Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

୭ ଘଣ୍ଟାରୁ କମ ଶୋଇଲେ ନଷ୍ଟ ହୋଇପାରେ ଡିଏନଏ

12/02/2019 at 4:12 PM

ଭୁବନେଶ୍ୱର ୧୨/୨ : ଆମେ ସମସ୍ତେ ଜାଣିଛୁ ଯେ, ସୁସ୍ଥ ରହିବା ପାଇଁ ମଣିଷର ନିଦ ସମ୍ପୂର୍ଣ ହେବା ଦରକାର | ଭଲ ସ୍ୱାସ୍ଥ୍ୟ ପାଇଁ ମଣିଷକୁ ୭ ଘଣ୍ଟା ଶୋଇବା ନିହାତି ଦରକାର | ଏକଥା ପ୍ରାୟ ସମସ୍ତେ ଜାଣିଛୁ | କିନ୍ତୁ ଯଦି ଆପଣ ୭ ଘଣ୍ଟାରୁ କମ ସୋଇଛନ୍ତି ତା’ହେଲେ ଏହା ଆପଣଙ୍କ ପାଇଁ ଚିନ୍ତାର ବିଷୟ | ଏନେଇ ନିକଟରେ ଏକ ରିସର୍ଚ୍ଚ କରାଯାଇଥିଲା | ଏକ ନୂଆ ଷ୍ଟଡିରେ ବୈଜ୍ଞାନିକମାନେ କହିଛନ୍ତି ଯେ, ୭ ଘଣ୍ଟାରୁ କମ ସମୟ ଶୋଇଲେ ମଣିଷର ଡିଏନଏ ସବୁଦିନ ପାଇଁ ନଷ୍ଟ ହୋଇଯାଇଥାଏ | ଏହାସହ କ୍ୟାନସର ଭଳି ଭୟଙ୍କର ରୋଗ ହେବାର ସମ୍ଭାବନା ମଧ୍ୟ ରହିଥାଏ |


ନିଦ ସମ୍ପୂର୍ଣ ନହେଲେ ଡିଏନଏ ନିଜର କ୍ଷତିପୂରଣ କ୍ଷମତା କମିଯାଇଥାଏ | ଯାହାଫଳରେ ଅନେକ ବଂଶଗତ ରୋଗର ସମ୍ଭାବନା ବଢି ଯାଇଥାଏ | ଯେଉଁ ଡାକ୍ତରମାନେ ନାଇଟ ସିଫ୍ଟ କରନ୍ତି ତାଙ୍କ ଉପରେ ଏହି ପରୀକ୍ଷା କରାଯାଇଥିଲା |
ବୈଜ୍ଞାନିକଙ୍କ ଅନୁଯାୟୀ, ସୁସ୍ଥ ରହିବା ପାଇଁ ୭ ଘଣ୍ଟା ଶୋଇବା ନିହାତି ଆବଶ୍ୟକ | କିନ୍ତୁ ଆଧୁନିକ ଯୁଗରେ ଅଧିକାଂଶ ଲୋକ ୫ରୁ ୬ ଘଣ୍ଟା ହିଁ ଶୋଉଛନ୍ତି |


ହଂକଂ ୟୁନିଭର୍ସିଟିର ବୈଜ୍ଞାନିକ ଏନେଇ ରିସର୍ଚ୍ଚ କରିଥିଲେ | ଏହି ପରୀକ୍ଷାରେ ୨ଟି ହସ୍ପିଟାଲର ୪୯ ଡାକ୍ତରଙ୍କୁ ସାମିଲ କରାଯାଇଥିଲା | ୪୯ ଡାକ୍ତରଙ୍କ ମଧ୍ୟରୁ ୨୪ ଡାକ୍ତର ରାତି ସାରା ଡ୍ୟୁଟି କରିଥିଲେ | ଏହାପରେ ଡାକ୍ତରମାନେ ପରବର୍ତ୍ତି ଦିନ ଦ୍ବିପ୍ରହରରୁ ପୁଣି ଆସନ୍ତା ସକାଳ ଯାଏଁ ଡ୍ୟୁଟି କରିଥିଲେ | ଡ୍ୟୁଟିରେ ଥିବା ଡାକ୍ତର କେବଳ ୨ରୁ ୪ ଘଣ୍ଟା ହିଁ ଶୋଇଥିଲେ | ଏମାନଙ୍କ ମଧ୍ୟରୁ ଆଉ କିଛି ଡାକ୍ତର ମାତ୍ର ଘଣ୍ଟେ ହିଁ ଶୋଇପାରିଥିଲେ |


