ସାବାସ୍‌ ସହିନା ! ବସ୍ତିରେ ରହୁଥିଲେ ବାପା, ଝିଅ ହେଲେ ମାଇକ୍ରୋସଫ୍ଟର ପ୍ରଡକ୍ଟ ମ୍ୟାନେଜର...

Published By : Prameya-News7 Bureau | January 28, 2022 IST

ମୁମ୍ବାଇ ୨୮/୦୧ : ଆମେ ଅନେକ କାହାଣୀ ଶୁଣିଛେ, ଯାହା ଆମକୁ ଖୁବ୍‌ ଉତ୍ସାହିତ କରେ ଓ ଆଗକୁ ବଢିବାକୁ ମନୋବଳ ବଢାଏ। ଇଏ ବି ସେମିତି ଜଣେ ଝିଅର କାହାଣୀ।  ଯହାର ନାଁ ଶ୍ରୀମତି ସହିନା ଅଟରୱାଲା। ଏବେ ସେ  ମାଇକ୍ରୋସଫ୍ଟର ପ୍ରଡକ୍ଟ ଡିଜାଇନ୍‌ ମ୍ୟାନେଜର।  ବସ୍ତିରୁ ମୁମ୍ବାଇର ଆପାର୍ଟମେଣ୍ଟର ପର୍ଯ୍ୟନ୍ତ ଯାତ୍ରା କେମିତି ଥିଲା। ସେ  ନିଜ ଅନୁଭୂତି ସେୟାର କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନେଟ୍‌ ପ୍ଲିକ୍ସ ଏକ ସିରିଜରେ ସେ  ତାଙ୍କ ପୁରୁଣା ଘର ଦେଖିବା ପରେ  ନିଜ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି।   ସେ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, ‘ବ୍ୟାଡ୍ ବୟ ବିଲିଅନାରିସ୍- ଇଣ୍ଡିଆ’ରେ  ମୁମ୍ବାଇ ଏକ ପୁରୁଣା ବସ୍ତିକୁ ଦେଖାଯାଇଛି। ଯେଉଁଠି ୨୦୧୫ରେ ମୁଁ ରହୁଥିଲି।  ଫଟୋରେ ଆପଣମାନେ ଦେଖୁଥିବା ଘର ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ମୋର।‘’

wp:html /wp:html

ସହିନା ଏକ ଟିଭି କାର୍ଯ୍ୟକ୍ରମରେ ରଖିଛନ୍ତି ନିଜ ଅନୁଭୂତି ଓ ଅନୁଭବର କଥା।  କହିଛନ୍ତି, '' ମୁଁ ବାନ୍ଦ୍ରା ରେଳ ଷ୍ଟେସନ ନିକଟ ଦାର୍ଗା ଗାଲୀ ବସ୍ତିରେ ରହୁଥିଲି। ବାପା ଉତ୍ତରପ୍ରଦେଶରୁ ଆସି ମୁମ୍ବାଇରେ ରହୁଥିଲେ ଆଉ ବୁଲି ବୁଲି ତେଲ ବିକୁଥିଲେ। ବସ୍ତି ଭିତରେ ଜୀବନ ଖୁବ୍‌ କଠିନ ଥିଲା। ସେଠାରେ  ଖୁବ୍‌ ଜଟିଳ ପରିସ୍ଥିତ, ଲିଙ୍ଗଗତ ପକ୍ଷପାତିତା ଏବଂ ଯୌନ ଉତ୍ପୀଡ଼ନର ସମ୍ମୁଖୀନ ହେବାକୁ ପଡିଥିଲା।  ​​କିନ୍ତୁ ଏହା ଭିତରେ  ଶିଖିବା ଏବଂ ଏକ ଭିନ୍ନ ଜୀବନର ପରିକଳ୍ପନା କରିବା ପାଇଁ ମୁଁ ସବୁବେଳେ ଚେଷ୍ଟା କରୁଥିଲି।  ୧୫ ବର୍ଷ ବୟସରେ ମୁଁ ଦେଖିଥିଲି ଯେ ମୋ ଚାରିପାଖରେ ଥିବା ଅନେକ ମହିଳା ଅସହାୟ, ନିର୍ଭରଶୀଳ, ନିର୍ଯାତିତ ଥିଲେ । ସେମାନଙ୍କର ନିଜସ୍ୱ କୌଣସି ପସନ୍ଦ ନଥିଲା ଓ ନିଜ ଇଚ୍ଛାରେ ବଞ୍ଚିବାରେ କୌଣସି ସ୍ୱାଧିନତା ନଥିଲା କିନ୍ତୁ ମୁଁ ସେଭଳି ଭାଗ୍ୟ ଚାହୁଁ ନଥିଲି।''

