Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନୀତିଶଙ୍କୁ ଚପଲ ଫିଙ୍ଗିଲେ ଅସନ୍ତୁଷ୍ଟ, ମୁଜାଫରପୁର ରାଲିରେ ଅଳ୍ପକେ ବର୍ତ୍ତୀଗଲେ ବିହାର ମୁଖ୍ୟମନ୍ତ୍ରୀ, ୩ ଗିରଫ

27/10/2020 at 1:14 PM

ମୁଜାଫରପୁର ୨୭/୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି। ଏଥିରୁ ବାଦ୍ ପଡ଼ି ନାହିଁ ନିର୍ବାଚନୀ ପ୍ରଚାର ଅଭିଯାନ। ଏହାରି ଭିତରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ଉପରେ କେହି ଚପଲ ମାଡ କରିଛନ୍ତି। କିନ୍ତୁ ସେ ସେଥିରୁ ଅଳ୍ପକେ ବର୍ତିଯାଇଛନ୍ତି। ସୋମବାର ମୁଜରଫୁର ଜିଲ୍ଲାର ସକରାରେ ଅନୁଷ୍ଠିତ ନିର୍ବାଚନୀ ପ୍ରଚାର ରାଲିରେ ଏହି ଘଟଣା ଘଟିଛି। ତେବେ ନୀତିଶଙ୍କ ହେଲିକେପ୍ଟର ତରଫରୁ କେହି ଜଣେ ତାଙ୍କ ଉପରକୁ ଚପଲ ମାଡ କରିଥିଲେ।

ଯଦିଓ ସେତେବେଳେ ତାଙ୍କ ଉପରକୁ ଚପଲ ଫିଙ୍ଗା ଯାଇଥିଲା କିନ୍ତୁ ଅଭିଯୁକ୍ତ ନୀତିଶଙ୍କୁ ଟାର୍ଗେଟ କରିପାରି ନ ଥିଲା। କାରଣ ସେତେବେଳେ ନୀତିଶ ମଞ୍ଚ ଉପରେ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ରାଲିରେ ଏଭଳି ଅସୁବିଧା ସୃଷ୍ଟି କରିଥିବାରୁ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସକରା ରାଲି ପୂର୍ବରୁ ନୀତିଶଙ୍କୁ ଅନ୍ୟ ବିରୋଧର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା। କାରଣ ତାଙ୍କ ଉପରେ କିଛି ଅସନ୍ତୁଷ୍ଟ କିଛି ବିରୋଧୀ ରାଲି ପୂର୍ବରୁ ନୀତିଶଙ୍କ ବିରୋଧରେ ନାରାବାଜି କରିଥିଲେ। କିଛି ସ୍ଥାନରେ ଲୋକଙ୍କ ଏଭଳି ଆଚରଣ ଯୋଗୁ ସେ ତାଙ୍କ କ୍ରୋଧକୁ ନିୟନ୍ତ୍ରଣରେ ରଖି ପାରି ନ ଥିଲେ। ଏଭଳି ସ୍ଥିତିରେ ନୀତିଶ କହିଥିଲେ ଏଭଳି କିଛି ଘଟଣା ତାଙ୍କ ଉପରେ କୌଣସି ଫରକ ପକାଇବ ନାହିଁ। ଏପରିକି ଭୋଟ୍ ନ ଦେଲେ ବି ସେ ଚିନ୍ତା କରିବେ ନାହିଁ।

ସକରା ଓ ମହୁଆ ରାଲିରେ ସମ୍ବୋଧନ କରୁଥିବା ବେଳେ ଆରଜେଡି ମିଛ ପ୍ରତିଶ୍ରୁତି ଦେଉଥିବା କହିଥିଲେ ନୀତିଶ। କେବଳ ଏତିକି ନୁହେଁ ନିର୍ବାଚନ ପୂର୍ବରୁ କିଛି ନେତା ମିଛ ପ୍ରତିଶ୍ରୁତି ଦେଇ ଜନତାଙ୍କୁ ଠକନ୍ତି। ସେମାନଙ୍କର କାମରେ ପ୍ରକୃତପକ୍ଷେ କୌଣସି ଆଗ୍ରହ କିନ୍ତୁ ନ ଥାଏ। ନିର୍ବାଚନ ପାଇଁ ଯାହା ଆଗ୍ରହ ପ୍ରଦର୍ଶନ କରନ୍ତି। କିନ୍ତୁ ନୀତିଶ କରୁଥିବା ପ୍ରତିଶ୍ରୁତି ବାସ୍ତବିକତାର ରୂପ ନେଇଥାଏ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଆରଜେଡ଼ି କେବଳ ଗୋଟିଏ ପରିବାର (ଲାଲୁ ପ୍ରସାଦ) କିଛି ଜାତି ଓ ସମ୍ପ୍ରଦାୟ ଉପରେ ଦୃଷ୍ଟି ଦେଉଥିବା ବେଳେ ନୀତିଶ ସରକାର କିନ୍ତୁ ସବୁ ଜାତି ଓ ସମ୍ପ୍ରଦାୟକୁ ଦେଖନ୍ତି। ମୁଜାଫୁରପରରେ ନୀତିଶ ସକରା ଓ କାନ୍ତିରେ ରାଲି କରିବା ପରେ ବୈଶାଳୀ ଜିଲ୍ଲା ନିର୍ବାଚନୀ ପ୍ରଚାରରେ ବାହାରିଲେ।

   Related Posts