Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ହ୍ରାସ ହେଲା ଜିପିଏଫ ସୁଧ ହାର, ପ୍ରଭାବିତ ହେବେ ହଜାର ହଜାର ସରକାରୀ କର୍ମଚାରୀ

17/07/2019 at 3:42 PM

ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାର ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ ଜିପିଏଫ ଓ ସମ୍ବଦ୍ଧିତ ଯୋଜନାମାନଙ୍କ ସୁଧହାର ହ୍ରାସ କରିଛନ୍ତି। ଫଳରେ ବିଭିନ୍ନ ସରକାରୀ ସଂସ୍ଥାନରେ କାର୍ଯ୍ୟ କରୁଥିବା ହଜାର ହଜାର କର୍ମଚାରୀଙ୍କ ସ୍ୱାର୍ଥ ପ୍ରଭବିତ ହୋଇଛି। ଜିପିଏଫ ସୁଧହାର ପୂର୍ବରୁ ୮ ପ୍ରତିଶତ ଥିଲା। ତେବେ ସରକାରଙ୍କ ନୂଆ ନିଷ୍ପତ୍ତି ଯୋଗୁ ଏହି ହାର ୭.୯ ପ୍ରତିଶକୁ ଖସି ଆସିଛି। ଜିପିଏଫ ଅର୍ଥାତ ଭବିଷ୍ୟ ନିଧି ପାଣ୍ଠି ନିମନ୍ତେ କର୍ମଚାରୀମାନେ ସେମାନଙ୍କ ମାସିକ ବେତନର ଏକ ଅଂଶ ସଞ୍ଚୟ କରନ୍ତି, ଯାହାକୁ ସେମାନଙ୍କ ଅବସରରେ ପ୍ରଦାନ କରାଯାଇଥାଏ।  କର୍ମଚାରୀଙ୍କ ଭବିଷ୍ୟନିଧି ହ୍ରାସ ନେଇ କେନ୍ଦ୍ର ଅର୍ଥମନ୍ତ୍ରଳାୟ ଏକ ଅଧିସୂଚନା ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।

ଅଧିସୂଚନା ଅନୁସାରେ ଏହି ନୂଆ ସୁଧହାର ୧ ଜୁଲାଇ ୨୦୧୯ରୁ ଲାଗୁ ହେବ। ଜିପିଏଫ ସମ୍ବଦ୍ଧିତ  କଣ୍ଟ୍ରିବ୍ୟୁଟର ପ୍ରୋଭିଡେଣ୍ଟ ଫଣ୍ଡ ସିପିଏଫ, ଅଲ ଇଣ୍ଡିଆ ସର୍ଭିସେଜ୍ ପ୍ରୋଭିଡେଣ୍ଟ ଫଣ୍ଡ, ଷ୍ଟେଟ୍ ରେଲୱେ ପ୍ରୋଭିଡେଣ୍ଟ ଫଣ୍ଡ, ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ(ଡିଫେନ୍ସ ସର୍ଭିସେଜ୍), ଇଣ୍ଡିଆନ ଅର୍ଡାନ୍ସ ଡିପାର୍ଟମେଣ୍ଟ ପ୍ରୋଭିଡେଣ୍ଟ ଫଣ୍ଡ, ଇଣ୍ଡିଆନ ଅର୍ଡାନ୍ସ ଫ୍ୟାକ୍ଟୋରିଜ୍ ୱାର୍କମେନ୍ସ ପ୍ରୋଭିଡେଣ୍ଟ ଫଣ୍ଡ, ଇଣ୍ଡିଆନ ନାଭାଲ ଡକୟାର୍ଡ ୱାର୍କମେନ୍ସ ପ୍ରୋଭିଡେଣ୍ଟ ଫଣ୍ଡ, ଡିଫେନ୍ସ ସର୍ଭିସେଜ୍ ଅଫିସର୍ସ ପ୍ରୋଭିଡେଣ୍ଟ ଫଣ୍ଡ ଓ ଆର୍ମଡ ଫୋର୍ସେସ ପ୍ରୋଭିଡେଣ୍ଟ ଫଣ୍ଡ ସୁଧହାର ମଧ୍ୟ ହ୍ରାସ ହୋଇଛି।

ଏହା ପୂର୍ବରୁ ୨୦୧୮ ମସିହାରେ ପିଏଫ ସୁଧହାରରେ ସଂଶୋଧନ ହୋଇଥିଲା। ୪ ପ୍ରତିଶତ ଥିବା ସୁଧହାରରେ ୪ ପ୍ରତିଶତ ବୃଦ୍ଧି ସହ ୮ ପ୍ରତିଶତରେ ପହଞ୍ଚିଥିଲା। ତେବେ ଗତମାସରେ ସରକାର ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ପିପିଏଫ ଓ ଜାତୀୟ ସଞ୍ଚୟ ସାର୍ଟିଫିକେଟ୍ ଏନଏସସି ସୁଧହାରରେ ୦.୧ ପ୍ରତିଶତ ହ୍ରାସ କରିଥିଲେ। ମାର୍ଚ୍ଚ ୨୦୧୭ରେ ସରକାର ପିଏଫ ନିଧି ଉଠାଣ ନେଇ ଥିବା ନିୟମ କୋହଳ କରିଥିଲେ। ଚାକିରୀ ୧୦ ବର୍ଷ ପୁରଣ କରିଥିବା କର୍ମଚାରୀ ଚାହିଁଲେ ଜରୁରି ଆବଶ୍ୟକତା ନିମନ୍ତେ  ପିଏଫ ଉଠାଣ କରିବାର ବ୍ୟବସ୍ଥା ହୋଇଥିଲା। ପୂର୍ବରୁ ୧୫ ବର୍ଷ ଚାକିରୀ ପରେ କର୍ମଚାରୀ ଏହି ସୁବିଧା ପାଇପାରୁଥିଲେ।

   Related Posts