କରୋନା ଟେଷ୍ଟ କରିବାବେଳେ ଗର୍ଭବତୀ ମହିଳାଙ୍କ ପାଟିରେ ଭାଙ୍ଗିଗଲା ସ୍ଲାଇଡ : ଗଳାରେ ପଶିବାରୁ ହସ୍ପିଟାଲରେ ଭର୍ତ୍ତି
12/09/2020 at 1:47 PM

ବୋକାରୋ ୧୨/୯: କରୋନା ଯାଞ୍ଚ ସମୟରେ ଜଣେ ଗର୍ଭବତୀ ମହିଳାଙ୍କ ପାଟିରେ ସ୍ଲାଇଡ ଭାଙ୍ଗିଯିବାରୁ ହଇଚଇ ସୃଷ୍ଟି ହୋଇଛି। ମହିଳାଙ୍କ ଗଳାରେ ସ୍ଲାଇଡ ଭାଙ୍ଗି ପଶିଯାଇଥିଲା। ଏବିଷୟରେ ହସ୍ପିଟାଲର ସିଭିଲ୍ ସର୍ଜନଙ୍କୁ ଖବର ଦିଆଯାଇଥିଲା ଏବଂ ତୁରନ୍ତ ଡାକ୍ତରଙ୍କ ଟିମ୍ ଡକାଯାଇଥିଲା ଯାହା ପରେ ମହିଳାଙ୍କୁ ଧାନବାଦର ପିଏମସିଏଚ ରେଫର କରି ଦିଆଯାଇଥିଲା। ଏଥିପାଇଁ ୧୦୮ନମ୍ବର ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା।
ପୀଡ଼ିତ ମହିଳାଙ୍କ କହିବା ଅନୁସାରେ ଗର୍ଭବତୀ ହେବା କାରଣରୁ ତାଙ୍କୁ କୋଭିଡ ଟେଷ୍ଟ କରିବାକୁ ହସ୍ପିଟାଲ ତରଫରୁ କୁହାଯାଇଥିଲା ଯାହା ପରେ ସେ ବୋକାରୋ ସଦର ହସ୍ପିଟାଲ୍ ଟେଷ୍ଟ କରିବାକୁ ଯାଇଥିଲେ।
ସିଭିଲ୍ ସର୍ଜନଙ୍କ ମତରେ ଏହା ଏପରି ପ୍ରଥମ ଘଟଣା ଯେଉଁଥିରେ ସ୍ଲାଇଡର ଅଗ୍ରଭାଗ ଭାଙ୍ଗି ଯାଇଥିଲା ଏବଂ ଗଳାରେ ପଶି ଯାଇଥିଲା। କରୋନା ଯାଞ୍ଚ ପାଇଁ ସ୍ବାବ ନେବା ପାଇଁ ଜୟ ଷ୍ଟିକ୍ ବ୍ୟବହାର କରାଯାଇଥାଏ। ଗଳାରେ ପଶିଯିବାରୁ ମହିଳାଙ୍କୁ କଷ୍ଟ ହୋଇଥିଲା।