Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହିନ୍ଦୁଙ୍କୁ ଆତଙ୍କବାଦୀ କହିଥିବା କମଲ ହାସନଙ୍କୁ ସଭା ମଝିରେ ଚପଲ ମାଡ

ମଦୁରାଇ ୧୬/୫ : ହିନ୍ଦୁଙ୍କୁ ଆତଙ୍କବାଦ କହିଥିବା ଅଭିନେତା ଓ ରାଜନେତା ଏମ୍ଏନ୍ଏମ୍  ସଂସ୍ଥାପକ କମଲ ହାସନଙ୍କ ଉପରକୁ ସଭା ମଝିରେ ଚପଲ ମାଡ ହୋଇଛି । ସୂଚନା ଅନୁଯାୟୀ, ତାମିଲନାଡୁ ମଦୁରାଇରେ ଜଣେ ବ୍ୟକ୍ତି କମଲ ହାସନଙ୍କ ଉପରକୁ ଚପଲ ମାଡ କରିଛନ୍ତି । ମଦୁରାଇରେ କମଲ ହାସନଙ୍କ ଏକ ସଭା ଚାଲିଥିଲା । ହଠାତ ସଭାକୁ କିଛି ଲୋକ ଆସି ଭାରତ ମାତା କି ଜୟ ନାରା ଦେଇଥିଲେ । ଏହି ଭିଡ ଭିତରେ କେହି ଜଣେ ବ୍ୟକ୍ତି କମଲ ହାସନଙ୍କ ଉପରକୁ ଚପଲ ଫୋପାଡିଥିଲେ । ପୋଲିସ ୧୧ ଜଣଙ୍କୁ ଗିରଫ କରିଛି । ଚପଲ କିଏ ଫୋପାଡିଥିଲା ସେନେଇ ପଚରାଉଚୁରା କରୁଛି ।

ସୂଚନାଯୋଗ୍ୟ ଯେ, ନିକଟରେ କମଲ ହାସନ ଏକ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ ଯେ, ଭାରତର ପ୍ରଥମ ଆତଙ୍କବାଦୀ ହିନ୍ଦୁ ଥିଲା । ଆଉ ସେ ଆତଙ୍କବାଦୀର ନାଁ ନାଥୁରାମ ଗଡସେ ଥିଲା । କମଲ ହାସନଙ୍କ ଏହି ବୟାନ ପରେ ହିନ୍ଦୁମାନେ ପ୍ରତିକ୍ରିୟା ରଖିଥିଲେ ।

221 Views

   ସମ୍ବନ୍ଧିତ ଖବର