ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା: ଅପରାଧୀଙ୍କ ସ୍କେଚ୍‌ ତିଆରି କଲା ଖୋର୍ଦ୍ଧା ପୋଲିସ୍‌

Published By : Prameya-News7 Bureau | January 03, 2020 IST

ଖୋର୍ଦ୍ଧା୩/୧: ଖୋର୍ଦ୍ଧାରେ ଶିଶୁ ରୋଗବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ଦାସଙ୍କୁ ଗୁଳିମାଡ଼ ଘଟଣାରେ ଆତତାୟୀର ସ୍କେଚ୍‌ ଜାରି କରିଛି ପୋଲିସ । ପୋଲିସର ୪ଟି ଟିମ୍‌ ଛାନଭିନ୍‌ ଚଳାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅପରାଧୀର ଟେର୍‌ ମିଳୁନି। ୧୯ଦିନ ହେଲା କେବଳ ଅନ୍ଧାରରେ ବାଡ଼ି ବୁଲାଉଥିବା ଖୋର୍ଦ୍ଧା ପୋଲିସ ଶେଷରେ ଅପରାଧୀର ସ୍କେଚ୍‌ ଜାରି କରି ଧରାଇଦେଲେ ପୁରସ୍କାର ଦେବାକୁ ଘୋଷଣା କରିଛି ।

{"id":206319,"sizeSlug":"large"}

୧୫ ଡିସେମ୍ବର, ୨୦୧୯ । ସଂଧ୍ୟା ପ୍ରାୟ ସାଢ଼େ ୬ଟା । ଖୋର୍ଦ୍ଧା ନୂଆ ମେଡିକାଲ ନିକଟରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କ କ୍ଲିନକ୍‌ରେ ପଶି ଅଚାନକ ଗୁଳି ଚଳାଇଥିଲା ଦୁର୍ବୃତ୍ତ । ଯେଉଁଥିରେ ଡାକ୍ତର ମାନସ ଦାସ ଏବଂ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁ ଗୁରୁତର ଭାବେ ଆହତ ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଚିକିତ୍ସାଧୀନ ଅବସ୍ଥାରେ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇଥିଲା । ଘଟଣାର ୧୯ଦିନ ପରେ ସନ୍ଧିଗ୍ଧ ଆତତାୟୀର ସ୍କେଚ୍‌ ଜାରି କରିଛି ଖୋର୍ଦ୍ଧା ପୋଲିସ । କେହି ଯଦି ଦୁର୍ବୃତ୍ତର ସଂଧାନ ଦିଅନ୍ତି ତାହେଲେ ତାଙ୍କର ପରିଚୟ ଗୋପନ ରଖିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଛନ୍ତି ଖୋର୍ଦ୍ଧା ଏସପି ।

{"id":206320,"sizeSlug":"large"}

ଖୋର୍ଦ୍ଧା ସହରର ଏକ ଜନଗହଳିପୂର୍ଣ୍ଣ ଅଂଚଳରେ ଏକ କ୍ଲିନିକ୍‌ରେ ପଶି ଜଣେ ଦୁର୍ବୃତ୍ତ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଗୁଳି ଚଳାଉଛି । ଜଣେ ଔଷଧ ଦୋକାନୀ ମଧ୍ୟ ଦୁର୍ବୃତ୍ତର ଗୁଳିମାଡ଼ର ଶିକାର ହେଉଛନ୍ତି । ଆଉ ଉଭୟଙ୍କୁ ଗୁଳିମାଡ଼ କରି ବିନ୍ଦାସ ଖସିଯାଉଛି ଦୁର୍ବୃତ୍ତ । କ୍ଲିନିକ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ଦୁର୍ବୃତ୍ତର ସାରା କାରନାମା କଏଦ ହେଉଛି । ଖବର ପାଇ ପୋଲିସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରୁଛି ତନାଘନା ।

{"id":206321,"sizeSlug":"large"}

 ୪ଟି ଟିମ୍‌ ଗଠନ କରି ବିଭିନ୍ନ ଦିଗକୁ ନେଇ ଆରମ୍ଭ ହେଉଛି ତଦନ୍ତ । ଆଉ ୨ଦିନ ପରେ କୌଣସି ଦୁର୍ବୃତ୍ତ ଜଣେ ସୁପାରୀ କିଲର ଅନୁମାନ କରୁଛି ପୋଲିସ । ହେଲେ ୧୯ଦିନର ଛାନଭିନ୍‌ ପରେ ବି ପୋଲିସ ହାତକୁ ଆସୁନି ଅପରାଧୀ। ଶେଷରେ ଅପରାଧୀର ସ୍କେଚ୍‌ ଜାରି କରି ଜନସାଧାରଣଙ୍କୁ ଧରାଇଦେବାକୁ ଅପିଲ୍‌ କରୁଛି ପୋଲିସ । ଅପରାଧୀର ଗୁଳିମାଡ଼ରେ ଔଷଧ ଦୋକାନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରୁଛନ୍ତି ଡାକ୍ତର ମାନସ ଦାସ । ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ ପୋଲିସକୁ ୭ଦିନର ମହଲତ ଦେଇଥିବା ବେଳେ ୧୯ଦିନ ପରେ ବି ହତ୍ୟାକାରୀକୁ ଧରିବାରେ ନାକାମ୍‌ ପୋଲିସ ନିଜର ଫେସ୍‌ ସେଭିଂ ପାଇଁ ପ୍ରେସମିଟ୍‌ କରି ସ୍କେଚ୍‌ ଜାରିର ବାହାନା ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.