Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମୁକୁଳା ଡ୍ରେନ୍ ଉପରେ ପଡିବ ସ୍ଲାବ୍, ଉଚ୍ଛେଦ ହେବ ଜବରଦଖଲ

5/10/2021 at 4:59 PM

ଭୁବନେଶ୍ବର ୫।୧୦: ବଦଳିବ ସହରର ଡ୍ରେନ୍ ଡିଜାଇନ୍ । ଡ୍ରେନରୁ ଜବର ଦଖଲ ବି ଉଠିବ । ଡ୍ରେନର ଦୁଇ କଡରେ ଲାଗିବ ୧୦ ଫୁଟ ଉଚ୍ଚତାର ନେଟ୍ । ଦେଶର ବଡ ବଡ ସହରରେ ହୋଇଥିବା ଅତ୍ୟାଧୁନିକ ଡ୍ରେନ ଶୈଳୀରେ କଟକ ଓ ଭୁବନେଶ୍ବରରେ ଡ୍ରେନ୍ ନିର୍ମାଣ ହେବ । ଏଥିପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ ହୋଇ ଫେବୃୟାରୀ ସୁଦ୍ଧା ଡ୍ରେନ୍ ନିର୍ମାଣ ଓ ମୁକୁଳା ଡ୍ରେନ୍ କଭର କରିବା ନେଇ ଚୂଡାନ୍ତ ଟେଣ୍ଡର ପ୍ରକ୍ରିୟା ସରିବ । ମଙ୍ଗଳବାର ବିଧାନସଭା ନଗର ଉନ୍ନୟନ ବିଭାଗ ଷ୍ଟାଡିଙ୍ଗ କମିଟି ବୈଠକରେ ଡ୍ରେନେଜ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ଏହି ନିଷ୍ପତ୍ତି ହୋଇଛି । ନିକଟରେ  ରାଜଧାନୀର ୮ ନମ୍ବର ଡ୍ରେନରେ ଭାସି ଜଣେ ଛାତ୍ରଙ୍କ ଜୀବନ ଯିବା ପରେ ବିଭାଗର ଏବେ ଚେତା ପସିଛି । ପ୍ରଥମେ ମୁକୁଳା ଡ୍ରେନ୍ ଉପରେ ଅସ୍ଥାୟୀ ବ୍ୟାରିକେଟ୍ ନିର୍ମାଣ ହୋଇଛି । ତେବେ ସହରର ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ କମିଟି ସରକାରଙ୍କୁ ଏମିତି ପ୍ରସ୍ତାବ ଦେଇଛି ।  ଡ୍ରେନ୍ ଜବର ଦଖଲ ଓ କ୍ୟାଚେମେଣ୍ଟ ଏରିଆ କମ୍ ଥିବାରୁ ଏମିତି ସମସ୍ୟା ହୋଇଥିବାରୁ ଏହାର ସମାଧାନ ଲାଗି ନିଷ୍ପତ୍ତି ହୋଇଛି ।

ସହରରେ ୧୩ଟି ବଡ ଡ୍ରେନ୍ ରହିଛି । ସେଥିରୁ ୭୫ଟି ଜାଗାରେ ବିପଦ ସଙ୍କୁଳ ଅବସ୍ଥାରେ ଅଛି । ଜବର ଦଖଲ ଓ ପୋତିହେବା କାରଣରୁ  ଡ୍ରେନରେ ଜଳ ଧାରଣ କ୍ଷମତା ବଢିଯିବ । ଡ୍ରେନ ନିର୍ମାଣରେ ବାଧକ ସାଜୁଥିବା ଘରୋଇ ଜମିକୁ ତୁରନ୍ତ ଅଧିଗ୍ରହଣ କରି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି ।  ଆରଆଣ୍ଡବି, ବିଏମସି ଓ ଜାତୀୟ ରାଜପଥ ଆଦି ଭିନ୍ନ ଭିନ୍ନ ବିଭାଗର ରାସ୍ତା ସହରରେ ଥିବାରୁ ବିଭାଗ ଭିତରେ ସମନ୍ବୟ ଅଭାବରୁ ଡ୍ରେନ୍ ସମସ୍ୟା ବଢୁଛି ବୋଲି କମିଟି ଅନୁଭବ କରିଛି । ତେବେ ନୂଆ ଡ୍ରେନର କେତେ ଆବଶ୍ୟକତା ଅଛି ଓ ଡ୍ରେନର ଡିଜାଇନ କିପରି ହେବ ତାର ଆକଳନ କରିବାକୁ ଏକ୍ସପର୍ଟ ଟିମ୍ ଗଠନ କରିବାକୁ ନିଷ୍ପତ୍ତି ନିଆଯଇଛି ।  

   Related Posts