Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଭାରତ ଚାପରେ ନଇଁଲା ଚୀନ, ଏଲଏସିରେ ୨ କିମି ପଛକୁ ହଟିଲା

3/06/2020 at 9:48 PM

ନୂଆଦିଲ୍ଲୀ ୦୩।୦୬: ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(LAC) ଉପରେ ଚୀନ ସହିତ ଜାରି ବିବାଦରେ ଭାରତର ବଳିଷ୍ଠ ରଣନୀତିର ପ୍ରଭାବ ଦେଖିବାକୁ ମିଳିଛି। ମେ ୫ରୁ ଲଦାଖରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଥିବା ଚୀନର ପିପୁଲ୍ସ ଲିବେରେସନ ଆର୍ମି(PLA)ର ଗତିବିଧି ଗତ ତିନି-ଚାରି ଦିନ ହେବ ଦେଖିବାକୁ ମିଳିନାହିଁ। ସୂତ୍ର ମୁତାବକ, ପିଏଲଏ ଗଲଓ୍ଵାନର ଫୋର ଫିଙ୍ଗର ଅଞ୍ଚଳରେ ଚୀନ ୨ କିମି ପଛକୁ ହଟିଛି। ଭାରତୀୟ ସେନା ମଧ୍ୟ ନିଜ ଜାଗାରୁ ୧ କିମି ପଛକୁ ହଟିଛି।  କିଛି ଦିନ ପୂର୍ବେ ଚୀନର ସେନା ଗଲଓ୍ଵାନ ଘାଟି ଏବଂ ପ୍ୟାଙ୍ଗଙ୍ଗ ସୋ ଅଞ୍ଚଳରେ ନିଜର କବଜା ଜମାଇବାକୁ ଚାହୁଁଥିଲା। ପ୍ରାୟ ମାସେ ଧରି ଉଭୟ ପକ୍ଷର ସେନା ଲଦାଖରେ ମୁହାଁମୁହିଁ ସ୍ଥିତିରେ ରହିଥିଲେ। ଭାରତ ସାମରିକ ଓ କୂଟନୈତିକ ସ୍ତରରେ ଆପୋଷ ବୁଝାମଣା ଜରିଆରେ  ବିବାଦର ସମାଧାନ ଲାଗି ପ୍ରୟାସ ଚଳାଇଥିଲା।

ପଛକୁ ହଟିବା ଆରମ୍ଭ କଲା ଚୀନୀ ସୈନିକ

ସୂତ୍ର ଅନୁଯାୟୀ ଚୀନର ପିଏଲଏର ଗୋଟିଏ ଟିମ୍‌ ଗୋଟିଏ ସ୍ଥାନରୁ ୧୦୦ ୟାର୍ଡ ପଛକୁ ହଟିଛି। ଅନ୍ୟପଟେ ଅନ୍ୟ ଜାଗାରେ ସୈନ୍ୟ ଗତିବିଧି ମଧ୍ୟ ନବଢାଇ ଶାନ୍ତ ରହିଛି। ଜୁନ୍ ୬ରେ ଲେଫ୍ଟନାଣ୍ଟ ଜେନେରାଲ ରାଙ୍କସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଚୀନୀ ସୈନିକଙ୍କ ଗତିବିଧିରେ ସକରାତ୍ମକ ସଙ୍କେତ ଦେଖିବାକୁ ମିଳିଛି। ବିବାଦ ଆରମ୍ଭ ହେବା ପରଠୁ ଏ ପର୍ଯ୍ୟନ୍ତ ଭାରତ ଓ ଚୀନ ମଧ୍ୟରେ ୧୦-୧୨ ଥର ଆଲୋଚନା ହୋଇ ସାରିଛି। ଆଲୋଚନାରେ ଚୀନୀ ବାୟୁସେନା ଦ୍ଵାରା ଲଦାଖର ଆଖପାଖରେ ଭାରତର ଯୁଦ୍ଧ ବିମାନ ଉଡୁଥିବା ପ୍ରସଙ୍ଗ ଉଠାଇଥିଲା।

ମେ ୫ରୁ ଉତ୍ତେଜନାପୂର୍ଣ୍ଣ ସ୍ଥିତି

ଲଦାଖରେ ଗତ ମାସରେ ୫ ତାରିଖରେ ଏବଂ ସିକ୍କିମରେ ୯ ତାରିଖରେ ଚୀନ ଓ ଭାରତୀୟ ସୈନିକ ମଧ୍ୟରେ ସଂଘର୍ଷ ଘଟିଥିଲା। ସିକ୍କିମରେ ବିବାଦ ବଢିନଥିଲେ ମଧ୍ୟ ଲଦାଖରେ ଏଲଏସିରେ ଚୀନ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଥିଲା ଏବଂ ଭାରତ ଉପରେ ଚାପ ପକାଇବାକୁ ରଣନୀତି ଆପଣେଇଥିଲା। ଏପରିକି ସୀମାକୁ ପ୍ରାୟ ୫ ହଜାର ସୈନିକ ମୁତୟନ କରିଥିଲା। କିଛି ସୈନିକ ଫିଙ୍ଗର ଏରିଆ ସମେତ କିଛି ଭାରତୀୟ କ୍ଷେତ୍ରକୁ ପଶି ଆସିଥିଲେ।

ଏଲଏସିରେ ଚୀନକୁ ମୁହଁତୋଡ ଜବାବ

ଜବାବରେ ଭାରତ ମଧ୍ୟ ଏଲଏସିରେ ନିଜର ସୈନିକ ଗତିବିଧି ବଢାଇ ଚୀନ୍ ବରାବର ସୈନିକ, ଟ୍ୟାଙ୍କ ଓ ଯୁଦ୍ଧପୋତ ମଧ୍ୟ ମୁତୟନ କରିଥିଲା। କେବଳ ଏତିକି ନୁହେଁ  ଭାରତ ଆଲୋଚନା ଜାରି ରଖିବା ସହିତ  ଇଞ୍ଚେ ମଧ୍ୟ ପଛକୁ ହଟିନଥିଲା। ଆମେରିକା ଏହି ବିବାଦରେ ଭାରତକୁ ଖୋଲାଖୋଲି ସମର୍ଥନ ଦେଇ ଚୀନର ବିସ୍ତାରବାଦୀ ନୀତିର ସମାଲୋଚନା କରିଥିଲା। ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଭାରତ ସପକ୍ଷରେ ଆସିଥିଲା। ଏହା ସହିତ ଭାରତ ସୀମାରେ ନିଜର ଭିତ୍ତିଭୂମି ନିର୍ମାଣ ଜାରି ରଖିବା ସହ ଚୀନର ଚାପରେ ପଛକୁ ନହଟି ଦୃଢ ଭାବେ ଛିଡା ହୋଇଥିଲା। ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁନିଆର ଶକ୍ତିଶାଳୀ ଦେଶର ଗ୍ରୁପ୍‌  ଜି-୭ର  ବିସ୍ତାର କରି ଭାରତକୁ ସାମିଲ କରାଇବାକୁ ନିମନ୍ତ୍ରଣ କରିଛନ୍ତି। ଏନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା।

   Related Posts