ଆୟୁର୍ବେଦ ଅନୁଯାୟୀ ଏହି ଜିନିଷକୁ ଏକାଠି ଖାଇବା ଦ୍ୱାରା ହୋଇଥାଏ ଆଲର୍ଜି, ଜାଣନ୍ତୁ କ’ଣ କ’ଣ ?

Published By : Prameya-News7 Bureau | April 02, 2021 IST

ଭୁବନେଶ୍ୱର ୦୨/୦୪: କେବଳ ପାଣି ଏବଂ ବାୟୁ ଦ୍ୱାରା ଚର୍ମ ସମସ୍ୟା ଏବଂ ଆଲର୍ଜି ହୋଇନଥାଏ ବରଂ ଏଥିପାଇଁ ଆମର ଖାଇବା ପିଇବା ମଧ୍ୟ ଦାୟୀ ହୋଇଥାଏ । ଆୟୁର୍ବେଦ ଅନୁଯାୟୀ, କିଛି ଜିନିଷ ଅଛି ଯାହାକୁ ଏକାଠି ଖାଇବା ଉଚିତ୍ ନୁହେଁ । ଉଦାହରଣ ସ୍ୱରୂପ, ନନ୍ ଭେଜ୍ ସହିତ କ୍ଷିରରେ ପ୍ରସ୍ତୁତ କୌଣସି ଜିନିଷ ଖାଇବା ଉଚିତ୍ ନୁହେଁ । ତେବେ ଚାଲନ୍ତୁ ଜାଣିବା କେଉଁ ଜିନିଷକୁ ଏକାଠି ଖାଇବା ଉଚିତ୍ ନୁହେଁ…

{"width":646,"height":362}
Food Making and Eating Mukbang Indian Food - YouTube

କ୍ଷୀର ସହିତ ଏହି ଜିନିଷ ଖାଇବା ଅନୁଚିତ୍ :

ବିରି ଡାଲି, ପନୀର, ଅଣ୍ଡା, ମାଂସ

ବିରି ଡାଲି ଖାଇବା ପରେ କ୍ଷୀର ପିଇବା ଉଚିତ୍ ନୁହେଁ । ସବୁଜ ପନିପରିବା ଏବଂ ମୂଳା ଖାଇବା ପରେ ମଧ୍ୟ କ୍ଷୀର ପିଇବା ଉଚିତ୍ ନୁହେଁ । ଅଣ୍ଡା, ମାଂସ ଏବଂ ପନିର ଖାଇବା ପରେ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ୍ । ସେଗୁଡ଼ିକୁ ଏକାଠି ଖାଇବା ଦ୍ୱାରା ହଜମ ହେବାରେ ଅସୁବିଧା ହୋଇଥାଏ ।

ଦହି ସହିତ ଖାଆନ୍ତୁ ନାହିଁ ଏହି ଜିନିଷ :

ଖଟ୍ଟା ଫଳ

ଦହି ସହିତ ବିଶେଷ ଭାବରେ ଖଟା ଫଳ ଖାଇବା ଉଚିତ୍ ନୁହେଁ । ଦହି ଏବଂ ଫଳର ଭିନ୍ନ ଭିନ୍ନ ଏନଜାଇମ୍ ରହିଥାଏ । ତେଣୁ ହଜମ ପକ୍ରିୟାରେ ଅସୁବିଧା ହୋଇଥାଏ ।

ମାଛ

ଦହି ଥଣ୍ଡା ହୋଇଥାଏ ତେଣୁ ଏହାକୁ କୌଣସି ଗରମ ଜିନିଷ ସହିତ ଖାଇବା ଉଚିତ୍ ନୁହେଁ । ମାଛର ସ୍ୱାଦ ଅତ୍ୟନ୍ତ ଗରମ, ତେଣୁ ଏହାକୁ ଦହି ସହିତ ଖାଇବା ଉଚିତ୍ ନୁହେଁ ।

ମହୁ ସହିତ କ’ଣ ଖାଇବା ଉଚିତ୍ ନୁହେଁ :

ମହୁକୁ କେବେ ଗରମ କରି ଖାଇବା ଉଚିତ୍ ନୁହେଁ । ଜ୍ୱର ହୋଇଥିବା ସମୟରେ ମଧ୍ୟ ମହୁ ଖାଇବା ଉଚିତ୍ ନୁହେଁ । ଏହାଦ୍ୱାରା ଶରୀରରେ ପିତ୍ତ ବଢିଇଥାଏ । ମହୁ କିମ୍ବା ଲହୁଣିକୁ ଏକାଠି ଖାଇବା ଉଚିତ୍ ନୁହେଁ । ଘିଅ ଏବଂ ମହୁକୁ ମଧ୍ୟ ଏକାଠି ଖାଇବା ଉଚିତ୍ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.