Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ତ୍ୱଚା ପାଇଁ ଅତ୍ୟନ୍ତ ଗୁଣକାରୀ ହଳଦୀ : ଦୂର କରିଥାଏ ବ୍ରଣ, କଳାଦାଗ ଓ ସନ୍‌ବର୍ଣ୍ଣ

3/10/2020 at 6:37 PM

ଭୁବନେଶ୍ୱର ୦୩/୧୦ : ଦୈନନ୍ଦିନ ଜୀବନଚର୍ଯ୍ୟାରେ ବ୍ୟବହାର ହେଉଥିବା ହଳଦୀର ଅନେକ ଗୁଣ ରହିଛି। ଉଭୟ ସ୍ୱାସ୍ଥ୍ୟ ପାଇଁ ଓ ସୌନ୍ଦର୍ଯ୍ୟ ପାଇଁ ହଳଦୀ ଗୁଣକାରୀ। ପୁରାତନ କାଳରୁ ହଳଦୀକୁ ରୋଷେଇରେ ବ୍ୟବହାର କରିବା ସହ ଅନ୍ୟ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଇ। କିନ୍ତୁ ଯେତେବେଳେ ସୁନ୍ଦରତା କାଠ ଆସେ ହଳଦୀର ମହତ୍ତ୍ୱ ଆହୁରି ବଢିଯାଏ। 

ମୁହଁ ଓ ତ୍ୱଚାର ଚମକ ପାଇଁ ବାହାଘର ସମୟରେ ବର-କନ୍ୟାଙ୍କୁ ହଳଦୀ ଲଗାଯାଇଥାଏ। ହଳଦୀର ଅନ୍ୟାନ୍ୟ ତ୍ୱଚା ସମ୍ବନ୍ଧୀୟ ଲାଭ ମଧ୍ୟ ରହିଛି। ହଳଦୀର ମହତ୍ତ୍ୱ ଏହାର ପ୍ରାକୃତିକ ଗୁଣ ଯୋଗୁଁ ବଢିଯାଏ। ହଳଦୀରେ ଥିବା କରକ୍ୟୁମିନ ସବୁଠାରେ ଆକ୍ଟିଭ ତତ୍ତ୍ୱ ବୋଲି କୁହାଯାଏ। ଏହା ହ୍ୟୁମାନ ସିଷ୍ଟମରେ ହେଉଥିବା ଉତ୍ତେଜନାକୁ ଚାପି ଦେଇଥାଏ। ଉତ୍ତେଜନା ପ୍ରତି ପ୍ରତିକ୍ରିୟା କମ କରିବାରେ ଏବଂ ଅକ୍ସିକରଣ କମ କରାଇବାରେ ହଳଦୀର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି।

ଉତ୍ତେଜନା ପ୍ରତି ପ୍ରତିକ୍ରିୟା ଓ ଅକ୍ସିକରଣ ହ୍ରାସ ପାଇଲେ ଶରୀରର କ୍ଷତ ଶୀଘ୍ର ଭଲ ହୋଇଥାଏ। ସେଥିପାଇଁ କ୍ଷତ ଜାଗାରେ ହଳଦୀ ଲଗାଯାଇଥାଏ। ଗବେଷଣାରୁ ଜଣାପଡିଛି ଯେ ହଳଦୀରେ ଅତି ବାଇଗଣୀ ରଶ୍ମିରୁ ତ୍ୱଚାକୁ ହେଉଥିବା କ୍ଷତିକୁ କମ କରିବାର କ୍ଷମତା ଅଛି। ଏଥିରେ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ରହିଛି। ସେଥିପାଇଁ ଖରାରେ ସିଝି ଯାଇଥିବା ଜାଗାରେ ହଳଦୀ ବ୍ୟବହାର କଲେ ଆଶ୍ବସ୍ତି ମିଳିଥାଏ। ତ୍ୱଚାର ଜ୍ବଳନ ଓ ବ୍ରଣରୁ ଲଢ଼ିବାରେ ହଳଦୀ ବହୁତ ସହାୟକ ହୋଇଥାଏ। ଯେଉଁମାନଙ୍କ ତ୍ୱଚା ଅଧିକ ସମ୍ବେଦନଶୀଳ ସେମାନଙ୍କ ପାଇଁ ହଳଦୀ ବହୁତ ଲାଭଦାୟକ।

   Related Posts