Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ସମ୍‌ ଅଲ୍ଟିମେଟ୍ ମେଡିକେୟାରରେ ବିରଳ ଅସ୍ତ୍ରୋପଚାର : ନାସାରନ୍ଧ୍ରରୁ ବାହରିଲା ଗଲ୍ଫ ବଲ୍‌ ଆକାରର ଟ୍ୟୁମର୍

3/10/2020 at 5:39 PM

ଭୁବନେଶ୍ୱର ୩।୧୦: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ସ୍କଲ ବେଶ୍‌ ସର୍ଜରୀ ବିଶେଷଜ୍ଞଙ୍କର ବିରଳ ଅସ୍ତ୍ରୋପଚାର । ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କର ନାସାରନ୍ଧ୍ରରୁ ଏକ ଟ୍ୟୁମରକୁ ଆଧୁନିକ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ବାହାର କରାଗଲା । ନାସାରନ୍ଧ୍ରଟି ମସ୍ତିଷ୍କ ସହ ଜଡିତ ଥିବା ବେଳେ ମିନିମାଲ୍‌ ଇନ୍‌ଭାସିଭ୍‌ ମେଥଡ୍‌ ଦ୍ୱାରା ଏହା କରାଯାଇପାରିଛି ।

ପଂଚାନନ ପାଣିଗ୍ରାହୀ ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ନାସାରନ୍ଧ୍ରରେ ଏକ ଟ୍ୟୁମର୍‌ ସୃଷ୍ଟି ହୋଇଥିଲା । ଏହା ଗନ୍ଧ ବାରିପାରୁଥିବା ନର୍ଭ ସହିତ ଜଡିତ ଥିଲା ଯାହାକି ମସ୍ତିଷ୍କ ଭିତରକୁ ଯାଉଥିଲା । ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ଇଏନ୍‌ଟି ଆଣ୍ଡ ସ୍କଲ୍‌ ବେଶ ସର୍ଜରୀ ମୁଖ୍ୟ ଡଃ ରାଧାମାଧବ ସାହୁ ଟ୍ରାନ୍ସ ନାଜାଲ୍‌ ଏଣ୍ଡୋସ୍କୋପିକ୍‌ ଓ ସ୍କଲ୍‌ ବେଶ ସର୍ଜରୀ ଦ୍ୱାରା ଏହି ଟ୍ୟୁମରକୁ ବାହାର କରିବାରେ ସଫଳ ହୋଇଥିଲେ ।

ସଂପୃକ୍ତ ରୋଗୀ ଜଣକଙ୍କ ନାକରୁ ରକ୍ତ ବାହାରୁଥିଲା, ମୁଣ୍ଡ ବିନ୍ଧୁଥିଲା ଏବଂ ସେ ଗନ୍ଧ ମଧ୍ୟ ବାରି ପାରୁନଥିଲେ । ଏହି ସମସ୍ୟା ନେଇ ଚିକିତ୍ସା ନିମନ୍ତେ ସେ ଡଃ ସାହୁଙ୍କ ନିକଟକୁ ଆସିଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ତୁରନ୍ତ ଅପରେସନ୍‌ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି ବିରଳ ପ୍ରକ୍ରିୟାରେ ସଂପୃକ୍ତ ବ୍ୟକ୍ତିଙ୍କ ନାକରୁ ଗଲ୍ଫ ବଲ୍‌ ଆକାରର ଟ୍ୟୁମର୍‌ ଏଣ୍ଡୋସ୍କୋପିକ୍‌ ପ୍ରକ୍ରିୟାରେ ବାହାର କରାଯାଇଥିଲା । ଏହାକୁ ଗ୍ଲୋମାନ୍‌ଜିଓପେରିସାଇଟୋମା ଅଥବା ଜିପିସି ବୋଲି ମଧ୍ୟ କୁହାଯାଏ । ଏହି ଟ୍ୟୁମର ରକ୍ତ ନଳୀରୁ ସୃଷ୍ଟି ହୋଇଥାଏ ଏବଂ ଠିକ୍‌ ଭାବେ ଏହାକୁ କଢ଼ା ନ ଗଲେ ରୋଗୀ ପାଇଁ ଅନେକ ବିପଦ ଦେଖାଦେଇଥାଏ ବୋଲି ଡଃ ସାହୁ କହିଛନ୍ତି ।

ଅଧିକାଂଶ କ୍ଷେତ୍ରରେ ନାକରେ ସୃଷ୍ଟି ହୋଇଥିବା ଟ୍ୟୁମରଗୁଡ଼ିକୁ ଅନୁଧ୍ୟାନ କଲେ ଏହି ଟ୍ୟୁମରର ମାତ୍ରା ମାତ୍ର ୦.୫ ଧ ଅଟେ ବୋଲି ଜଣାପଡିଛି ।

ଡଃ ସାହୁ କହିଛନ୍ତି ଯଦିଓ ପୂର୍ବରୁ ଓପନ୍‌ ଏକ୍ସଟ୍ରା ନାଜାଲ୍‌ ପଦ୍ଧତିରେ ଚିକିତ୍ସା କରାଯାଉଥିଲା ତେବେ ଏହା ଖୁବ୍‌ ବିପଦସଙ୍କୁଳ ଥିଲା । ବର୍ତମାନ ଅତ୍ୟାଧୁନିକ ମିନିମଲ୍‌ ଇନ୍‌ଭାସିଭ୍‌ ଏଣ୍ଡୋସ୍କୋପିକ୍‌ ଚିକିତ୍ସା ଦ୍ୱାରା ଏହାର ଚିତ୍ର ବଦଳିଛି । ବିନା ଦାଗରେ ସର୍ଜରି କରାଯାଉଛି ଏବଂ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇପାରୁଛି । ହାତ ଗଣତି ସ୍କଲ ବେଶ୍‌ ସର୍ଜନ୍‌ଙ୍କ ମଧ୍ୟରେ ଡଃ ସାହୁ ଅନ୍ୟତମ । ସେ ପୂର୍ବରୁ ମଧ୍ୟ ଏଭଳି ଅନେକ ବିରଳ ଅସ୍ତ୍ରୋପଚାର କରିଛନ୍ତି ।

   Related Posts