Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ସ୍କାଏମେଟ୍‌ର ପୂର୍ବାନୁମାନ, ଦେଶର ୫୫ ପ୍ରତିଶତ ଅଞ୍ଚଳରେ ସ୍ବାଭାବିକଠାରୁ କମ୍ ବୃଷ୍ଟିପାତ ସମ୍ଭାବନା

15/05/2019 at 12:35 PM

ଭୁବନେଶ୍ବର ୧୫|୫: ୪ଟି ଜୋନ୍ କୁ ନେଇ ସ୍କାଏମେଟ୍ ର ପୂର୍ବାନୁମାନ । ସ୍ବାଭାବିକଠାରୁ କମ୍  ବୃଷ୍ଟିପାତ । ଜୁନ୍ ୧ ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତ ଛୁଇଁବ । ଗତ ସପ୍ତାହରେ ଏପରି ଆକଳନ କରିଥିଲା ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍  ।

ସଂସ୍ଥା ପକ୍ଷରୁ ପୁଣିଥରେ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ମେ ୨୨ରେ ମୌସୁମୀ ଆଣ୍ଡାମାନ ନିକୋବର ସ୍ପର୍ଶ କରିବ । ଜୁନ୍ ୪ରେ କେରଳ ଛୁଇଁବ । ତେବେ ଗୋଟିଏ ଦୁଇ ଦିନ ଏପାଖ ସେପାଖ ହୋଇପାରେ ବୋଲି ପୂର୍ବାନୁମାନ କରିଛି ସମ୍ପୃକ୍ତ ସଂସ୍ଥା ।

ଜୋନ୍ ଅନୁଯାୟୀ ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶର ୫୫ ପ୍ରତିଶତ ଅଞ୍ଚଳରେ ସ୍ବାଭାବିକଠାରୁ କମ୍ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ୩୦ ପ୍ରତିଶତ ଅଞ୍ଚଳରେ ସ୍ବାଭାବିକ ଓ ୧୫ ପ୍ରତିଶତ ଅଞ୍ଚଳରେ ଅନାବୃଷ୍ଟି ହେବ । ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ୯୨ ପ୍ରତିଶତ ଲଙ୍ଗ୍ ପିରିୟଡ ଆଭରେଜ୍  ଅର୍ଥାତ୍ ମୌସୁମୀ ସମୟରେ ୧୪୩୮ ମିମି ବର୍ଷା ହେବାର ସମ୍ଭାବନା ରହିଛି । 

   Related Posts