ଫର୍ମାଲିନ ଆଶଙ୍କାରେ ବାଲେଶ୍ୱର ମାଛ ବଜାର ଉପରେ ଚଢ଼ାଉ
18/07/2018 at 7:37 AM

ଓଡିଶା ବଜାରରେ ଏବେ ଅଧିକାଂଶ ଜିନିଷ ଭେଜାଲ ମିଳୁଛି। ଏଥିରୁ ବାଦ ପଡ଼ିନାହାନ୍ତି ମାଛ। ଅଧତ୍କ ଦିନ ମାଛ ସତେଜ ରହିବାପାଇଁ ମାଛ ବ୍ୟବସାୟୀମାନେ ମାଛ ଦେହରେ ଫର୍ମାଲିନ ନାମକ ଏକ କ୍ୟାମିକାଲ ବ୍ୟବହାର କରୁଛନ୍ତି । ହଲେ ଏହା ଦେହପକ୍ଷରେ ଅନେକ କ୍ଷତିକାରକ। ଏହି କଥା ସରକାର ଜାଣିବାପରେ ସମସ୍ତ ଜିଲ୍ଲାରେ ମାଛବଜାର ଉପରେ ଚଢ଼।ଉ କରି ମାଛର ନମୁନା ସବୁ ସଂଗ୍ରହ କରି ତାହାକୁ ପରୀକ୍ଷା କରିବାକୁ ନିର୍ଦ୍ଦଶେ ଦେଇଛନ୍ତି। ଆଜି ବାଲେଶ୍ୱରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ପ୍ରତ୍ୟକ ଦିନ ବାଲେଶ୍ୱର ନୁଆବଜାର ମାଛ ବ୍ୟବସାୟୀ ମାନେ ବ୍ରହ୍ମପୁର ଓ ଆନ୍ଧ୍ରରୁ ୧୦ ରୁ ୧୨ ଟନ ମାଛ ମଗାଇଥାନ୍ତି ଗ୍ରାହକଙ୍କର ଆବଶ୍ୟକତା କୁ ନଜରଦେଇ। ହେଲେ ଆଜକୁ ୫/୬ ଦିନ ହେବ ଗ୍ରାହକ ଆନ୍ଧ୍ର ମାଛ ଉପରୁ ମୁହଁ ଫେରାଇ ଥିବାରୁ ୧୨ ଟନ ମାଛ ବିକ୍ରୀ କରିବାକୁ ସେମାନଙ୍କୁ ଏକ ସପ୍ତାହ ଲାଗିଯାଉଛି । ଏପଟେ ମତ୍ସ୍ୟ ନିର୍ଦେଶକଙ୍କ ନିର୍ଦେଶକ୍ରମେ ଗତକାଲିଠାରୁ ମତ୍ସ୍ୟ ବିଭାଗ ବାଲେଶ୍ୱର ବିଭନ୍ନ ସ୍ଥାନରେ ଚଡ଼।ଉ ଜାରି ରଖିଛନ୍ତି । ଗତକାଲି ବଳରାମଗଡ଼ିରେ ଥିବା ମାଛଗୋଦାମ ଆନ୍ଧ୍ରରୁ ଆସୁଥିବା ମାଛ ଗୋଦାମ ଉପରେ ଚଢ଼।ଉ କରାଯାଇ କିଛି ନମୁନା ସଂଗ୍ରହ କରାଯାଇଥିଲା । ସେ ସବୁକୁ ପରୀକ୍ଷା କରିବାପାଇଁ ପରୀକ୍ଷାଗାରକୁ ପଠା ଯାଇଛି। ଆଜି ନୁଆବଜାର ମାଛ ବଜାର ଉପରେ ଚଡ଼।ଉ କରାଯାଇ ୫ ଟି ନମୁନା ସଂଗ୍ରହ କରାଯାଇଛି। ସେଥତ୍ରେ ଇଲିସି, ଫିରିକି ଓ ଆନ୍ଧ୍ର ରୋହି ଓ ଭାକୁଡ଼ ରହିଛି।