ବିମାନରେ ଶୋଇଥିବା ମହିଳା ଯାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଭାରତୀୟ ଯୁବକକୁ ଆମେରିକାରେ ୯ ବର୍ଷ ଜେଲ ଦଣ୍ଡ

Published By : Prameya-News7 Bureau | December 14, 2018 IST

ୱାସିଂଟନ ୧୪/୧୨ : ଆମେ କୁଆଡେ ଯାତ୍ରା କଲାବେଳେ ସୁରକ୍ଷିତ ଭାବେ ଯାତ୍ରା କରିବା ପାଇଁ ଚାହିଁଥାଉ |  ଯାତ୍ରା କଲାବେଳେ କୌଣସି ବ୍ୟକ୍ତିଙ୍କ ଅସଦାଚରଣ ସହ୍ୟ କରିବା କଷ୍ଟକର | ଏଭଳି ଏକ ଘଟଣା ଘଟିଛି ବିମାନ ଯାତ୍ରା କରୁଥିବା ଜଣେ ମହିଳାଙ୍କ ସହିତ | ବିମାନରେ ଜଣେ ମହିଳାଙ୍କୁ ଯୌନ ଶୋଷଣ କରିଥିବା ଜଣେ ଭାରତୀୟ ଇଂଜିନିୟରଙ୍କୁ ୯ ବର୍ଷ ଜେଲଦଣ୍ଡ ମଧ୍ୟ ହୋଇଛି | ୩୫ ବର୍ଷ ବୟସ୍କ ଭାରତୀୟ ଇଂଜିନିୟର ପ୍ରଭୁ ରାମମୂର୍ତ୍ତି ଗତ ଜାନୁଆରୀ ମାସରେ ଜଣେ ମହିଳାଙ୍କୁ ବିମାନ ଭିତରେ ଯୌନ ଶୋଷଣ କରିଥିଲେ |

ପ୍ରଭୁଙ୍କ ଘର ତାମିଲନାଡୁରେ | ରାମମୂର୍ତ୍ତିଙ୍କ ବାପା ମା ଚାଷୀ | ସ୍ନାତକ କରିସାରିବା ପରେ ୨୦୧୫ ମସିହା ଜୁଲାଇ ମାସରେ ଆମେରିକା ପଳେଇଥିଲେ | ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ପ୍ରଭୁକୁ ଆମେରିକା କୋର୍ଟ ୯ ବର୍ଷ ସଜା ଶୁଣାଇଛନ୍ତି | ଜଜ ଟେରେନ୍ସ ବର୍ଜ କହିଛନ୍ତି ଯେ, ଏଭଳି ସଜା ଦ୍ୱାରା ଧୀରେ ଧୀରେ ଅପରାଧ କମିବ | ଲୋକେ ଏଭଳି ଅପରାଧ କରିବା ପାଇଁ ଭୟ କରିବେ | ସରକାରୀ ଓକିଲ ପ୍ରଭୁକୁ ୧୧ ବର୍ଷ ଜେଲ ଦଣ୍ଡ ଶୁଣାଇବା ପାଇଁ କୋର୍ଟରେ ନିବେଦନ କରିଥିଲେ |

{"id":63578}

ପ୍ରଭୁ ରାମମୂର୍ତ୍ତି ଏଚ-୨ବି ଭିସାରେ ଆମେରିକା ଯାଇଥିଲେ | ତେବେ ଦଣ୍ଡ ସମ୍ପୂର୍ଣ ହେବା ପରେ ରାମମୂର୍ତ୍ତିକୁ ପୁଣି ଭାରତକୁ ପଠାଇ ଦିଆଯିବ ବୋଲି କୋର୍ଟ କହିଛନ୍ତି | କୋର୍ଟରେ ଶୁଣାଣି ବେଳେ ରାମମୂର୍ତ୍ତି ନିଜେ ଇଂରାଜୀ ଜାଣିନଥିବା କହିଥିଲେ | କିନ୍ତୁ ଖବର ଅନୁଯାୟୀ ସେ ଏକ ଭଲ କମ୍ପାନୀରେ ଚାକିରୀ କରୁଥିଲେ | ଆମେରିକା କୋର୍ଟରେ ସମସ୍ତ ତଥ୍ୟ ପ୍ରମାଣ ଅନୁଯାୟୀ, ରାମମୂର୍ତ୍ତି ଜାନୁଆରୀ ୩ ତାରିଖରେ ବିମାନରେ ଶୋଇଥିବା ଜଣେ ମହିଳା ଯାତ୍ରୀଙ୍କୁ ଯୌନ ଶୋଷଣ କରିଥିଲେ | ସରକାରୀ ଓକିଲ କୋର୍ଟରେ ସମସ୍ତ ଡିଜିଟାଲ ପ୍ରମାଣ ଉପସ୍ଥାପନ କରିଥିଲେ |

ବିମାନଟି ଲସ ଭେଗାସରୁ ଡେଟ୍ରାୟଟ ଯାଉଥିଲା | ରାମମୂର୍ତ୍ତି ଶୋଇଥିବା ମହିଳା ଯାତ୍ରୀଙ୍କୁ ଯୌନ ଶୋଷଣ କରିବାବେଳେ ତାଙ୍କ ପତ୍ନୀ ମଧ୍ୟ ପାଖରେ ବସିଥିଲେ | ମହିଳାଙ୍କ ନିଦ ଯେତେବେଳେ ଭାଙ୍ଗିଲା ସେତେବେଳେ ତାଙ୍କ ଡ୍ରେସ ଅସ୍ତ ବ୍ୟସ୍ତ ଅବସ୍ଥାରେ ଥିବା ଦେଖିଥିଲେ | ସେ ସଂଗେ ସାଙ୍ଗ ଫ୍ଲାଇଟ ଆଟେଣ୍ଡେଣ୍ଟଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ | 

{"id":63586,"width":600,"height":374}

ଏଫବିଆଇ ସୂଚନା ଅନୁସାରେ, ବିମାନ ଭିତରେ ଦୁଷ୍କର୍ମ ଘଟଣା ଦିନକୁ ଦିନ  ବୃଦ୍ଧି ପାଉଛି | ୨୦୧୪ ମସିହାରୁ ୨୦୧୭ ମସିହା ମଧ୍ୟରେ ଚଳନ୍ତା ବିମାନ ଭିତରେ ଯୌନ ଶୋଷଣ  ଘଟଣା ୬୬ ପ୍ରତିଶତ ବୃଦ୍ଧି ପାଇଛି | ଏହାର କାରଣ ହେଉଛି,  ବିମାନ ଭିତରେ ଜାଗା କମ ଥିବା, ଯାତ୍ରୀ ନିଶାସକ୍ତ ଅବସ୍ଥାରେ ରହିବା, କମ ସଂଖ୍ୟକ ଆଟେଣ୍ଡେଣ୍ଟ ଏବଂ ରାତି ଫ୍ଲାଇଟ ଅନ୍ଧାର ରହିବା ଯୋଗୁଁ ଏସବୁ ଘଟଣା ଘଟୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.