କଳାହାଣ୍ଡି ଜିଲ୍ଲାର ଧର୍ମଗଡରେ ଶୁଭାରମ୍ଭ ହେବ ପ୍ରଥମ କୌଶଳ ବିକାଶ କେନ୍ଦ୍ର

Published By : Prameya-News7 Bureau | September 27, 2018 IST

କଳାହାଣ୍ଡି ୨୭|୯: ଆଜିଠୁ ଓଡିଶାର କଳାହାଣ୍ଡି ଜିଲ୍ଲାର ଧର୍ମଗଡରେ ଶୁଭାରମ୍ଭ ହେବ ପ୍ରଥମ ଶ୍ରୀଶ୍ରୀ କୌଶଳ ବିକାଶ କେନ୍ଦ୍ର । ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ କୌଶଳ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଯୋ।ଜନାରେ ବେକାର ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ ସହ ନିଯୁକ୍ତି ପ୍ରଦାନ କରାଯିବ । ବେକାର ଅଣକୁଶଳୀ ୧ହଜାର ଯୁବକ ଯୁବତୀଙ୍କୁ 5ଟି କ୍ଷେତ୍ରରେ ନିଯୁକ୍ତି ମିଳିବ । ଜୈବିକ କୃଷି ,ସିଲେଇ, ଘରୋଇ ସ୍ବାସ୍ଥ୍ୟ ସହାୟକ ,ପ୍ଲମ୍ବର ,ଇଲେକ୍ଟ୍ରିସିଆନ ତାଲିମ ପ୍ରଦାନ ସହ ନିଯୁକ୍ତି ପ୍ରଦାନ କରାଯିବ । ଧର୍ମଗଡ ଉତ୍ସବ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ କେନ୍ଦ୍ର ପଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥାପକ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.