ପୁରୀ ବେଳାଭୂମୀରୁ ମିଳିଥିବା ନର କଂକାଳର ମିଲିଲା ପରିଚୟ
Published By : Prameya-News7 Bureau | September 16, 2018 IST
ପୁରୀ୧୬|୯: ପୁରୀ ବେଳାଭୂମିରୁ ମିଳିଥିବା ନରକଂକାଳ ଚିହ୍ନଟ ହୋଇଛି। ଏହି ନରକଙ୍କାଳଟି ଭୁବନେଶ୍ବର ଚନ୍ଦ୍ରଶେଖରପୁରର ମାନସ ଦାଶଙ୍କର ବୋଲି ଚିହ୍ନଟ ହୋଇଛି । କଙ୍କାଳରେ ଥିବା ପ୍ୟାଣ୍ଟ ସାର୍ଟରୁ ଏହା ମାନସଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ତେବେ କିଏ କାହିଁକି ମାନସଙ୍କୁ ହତ୍ୟା କଲା ? ହତ୍ୟା ପଛର କାରଣ କ’ଣ ? କେଉଁମାନଙ୍କ ସହ ମାନସଙ୍କର ଶତ୍ରୁତ ଥିଲା ? ମେରାଇନ୍ ଡ୍ରାଇଭ୍ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଏସବୁର ଛାନଭିନ୍ ଚଳାଇଛି ।
ରାଜଧାନୀର ଏକ ଘରୋଇ ହସପିଟାଲରେ କାର୍ଯ୍ୟ କରୁଥିଲେ ମାନସ । ଅଗଷ୍ଟ ୨୮ରେ ଅଫିସ କାମରେ ଯାଇଥିଲେ ପୁରୀ । ୨୯ ରୁ ତାଙ୍କ ଫୋନ୍ ନଟ୍ ରିଚେବୁଲ ରହିଥିଲା । ଖୋଜ୍ ଖବର ନମିଳିବାରୁ ବାପା ବିମଳ ଦାଶ ପୁଅର ନିଖୋଜ ନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶନିବାର ପୁରୀ ମେରାଇନ୍ ଥାନା ପୋଲିସ ସହାