Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଚଳିତବର୍ଷ ସ୍ୱଭାବିକ ମୌସୁମୀ, ସାଧାରଣରୁ ସାମାନ୍ୟ ଅଧିକ ହୋଇପାରେ ବର୍ଷା : Skymet weather

13/04/2021 at 8:13 PM

ନୂଆଦିଲ୍ଲୀ ୧୩।୪: ଭାରତ ଲାଗି ମୌସମୁୀ ପୂର୍ବାନୁମାନ କରିଛନ୍ତି  ସ୍କାଏମେଟ୍‌ ୱେଦର। ଏଥିରେ ଲଗାତାର ତୃତୀୟ ବର୍ଷ ଭାରତରେ ମୌସୁମୀ ସ୍ୱଭାବିକ ରହିବ ବୋଲି ଆକଳନ କରିଥିବା ବେଳେ ସାଧାରଣରୁ ସାମାନ୍ୟ ଅଧିକ ବର୍ଷା ହୋଇପାରେ ବୋଲି ଆକଳନ କରିଛନ୍ତି।  ସ୍କାଏମେଟ୍‌ ଏକ ଘରୋଇ ପାଣିପାଗ ପୂର୍ବାନୁମାନ ଓ ନିରକ୍ଷଣକାରୀ ସଂସ୍ଥା, ମଙ୍ଗଳବାର ତାଙ୍କର ଏହି ଆକଳନ ଘୋଷଣା କରିଛନ୍ତି। 

ସ୍କାଏମେଟ୍‌ଙ୍କ ପୂର୍ବାନୁମାନ ଅନୁସାରେ ଜୁନ-ସେପ୍ଟେମ୍ବରରେ ସାଧାରଣ ଓ ସୁସ୍ଥ ମୌସୁମୀ ଅନୁଭୂତ ହୋଇପାରେ। ତେବେ ପୂର୍ବାନୁମାନରେ ଉତ୍ତର ଭାରତ ସମତଳ ସମେତ ଉତ୍ତରାଞ୍ଚଳର କେତେକ ସ୍ଥାନ ବର୍ଷାଭାବର ସମ୍ମୁଖୀନ ହେବା ନେଇ ଆଶଙ୍କା କରିଛନ୍ତି।  ଏ ନେଇ ସ୍କାଏମେଟ୍‌ ତାଙ୍କ ୱେବ୍‌ ସାଇଟ୍‌ରେ ବିସ୍ତୃତ ସୂଚନା ଦେଇଥିବା ବେଳେ ଜୁନ-ସେପ୍ଟେମ୍ବର ୪ମାସର ଦୀର୍ଘାବଧି ହାରାହାରି (ଏଲପିଏ)ରେ ୧୦୩ ପ୍ରତିଶତ ବର୍ଷାନୁମାନ କରିଛନ୍ତି। ପାଣିପାଗ ନିରୀକ୍ଷଣ ସଂସ୍ଥା ଏ ନେଇ ଗତ ଜାନୁୟାରୀରେ ମଧ୍ୟ ଏକ ଆକଳନ ଜାରି କରିଥିବା ବେଳେ ଏ ବର୍ଷ ମଧ୍ୟ ଭାରତ ଲାଗି ଏକ ସ୍ୱଭାବିକ ମୌସୁମୀର ପୂର୍ବାନୁମାନ କରିଥିଲେ।

ଏଜେନ୍ସୀଙ୍କ ୱେବ୍‌ସାଇଟ୍‌ରେ ମୌସୁମୀର ଘନ କାଳ ଜୁଲାଇ-ଅଗଷ୍ଟରେ ଅନ୍ତରୀଣ କର୍ଣ୍ଣାଟକରେ ବୃଷ୍ଟି ହ୍ରାସ ଆଶଙ୍କା କରିଛନ୍ତି। ତେବେ ଜୁନ ପ୍ରଥମ ସପ୍ତାହରୁ ସେପ୍ଟେମ୍ବରରେ ମୌସୁମୀ ପ୍ରତ୍ୟାହାର ପର୍ଯ୍ୟନ୍ତ ଦେସବ୍ୟାପୀ ଭଲ ବର୍ଷବଣ୍ଟନ ସୁନିଶ୍ଚିତ କରୁଥିବା ସୂଚିତ କରିଛନ୍ତି। ଗତବର୍ଷ ପ୍ରଶାନ ମହାସାଗରରେ ଲା ନିନା ପ୍ରଭାବ ଅନୁଭୂତ ହୋଇଥିଲା। ତେବେ ପ୍ରଭାବ ଭାରତର ମୌସୁମୀଋତୁରେ ନିରପେକ୍ଷ ରହିପାରେ ବୋଲି ଆକଳନ କରାଯାଇଛି।

ମହାସାଗରରେ ଲା ନିନା ମୌସୁମୀକୁ ଦିଗଭ୍ରଷ୍ଟ କରିଥାଏ। ତେବେ ଏଥର ପାଣିପାଗ ଏଥିଯୋଗୁ ବିଭ୍ରାନ୍ତ ହେବ ନାହିଁ ବୋଲି ସ୍କାଏମେଟ୍ ସିଇଓ ଯୋଗେଶ ପାଟିଲ ଆକଳନ କରିଛନ୍ତି। ଭାରତୀୟ ଅର୍ଥନୀତି ଲାଗି ମୌସୁମୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦେଶରେ ବାର୍ଷିକ ବୃଷ୍ଟିପାତର ୭୦ ପ୍ରତିଶତ କେବଳ ସକ୍ରିୟ ମୌସୁମୀ ଯୋଗୁ ସମ୍ଭବ ହୋଇଥାଏ। ଏଣୁ ଆଗାମୀ ବର୍ଷା ଋତୁ ଲାଗି ଏହି ପୂର୍ବାନୁମାନକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

   Related Posts