ବାତ୍ୟା ଗଲାପରେ ଲାଲ୍‌ ଗୋଲାପୀ ହୋଇଗଲା ଆକାଶ

Published By : Prameya-News7 Bureau | November 09, 2019 IST

ଭୁବନେଶ୍ୱର ୦୯।୧୧ - ବାତ୍ୟା ବୁଲ୍‌ବୁଲ୍‌ ଓଡିଶା ଉପକୂଳ ଅତିକ୍ରମ କରିବା ପରେ ଅପରାହ୍ନରେ ଏକ ବିରଳ ଦୃଶ୍ୟ ଦେଖାଦେଇଥିଲା। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କର ଆକାଶରେ ମେଘ ରହିଥିଲା ।

{"id":181701}
PHOTO COURTESY -SONI

ଏହା କଳା କିମ୍ବା ଧଳା ରଙ୍ଗର ନୁହଁ ଗୋଲାପୀ ଓ ଲାଲ୍‌ ରଙ୍ଗର । ସୂର୍ଯ୍ୟାସ୍ତ ସମୟରେ ଆକାଶରେ ମେଘ ଥିବାରୁ ସୂର୍ଯ୍ୟସ୍ତ ସମୟର ଲାଲ୍‌ ଆଲୋକ ମେଘ ମଧ୍ୟରେ ପ୍ରତିଫଳନ ଓ ପ୍ରତିସରଣ ହୋଇ ଏପରି ହୋଇଥିବା ଅନେକ ବିଶେଷଜ୍ଞ ମତ ଦେଇଛନ୍ତି ।

{"id":181704}
PHOTO COURTESY- S B MISHRA

ଏହା ଏକ ପ୍ରାକୃତିକ ଘଟଣା । ଅନେକ ଏହାକୁ ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସହ ତୁଳନା କରିଥିଲେ । ଅନେକ ଲୋକ ଏହା ଫଟୋ ଓ ଭିଡିଓ ଉତ୍ତୋଳନ କରି ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ ।

{"id":181705}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.