Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ଶୋଇଥିବା ପ୍ରେମିକଙ୍କୁ ଜିଅନ୍ତା ଜାଳି ଦେଲା ପ୍ରେମିକା, ଜାଣନ୍ତୁ ପୂରା ଘଟଣା

18/10/2019 at 12:39 PM

ନୂଆଦିଲ୍ଲୀ୧୮|୧୦: ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଶୋଇଥିବା ଅବସ୍ଥାରେ ପ୍ରେମିକା ଜିଅନ୍ତା ଜାଳି ଦେଇଛି। ୩୨ ବର୍ଷ ବୟସ୍କା ଗିନା ଭର୍ଗିଲିଓ ନିଜ ପ୍ରେମିକଙ୍କୁ ଜିଅନ୍ତା​‌ ଜାଳି ଦେବା ଘଟଣା ଚାରିଆଡ଼େ ଚର୍ଚ୍ଚା ହେଉଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଗିନା ବିରୋଧରେ ଅଦାଲତ ରାୟ ଶୁଣାଇଛନ୍ତି। ଆମେରିକାର ଅଲସ୍କାରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।

ଅଦାଲତରେ ଗିନା ନିଜର ସବୁ ଦୋଷ ସ୍ବୀକାର କରିଛି। ପ୍ରେମିକ ମାଇକେଲ ଗୋନ୍‌ଜାଲଞ୍ଜ ସୋଫା ଉପରେ ଶୋଇଥିବା ଅବସ୍ଥାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା କଥା ଗିନା ଅଦାତଲରେ କହିଛି। ନିଆଁ ଚାରିଆଡ଼େ ଖେଳିଯିବା ପରେ ମାଇକେଲ ଚିତ୍କାର କରି ସାହାଯ୍ୟ ମାଗିଥିଲେ। ହେଲେ ଘରର ବାହାର ପାଖରୁ ଗିନା କବାଟ ବନ୍ଦ କରି କୁଆଡ଼େ ଫେରାର ହୋଇଯାଇଥିଲା।

ସୂଚନାଯୋଗ୍ୟ ଯେ ମାଇକେଲଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ଗିନାକୁ ଅଦାଲତ ୯୯ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପୁଣି ଅଦାଲତ ଦେଇଥିବା ଦଣ୍ଡାଦେଶରୁ ୩୯ ବର୍ଷ ତାଙ୍କ ପାଇଁ କୋହଳ କରିଥିଲେ। ଅଦାଲତ ରାୟ ଦେବା ସମୟରେ ଗିନା ମଧ୍ୟ କାନ୍ଦିଥିଲା।

ଏବେ ଗିନାର ମାନସିକ ସ୍ଥିତି ଠିକ୍‌ ନାହିଁ ବୋଲି ଅଦାଲତ ସୂଚନା  ମିଳିଛି। ନିଶାସକ୍ତ ଅବସ୍ଥାରେ ଗିନା ଏଭଳି କରିଥିବା କଥା ସେ ଅଦାଲତରେ କହିଛି। ପ୍ରେମିକଙ୍କ ହତ୍ୟା ଘଟଣାରେ ଗିନା ମଧ୍ୟ ଅନୁତାପ କରିଛି।  ଗିନାର ଭାଇ ରେଜିନାଲ୍ଡଙ୍କ କହିବା ଅନୁସାରେ ୨୦ ବର୍ଷ ବୟସରୁ ଗିନା ଡ୍ରଗ୍ସ ନେବା ଆରମ୍ଭ କରିଥିଲା। ୨୦୧୨ ମସିହା ଜାନୁଆରୀ ମାସରେ ନିଶାଗ୍ରସ୍ତ ଅବସ୍ଥାରେ ସେ ଦୁଇ ସପ୍ତାହ ପର୍ଯ୍ୟନ୍ତ କୁଆଡ଼େ ଗାୟବ ହୋଇଥିବା କଥା ଗିନାର ଭାଇ କହିଛନ୍ତି।

   Related Posts