Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

କୁଲ ନେତାଙ୍କର ଆଙ୍ଗ୍ରି ଅବତାର- ବିଜେଡି ସାସଂଦଙ୍କ ଚାପୁଡା ମରାକୁ ବିରୋଧିଙ୍କ ବିରୋଧ

25/09/2019 at 7:53 PM

ଭୁବନେଶ୍ୱର ୨୯।୦୯ -ଗଜପତି ପାରଳାଖେମୁଣ୍ଡି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଚାପୁଡ଼ା ମରା ଭିଡ଼ିଓ ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଯାହାକୁ ନେଇ ନବୀନ ନିବାସକୁ ସାଂସଦଙ୍କୁ ଡକରା ମିଳିଥିଲା । କୈଫତ ତଲବ ହୋଇଥିଲା । ସାସଂଦ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସେପଟେ ମାଡ ଖାଇଥିବା କର୍ମୀ ସଂଗ୍ରାମ କିଶୋର ସାହୁ ଖୋଦ୍ ଏ ଘଟଣାକୁ ଖଣ୍ଡନ କରିଛନ୍ତି।  ସେ ଘଟଣାକୁ ଖୁବ୍ ହାଲ୍‌କା ଭାବେ ନେଇଥିବା ବେଳେ ସାଂସଦଙ୍କ ଆଚରଣ ତାଙ୍କୁ ଖରାପ ଲାଗି ନଥିବା ପ୍ରକାଶ କରିଛନ୍ତି ।

ସର୍ବ ସମ୍ମୁଖରେ ବିଜେଡି କର୍ମିଙ୍କୁ ଦଳୀୟ ସାଂସଦଙ୍କ ଚାପୁଡା । ତାହା ପୁଣି ବିଜେଡି କାର୍ଯ୍ୟକ୍ରମରେ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଦଳୀୟ ନେତାଙ୍କୁ ମାରିଛନ୍ତି ଏଭଳି ଶକ୍ତ ଚାପୁଡା । ସାଂସଦଙ୍କ ଚାପୁଡା ମାଡରେ ସ୍ତବ୍ଧ ହୋଇଯାଇଛନ୍ତି ମାଡ ଖାଇଥିବା କର୍ମୀ । ସାଂସଦଙ୍କ ଏଭଳି ହାବଭାବରେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି କାର୍ଯ୍ୟକ୍ରମରେ ସାମିଲ ଥିବା ସମସ୍ତ ନେତା ଓ କର୍ମୀ । ପ୍ରଶ୍ନ ଉଠୁଛି, କଣ ଏମିତି ଭୁଲ ହୋଇଗଲା ଯେ ସାଂସଦ ନିଜ ରାଗକୁ କାବୁ କରି ପାରି ନଥିଲେ । ସମସ୍ତଙ୍କ ସାମ୍ନାରେ, ଗଣମାଧ୍ୟମ ଆଗରେ ଏକ ପବ୍ଲିକ କାର୍ଯ୍ୟକ୍ରମରେ କିଭଳି ନିଜ ଦଳର କର୍ମୀଙ୍କୁ ମାଡ ମାରିବାକୁ ହାତ ଉଠିଲା ସାଂସଦଙ୍କର । ସେନେଇ ବିଭିନ୍ନସ୍ତରରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସାଂସଦଙ୍କ ଚାପୁଡା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତନାଘନା ଆରମ୍ଭ ହୋଇଛି । ଦଳ ଏହାକୁ ସିରିୟସ ଭାବେ ନେଇଛି । ନବୀନ ନିବାସ ଡକାଇ ସାଂସଦଙ୍କଠୁ କୈଫତ ତଲବ କରିଛନ୍ତି ନବୀନ । ସାଂସଦ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସେପଟେ ଥାପଡ ଖାଇଥିବା କର୍ମୀ ଦଳ ଚାପରେ ମୁହଁ ଖୋଲିବାକୁ ନାରାଜ । କର୍ମୀ ଜଣଙ୍କ କହିଛନ୍ତି ଯେ ସାଂସଦ ତାଙ୍କ ସଂପର୍କିୟ ହୋଇଥିବାରୁ ତାଗିଦ୍ କରୁଥିଲେ ।

ଯେତେବେଳେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ବିଧାୟକ ଓ ସାଂସଦଙ୍କୁ ନମ୍ର, ଭଦ୍ର ହୋଇ ସାଧାରଣ ଜୀବନ ଯାପନ କରିବା କଥା କହୁଛନ୍ତି ଏବଂ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ ପାଇଁ ଦାବି କରୁଛନ୍ତି ସେତେବେଳେ ସାଂସଦଙ୍କ ଏପରି ଆଚରଣ ଦଳପାଇଁ ମୁଣ୍ଡବିନ୍ଧା ପାଲଟିଛି ।ଦଳର ବହୁ ନେତା ବି ସାଂସଦଙ୍କ ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି । କହିଛନ୍ତି ନେତାଙ୍କ ଆଚରଣରେ ଶାଳୀନତା ରହିବା ଦରକାର । ହେଲେ ବିରୋଧୀ କିନ୍ତୁ ନିଶାନା ସାଧିବାକୁ ଭୁଲିନାହାଁନ୍ତି ।

ବିଭିନ୍ନ ସଭା ସମିତିରେ ନେତାମାନେ କର୍ମୀଙ୍କ ଉପରକୁ ହାତ ଉଠାଇବା ନୂଆକଥା ନୁହେଁ । ହେଲେ ସାଂସଦ ଚନ୍ଦ୍ର ଶେଖର ସାହୁ ଜଣେ କୁଲ୍ ମିଜାଜର ନେତା ଭାବେ ଜଣାଶୁଣା । ତାଙ୍କର ଏଭଳି ଅବତାର କର୍ମୀଙ୍କ ହଜମ୍ ହୋଇନି ।

   Related Posts