ସ୍ୱାସ୍ଥ୍ୟ ପାଇଁ ଓ ତ୍ୱଚା ପାଇଁ ହିତକର ନିମ୍ବ : ଦୂର ହୋଇଥାଏ ଅନେକ ସମସ୍ୟା, ଜାଣନ୍ତୁ ଦେଶୀ ଉପାୟ

Published By : Prameya-News7 Bureau | October 10, 2020 IST

ଭୁବନେଶ୍ୱର ୧୦/୧୦ : ନିମ୍ବ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ତ୍ୱଚା ପାଇଁ ମଧ୍ୟ ହିତକର। ନିମ୍ବ ପତ୍ର, ଫଳ, ଫୁଲ, ଡାଳ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ। ନିମ୍ବରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି। ଏଥିରେ ଭିଟାମିନ-ସି ମଧ୍ୟ ରହିଛି ଯେଉଁଥିପାଇଁ ତ୍ୱଚା ସମ୍ବନ୍ଧୀୟ ରୋଗ ପାଇଁ ଲାଭଦାୟକ ପ୍ରମାଣିତ ହୋଇଥାଏ। ମୁହଁର ଚିହ୍ନ ଓ ବ୍ରଣ ସଫା କରିବାରେ ନିମ୍ବ ପତ୍ର ବହୁତ ଲାଭଦାୟକ। ଏଥିପାଇଁ କିଛି ପରିମାଣର ନିମ୍ବ ପତ୍ର ଯଥେଷ୍ଟ। ଏଥିପାଇଁ ନିମ୍ବ ପତ୍ରକୁ ଶୁଖାଇ, ଗୁଣ୍ଡ କରି ତାକୁ ଗୋଲାପ ଜଳ କିମ୍ବା ପାଣିରେ ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହି ଉପାୟରେ ମୁହଁରୁ ବ୍ରଣ ଦୂର ହେବା ସହ କଳା ଚିହ୍ନ ମଧ୍ୟ ସଫା ହୋଇଯିବ।

{"id":341862,"sizeSlug":"large"}

ଗୋଟିଏ ଲିଟର ପାଣିରେ ମୁଠାଏ ନିମ୍ବ ପତ୍ର ପକାଇ ଫୁଟାଇ ଦିଅନ୍ତୁ। ପାଣିର ରଙ୍ଗ ସବୁଜ ହୋଇଗଲେ ପାଣିକୁ ଛାଣି ଏକ ବୋତଲରେ ରଖି ଦିଅନ୍ତୁ। ଶୋଇବା ପୂର୍ବରୁ ଏହି ପାଣିକୁ ଟୋନର ଭଳି ମୁହଁ ସଫା କରନ୍ତୁ। ନିୟମିତ ଏହିଭଳି କଲେ କିଛି ଦିନ ପରେ ବ୍ଲାକ ହେଡ୍ସ, ହ୍ୱାଇଟ ହେଡ୍ସ, ଚିହ୍ନ, କଳା ଦାଗ ଆଦି ଦୂର ହୋଇଯିବ।

{"id":341870,"sizeSlug":"large"}

ପ୍ରତିଦିନ ରାତିରେ ନିଜ ମୁହଁରେ ନିମ୍ବ ତେଲ ଲଗାନ୍ତୁ ସକାଳୁ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଖୁବ ଶୀଘ୍ର ଏହାର ସକାରାତ୍ମକ ପରିଣାମ ଦେଖିବାକୁ ପାଇବେ। ଯଦି ନଖରେ ଫଙ୍ଗସ କିମ୍ବା ସଂକ୍ରମଣ ହେଉଥାଏ ତାହେଲେ କିଛି ବୁନ୍ଦା ନିମ୍ବ ତେଲରେ ନଖକୁ ମାଲିସ କରନ୍ତୁ। ନିୟମିତ ଏହି ଉପାୟ କଲେ ଫଙ୍ଗସ ଦୂର ହୋଇଥାଏ।   

{"id":341865,"sizeSlug":"large"}

ଯଦି ଆପଣଙ୍କ ତ୍ୱଚା ସମ୍ବେଦନଶୀଳ ଏବଂ ବ୍ଲାକ ହେଡ୍ସ ସହଜରେ ସଫା ହେଉନାହିଁ ତାହେଲେ କିଛି ବୁନ୍ଦା ନିମ୍ବ ତେଲ ପାଣିରେ ମିଶାଇ ବ୍ଲାକ ହେଡ୍ସରେ ଲଗାନ୍ତୁ। ନିୟମିତ ଏହିଭଳି କଲେ ବ୍ଲାକ ହେଡ୍ସ ସଫା ହୋଇଯିବ ଓ ପୁଣି ହେବନାହିଁ।

ମୁହଁକୁ ଉଜ୍ଜ୍ୱଳ କରିବାରେ ନିମ୍ବର ଉପଯୋଗୀତା:

ମୁହଁକୁ ତାଜା ରଖିବାକୁ ଏବଂ ରଙ୍ଗ ସଫା କରିବାକୁ ନିମ୍ବ ଲାଭଦାୟକ ପ୍ରମାଣିତ ହୋଇଥାଏ। ଏଥିପାଇଁ ନିମ୍ବ ପତ୍ର ଧୋଇ ଶୁଖାଇ ଦେବେ। ଶୁଖିବା ପରେ ତାକୁ ଗୁଣ୍ଡ କରିଦେବେ। ଏହି ଗୁଣ୍ଡରେ ଗୋଲାପ ପାଖୁଡା ଗୁଣ୍ଡ, ଦହି ଓ ଅଳ୍ପ କ୍ଷୀର ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ ଓ ୧୫ ମିନିଟ ପରେ ଧୋଇ ଦିଅନ୍ତୁ। 

{"id":341867,"sizeSlug":"large"}

ଶରୀରରେ କୌଣସି ଜାଗାରେ କ୍ଷତ ହୋଇଥିଲେ, ତାଜା ନିମ୍ବ ପତ୍ରର ଲେପ ତିଆରି କରି କ୍ଷତ ସ୍ଥାନରେ ଲଗାଇଲେ ସଂକ୍ରମଣ ହୋଇନଥାଏ। ଏହାଛଡା କ୍ଷତ ସ୍ଥାନରେ ନିମ୍ବ ତେଲ ଲଗାଇଲେ କ୍ଷତ ମଧ୍ୟ ଶୀଘ୍ର ଭଲ ହୋଇଥାଏ। ନିମ୍ବ ପତ୍ରରେ ରକ୍ତ ସଫା କରିବା ସହ କୁଣ୍ଡିଆ ହେଉଥିଲେ ମଧ୍ୟ ଭଲ କରିଥାଏ। କୁଣ୍ଡିଆ ଭଲ କରିବାକୁ ନିମ୍ବ ପତ୍ରରେ ପ୍ରାକୃତିକ ତତ୍ୱ ରହିଛି। ମାଢିରେ ସଂକ୍ରମଣ ହେଲେ ନିମ୍ବ ପତ୍ର ଫୁଟା ପାଣିରେ କୁଳି କଲେ ଫାଇଦା ମିଳିଥାଏ। କେଶ ଝଡୁଥିଲେ କିମ୍ବା ଶୁଷ୍କ ହୋଇଯାଇଥିଲେ ସାମ୍ପୁ କରିବା ପରେ ନିମ୍ବ ପତ୍ର ଫୁଟା ପାଣି ଥଣ୍ଡା ହେବାପରେ କେଶରେ ପକାଇଲେ କେଶ ମଜବୁତ ହୋଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.