ବୈଜ୍ଞାନିକଙ୍କ ଟିମ ଦୁଇଥର ଡାକ୍ତରଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲେ | ପ୍ରଥମ ୩ ଦିନ ସୁମ୍ପୂର୍ଣ ନିଦରେ ଶୋଇବା ପରେ ଏବଂ ପରେ ୨ ଦିନ ରାତି ଡ୍ୟୁଟି କରିବା ପରେ ରକ୍ତ ନମୁନା ନିଆଯାଇଥିଲା |


ରକ୍ତ ନମୁନା ପରୀକ୍ଷା ପରେ ଜଣାପଡିଥିଲା ଯେ, ଯେଉଁ ଡାକ୍ତରମାନେ ରାତିସାରା ଡ୍ୟୁଟି କରିଥିଲେ ତାଙ୍କ ଡିଏନଏ ଅନ୍ୟମାନଙ୍କ ତୁଳନାରେ ୩୦ ପ୍ରତିଶତ ଅଧିକ କ୍ଷତି ହୋଇଥିଲା | ଏହାସହ ଯେଉଁ ଡାକ୍ତରମାନେ ରାତି ଡ୍ୟୁଟି କରିଥିଲେ ସେମାନଙ୍କ ଡିଏନଏ ରିପେର ହେବା ପାଇଁ ଅଧିକ ସମୟ ଲାଗିଥିଲା | ଯାହାଫଳରେ ଶରୀରର ଅନେକ କୋଷ ନଷ୍ଟ ହୋଇଯାଇଥିଲା |


ଷ୍ଟଡିର ମୁଖ୍ୟ ବୈଜ୍ଞାନିକ କହିଛନ୍ତି ଯେ, ଡିଏନଏ ନଷ୍ଟ ହେବା ଫଳରେ ଏହାର ତିଆରି ଯେଉଁ ପରିବର୍ତ୍ତନ ଘଟିଥାଏ ତାହା ଆଉ କେବେ ମଧ୍ୟ ରିପେର ହୋଇପାରିନଥାଏ | ଏହାଛଡା ନିଦ ପୁରା ନହେଲେ ଅନେକ ଗମ୍ଭୀର ରୋଗ ହେବାର ମଧ୍ୟ ସମ୍ଭାବନା ରହିଛି | ତେବେ ନିଦ ପୁରା ନହେଲେ ଡିଏନଏ ନଷ୍ଟ ହେବାର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ବୈଜ୍ଞାନିକ କହିଛନ୍ତି ଯେ, ବୟସ ଅନୁସାରେ ଲୋକଙ୍କୁ ନିର୍ଧାରିତ ସମୟରେ ଶୋଇବା ଆବଶ୍ୟକ |


ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଅନୁସାରେ, ୧୮ ରୁ ୬୦ ବର୍ଷ ବୟସ ଲୋକଙ୍କୁ ଅତିକମରେ ୭ ଘଣ୍ଟା ଶୋଇବା ଉଚିତ | ନିଦ ପୁରା ନହେବା ଯୋଗୁଁ ମେଦ ବହୁଳତା, ହୃଦଘାତ, ଡାଇବେଟିସ ଆଦି ରୋଗ ହେବାର ସମ୍ଭାବନା ଅଧିକ ଥାଏ | ଏହାଛଡା ନିଦ ପୁରା ନହେଲେ ମଣିଷ ମୃତ୍ୟୁ ମଧ୍ୟ ଶୀଘ୍ର ହୋଇଥାଏ ବୋଲି କହିଛନ୍ତି ବୈଜ୍ଞାନିକ |

   Related Posts