ତାକୁ ନେଇ ଚାଲିଛି ବୟାନବାଜି । ବିଜେପି ସମ୍ବାଦିକ ସମ୍ମଳନୀ କରି ବାଚସ୍ପତିଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। କିନ୍ତୁ ବିଜେଡି କହିଛି ବିଧାନସଭାର ବିଧି ବିଧାନ ଅନୁସାରେ ଚାଲିଛି। ଗାନ୍ଧୀଙ୍କ ଠାରୁ ଅହିଂସା ଶିଖିବାକୁ ବିଜେପିକୁ ପରାର୍ମଶ ଦେଇଛି। ଏପେଟ ବାଚସ୍ପତି ଏସବୁ ଉପରେ ସ୍ପଷ୍ଟୀ କରଣ ରଖିଛନ୍ତି।

ଗୃହ ମୁଲତବୀ ହେଇଗଲାଣି ତେବେ ରାଜନୀତି ଲମ୍ବିବାରେ ଲାଗିଛି । ସାରାରାତି ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ ବିଜେପି ସଦସ୍ୟ। ଗତକାଲି ଚପଲ ମାଡ ଘଟଣା ପରେ ୩ ବିଜେପି ସଦସ୍ୟଙ୍କୁ ନିଲମ୍ବନ କରାଯାଇଥିଲା। ଗୃହରେ ବିରୋଧୀଙ୍କୁ କହିବା ଲାଗି ସୁଯୋଗ ଦିଆଯାଉନଥିବା ଅଭିଯୋଗରେ ବିଜେପି ସଦସ୍ୟ ଧାରଣାରେ ବସିଥିଲେ।  ଆଜି ସମ୍ବାଦିକ ସମ୍ମିଳନୀ କରି ସିଧା ବାଚସ୍ପତିଙ୍କ ନିରପେକ୍ଷତା ଉପରେ ଆକ୍ଷେପ କରିଥିଲେ ।  ଏପରିକି ସସପେଣ୍ଡ ପାଇଁ ପ୍ରସ୍ତାବ ଆସିବା ବେଳେ ମଧ୍ୟ ବିରୋଧୀ ଦଳକୁ ପକ୍ଷ ରଖିବାକୁ ସୁଯୋଗ ଦିଆଗଲା ନାହିଁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି।

ଏପଟେ ଜୟନାରାୟଣ ମିଶ୍ର କହିଛନ୍ତି ବିଧାନସଭରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ବାଚସ୍ପତି ବାଧ୍ୟ କରିଛନ୍ତି। ନିଜର ଲମ୍ବା ଅଭିଯୋଗ ଧରି ରାଜ୍ୟପାଳଙ୍କ ପାଖରେ ମଧ୍ୟ ଫେରାଦ ହୋଇଛି ବିଜେପି ବିଧାୟକ ଦଳ। ସେପଟେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ଧାରଣାରେ ବସିଥିବା ବିଜେପି ସଦସ୍ୟଙ୍କୁ ଭେଟିଥିଲେ। ସେ ମଧ୍ୟ ନିରପେକ୍ଷତା ଉପରେ ଉଠାଇଥିଲେ ପ୍ରଶ୍ନ। କିନ୍ତୁ ଚପଲ ଫିଙ୍ଗାକୁ ସମସ୍ତେ ନିନ୍ଦା କରି ଶାସକ ଦଳ ଉପରେ ଦୋଷ ଲଦିଛନ୍ତି।

ବାଚିସ୍ପତିଙ୍କ  ଉପରେ ବିଜେପି ଉଠାଇଥିବା ଅଭିଯୋଗର ଜବାବ ଦେଇଛି ବିଜେଡି। ସରକାରୀ ମୁଖ୍ୟସେଚତକ ପ୍ରମିଳା ମଲ୍ଲିକ କହିଛନ୍ତି ଗାନ୍ଧୀ ପ୍ରତି ମୂର୍ତ୍ତି ତଳେ ଧାରଣ ଦେଉଥିବା ବିଜେପି ଗାନ୍ଧିଙ୍କଠାରୁ ଅହିଂସା ଶିଖିବା ଦରକାର। ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା ଏହି ଭିଡିଓ ଫୁଟେଜ ଦେଖିବା ପରେ ବିଜେପି ବିଧାୟକଙ୍କୁ ସସପେଣ୍ଡ କରାଯାଇଛି ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି। ଏପେଟ ବାଚସ୍ପତି ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି।  ବିଧାନସଭା ବିଧି ବିଧାନ ଅନୁସାରେ ଚାଲେ। ଏଥିରେ ବ୍ୟତିକ୍ରମ ହେଲେ  ବିଧାନସଭାର ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯାଏ ବୋଲି ସେ କହିଛନ୍ତି।

ଗତକାଲି ଯାହା ହୋଇଛି ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇ କାର୍ଯ୍ୟନୁଷ୍ଠାନ ହୋଇଛି।  ବିଧାନସଭା କିଭଳି ଚାଲିବ ସେଥିପାଇଁ ପୁସ୍ତିକା ପ୍ରକାଶ ପାଇଛି। ସେହି ପୁସ୍ତିକା ଅନୁସାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ବାଚସ୍ପତି ଚାଲନ୍ତି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

ଗତ କାଲି ବିଧାନସଭାରେ ଚପଲ ମାଡ ଘଟଣାରେ ବିଜେପିର ତିନି ବିଧାୟକ ବିେରାଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଏବଂ ବୀେରାଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ ସସପେଣ୍ତ କରିଥିଲେ ବାଚସ୍ପତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.