wp:html /wp:html

ସହିନା ପ୍ରଥମ ଥର ବିଦ୍ୟାଳୟରେ ଏକ କମ୍ପ୍ୟୁଟର ଦେଖିଥିଲେ। ଯାହା ପ୍ରତି ସେ ଖୁବ୍‌ ଆକର୍ଷିତ ହୋଇଥିଲେ।  ତାଙ୍କୁ କୌଣସି ବାଧା ଅଟକାଇ ପାରିନଥିଲା। ପ୍ରତ୍ୟାଖାନ ସତ୍ତ୍ବେ ସେ ଟେକ୍ନୋଲୋଜିରେ କ୍ୟାରିୟର କରିବାର ସ୍ୱପ୍ନ ଦେଖିଥିଲେ । କମ୍ପ୍ୟୁଟର କ୍ଲାସରେ ଆଡମିସନ୍‌ କରିବାକୁ ଶାହିନା ତାଙ୍କ ବାପାଙ୍କୁ ଟଙ୍କା ମାଗିଥିଲେ। ଆଉ  ନିଜ କମ୍ପ୍ୟୁଟର କ୍ଲାସ୍‌ କରିବାକୁ ଅନେକଥର ମଧ୍ୟାହ୍ନ ଭୋଜନ ବି କରୁନଥିଲେ।

wp:html /wp:html

ଧିରେ ଧିରେ ସେ ଆଗକୁ ବଢିଲେ,  ପ୍ରୋଗ୍ରାମିଂ ଛାଡି ଡିଜାଇନରେ କ୍ୟାରିୟର କରିବାକୁ ପସନ୍ଦ କରିଥିଲେ।  ବହୁ ବର୍ଷର ପରିଶ୍ରମ ପରେ, ଗତବର୍ଷ ସେ ଚାକିରି ପାଇବା ପରେ ନିଜ ପରିବାର ସହ ଏକ ଆପାର୍ଟମେଣ୍ଟକୁ ଚାଲିଯାଇଥିଲେ।

 ସାହିନା ଟ୍ୱିଟ୍‌ କରି ଲେଖିଛନ୍ତି, "ଦୀର୍ଘ ଦଶନ୍ଧି ଧରି ବସ୍ତିରେ ରହିବା। ଆମପାଇଁ ନିଜର ସବୁ ସୁଖ ଭୁଲି ଯାଇଥିବା ସେହି ବାପାଙ୍କୁ ପ୍ରଣାମ।  ତାଙ୍କ କଷ୍ଟ, ତ୍ୟାଗ ଓ ଧର୍ଯ୍ୟ ପାଇଁ ଉନ୍ନତ ଜୀବନ ପାଇ ପାରିଛୁ। ବାପାଙ୍କ କଷ୍ଟ ଦେଖିବା ଜଣେ ଝିଅ ପକ୍ଷେ ଖୁବ୍‌ କଷ୍ଟକର। ତେଣୁ  କଠିନ ପରିଶ୍ରମ ଏବଂ ସଂଘର୍ଷକୁ ବାଛିବା।"

wp:html /wp:html

ସହିନାଙ୍କ ଏହି  ଟ୍ୱିଟକୁ ୪,000ରୁ ଅଧିକ 'ଲାଇକ୍' ଓ ଶହ ଶହ କମେଣ୍ଟ ମିଳିଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.