Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ରୋଗରେ ଛଟପଟ ବାପ ଓ ଝିଅ. ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

15/01/2020 at 9:26 AM

କେନ୍ଦୁଝର ୧୫।୦୧: ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବାପ, ଝିଅ । ଖେଳି ବୁଲିବା ବୟସରେ କୁନି ଝିଅଟି ଦେହରେ ରୋଗ । ଆଉ ବାପାଙ୍କ ଅବସ୍ଥା ସମାନ ।  ଗୋଡ଼ରେ “ଘା” ହେବାରୁ ୧୦ ବର୍ଷଧରି ଶମ୍ବୁନାଥ କାମଦାମ କରି ନ ପାରି ଘରେ ପଡି ରହିଛନ୍ତି । ଏପରି ଘଟଣାଟି କେନ୍ଦୁଝର ଜିଲ୍ଲାର ପାଟଣା ଚିନାମାଳିପଶି ଗାଁର।

ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି କୁନି ଝିଅ ସନ୍ଧ୍ୟାରାଣୀ ।  ଆଜି କି କାଲି ନୁହେଁ ଜନ୍ମରୁ ସାଙ୍ଗରେ ଧରି ଆସିଛି ରୋଗ । ଖେଳି ବୁଲି ଦିନ କାଟିବା ବୟସରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି। ସତେ ଯେମିତି ଦୁଃଖର ପାହାଡ଼ ଖସି ପଡିଛି ଏହି କୋମଳମତି ଶିଶୁ ଉପରେ । ପ୍ରଥମେ ଦେହରେ ଫୁଟୁକା ହେଇ ପରେ ଫୁଟୁକା ଫାଟି ଘା ହେବା ପରେ ଶୁଖି ଚମଡା ଛାଡ଼ୁଛି। ଦୀର୍ଘ ୬ ବର୍ଷ ଧରି ଏପରି ଭାବେ ଯନ୍ତ୍ରଣାରେ ଛଟପଟ ହେଉଛି ସନ୍ଧ୍ୟା । ଅନେକ ଡାକ୍ତର ଦେଖାଇ ନିରାଶ ହୋଇ ପଡିଲେଣି ମା ମଞ୍ଜୁଲତା ।  ଆମେ କହୁଛି କେନ୍ଦୁଝର ପାଟଣା ବ୍ଲକ ଚିନାମାଳିପଶି ଗ୍ରାମର ଶମ୍ବୁନାଥ ପରିବାରଙ୍କ କଥା । ସେପେଟେ ବାପା ଶମ୍ବୁନାଥ ମଧ୍ୟ ଯୁବବସ୍ଥାରେ ବାଡ଼ି ଧରି ଚାଲୁଛନ୍ତି ସିନା ଅନ୍ୟ କିଛି କାମ କରି ପାରୁନାହାନ୍ତି। ଗୋଡ଼ରେ “ଘା” ହେବାରୁ ୧୦ ବର୍ଷଧରି ଶମ୍ବୁନାଥ କାମଦାମ କରି ନ ପାରି ଘରେ ପଡି ରହିଛନ୍ତି ।

ଅସହାୟ ପରିବାରକୁ ସରକାରୀ ସ୍ତରରେ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିପାରୁନି । ଏମିତିକି ସ୍ଥାନୀୟ ସରପଞ୍ଚ ଏ ସମ୍ପର୍କରେ ବ୍ଲକ ରେ ବାରମ୍ବାର କହିଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନଥିବା କହିଛନ୍ତି ସରପଞ୍ଚ । ଏ ସମ୍ପର୍କରେ ପାଟଣା ଭାରପ୍ରାପ୍ତ ଚିକିତ୍ସାଅଧିକାରୀ ଡ଼ଃ ସୁ ପ୍ରକାଶ ଶତପଥୀଙ୍କୁ ଜଣାଇବାରୁ ଇଥାଇପିସ ନାମକ ଏକ ଦୁରାରୋଗ୍ୟରେ ପୀଡିତ ହୋଇଥିବା ସେ କହିଛନ୍ତି । ତେବେ ଏନେଇ ଉପ ଜିଲାପାଳଙ୍କୁ ଶୀଘ୍ର ଏ ସମ୍ପର୍କରେ ଅବଗତ କରାଇ ସ୍ୱତନ୍ତ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି। ଏହି ଅସହାୟ ବାପା ଓ ଝିଅଙ୍କୁ ଏବେ ଦରକାର ସହାୟତା । ତେବେ ଦେଖିବାର ଅଛି କେବେ ସରକାରଙ୍କ ଦୃଷ୍ଟି ଏହି ଅସହାୟ ବାପା, ଝିଅଙ୍କ ଉପରେ ପଡୁଛି ।

   Related Posts