Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଗୁଜରାଟ ଉପମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ମାଡ଼, Video ଭାଇରାଲ

26/10/2020 at 8:49 PM

ବଡ଼ଦୋରା ୨୬।୧୦: ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ଉପରକୁ ସୋମବା ରଚପଲ ମାଡ଼ ହୋଇଛି। ୩ ନଭେମ୍ବର ଉପନିର୍ବାଚନ ପ୍ରଚାର ଲାଗି ନିତିନ ଯାଇଥିବା ବେଳେ କର୍ଜନରେ ତାଙ୍କ ଉପରକୁ ଚପଲ ଫିଙ୍ଗା ଯାଇଛି। ନିତିନ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିବା ବେଳେ ଚପଲଟି ସିଧା ତାଙ୍କ ପାଖରେ ଖସିଥିଲା। ତେବେ ଚପଲ ତାଙ୍କ ଦେହରେ ବାଜି ନାହିଁ ।

ନିତିନ ଗୁଜରାଟ ବିକାଶ ପ୍ରସଙ୍ଗରେ ଗଣମାଧ୍ୟମ ସହ ଆଲୋଚନା କରୁଥିବା ବେଳେ ଅଚାନକ ଚପଲଟି ଉପରୁ ମାଇକ୍ ଉପରେ ପଡିଥିଲା। ଚପଲ ପଡିବା ଯୋଗୁ କିଛି ସମୟ ହଟଚମଟ ଦେଖାଦେଇଥିଲା। ତେବେ ନିତିନ ଗଣମାଧ୍ୟମ ଆଲୋଚନା ବନ୍ଦ କରିନଥିଲେ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହେବାରେ ଲାଗିଛି।

ତେବେ ଘଟଣାକୁ ନିତିନ ଗୁରୁତ୍ୱର ସହ ଗ୍ରହଣ କରିନାହାନ୍ତି। ସେ ତାଙ୍କ କାର୍ଯ୍ୟକ୍ରମ ସ୍ୱଭାବିକ ଶେଷ କରି କର୍ଜନରୁ ଫେରିଆସିଛନ୍ତି। ଗୁଜରାଟ ବିଧାନସଭାର ଆଠଟି ଆସନ ଲାଗି ନଭେମ୍ବର ୩ ତାରିଖ ଦିନ ଭୋଟ ଗ୍ରହଣ ହେବ। ଏଥିରେ ଅବଦାସା, ଲିଂବନ୍ଦୀ, ମୋରବୀ, ଧାରୀ, ଗଧଦା, କର୍ଜନ, ଦଙ୍ଗସ୍ ଓ କପ୍ରଦା ବିଧାନସଭା ଆସନ ଲାଗି ଭୋଟ ହେବ।

   Related Posts