ଏହି ଆଠ ଖେଳାଳିଙ୍କ ବିନା ପଡିଆକୁ ଓହ୍ଲାଇବ ଭାରତୀୟ ଦଳ, ଆଜି ଏବଂ କାଲି ଖେଳାଯିବ ଶେଷ ୨ ମ୍ୟାଚ୍

Published By : Prameya-News7 Bureau | July 28, 2021 IST

କଲୋମ୍ବୋ ୨୮।୦୭: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ଵିତୀୟ ଏବଂ ତୃତୀୟ ମୁକାବିଲା ଆଜି ଏବଂ ଆସନ୍ତାକାଲି ଖେଳାଯିବ। ହେଲେ ଭାରତୀୟ ଦଳର ମୋଟ୍ ଆଠ ଜଣ ଖେଳାଳି ମ୍ୟାଚ୍ ଖେଳି ପାରିବେ ନାହିଁ। ଦଳର ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ମଙ୍ଗଳବାର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ସାତ ଦିନ ପୃଥକବାସରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସାତ ଅନ୍ୟ ଖେଳାଳି ପୃଥ୍ଵୀ ଶ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ଚହର, ମନୀଷ ପାଣ୍ଡେ, ଇଶାନ କିଶନ ଓ କୃଷ୍ଣପ୍ପା ଗୌତମ ମଧ୍ୟ ଶେଷ ଦୁଇଟି ମ୍ୟାଚ୍ ଖେଳି ପାରିବେ ନାହିଁ।

ସମାଚାର ଏଜେନ୍ସି ଏଏନଆଇ ସୂତ୍ର ଅନୁଯାୟୀ, ଗତକାଲି ସ୍ଥଗିତ ହୋଇଥିବା ଟି-୨୦ ସିରିଜ୍‌ର ଦ୍ଵିତୀୟ ମୁକାବିଲା ଆଜି ଖେଳାଯିବ। ସେହି ପରି ତୃତୀୟ ମୁକାବିଲା ଗୁରୁବାର ନିର୍ଦ୍ଧାରିତ ସମୟରେ ଖେଳାଯିବ। ହେଲେ ୮ ଖେଳାଳି ବାଦ୍ ପଡିବା ପରେ ଭାରତୀୟ ଦଳ ପାଖରେ ଚୂଡାନ୍ତ ଏକାଦଶ ଚୟନ କରିବାର ଆଉ କିଛି ବିକଳ୍ପ ମଧ୍ୟ ନାହିଁ। ଶିଖର ଧାଓ୍ଵନଙ୍କ ନେତୃତ୍ଵରେ ୨୦ ଜଣିଆ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଆସିଛି। ଏଥିସହ ଦଳରେ ଚାରି ଜଣ ଷ୍ଟାଣ୍ଡବାଇ ନେଟ୍ ବୋଲର ମଧ୍ୟ ସାମିଲ୍।

wp:html /wp:html

ଭାରତୀୟ ଦଳ ପ୍ରଥମ ଟି-୨୦ ଜିତି ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏବେ ବାକି ଦୁଇଟି ମ୍ୟାଚ୍ ପାଇଁ ବାକି ଖେଳାଳିଙ୍କୁ ନେଇ ଭାରତୀୟ ଦଳ ପଡିଆକୁ ଓହ୍ଲାଇବ। ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ଵୀ ଶ ଇଂଲଣ୍ଡ ଗସ୍ତ କରିବା ନେଇ ମଧ୍ୟ ସଂଶୟ ଉପୁଜିଛି। ଏହି ଦୁଇ ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ ପାଇଁ ବଦଳ ଖେଳାଳି ପାଇଁ ଚୟନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.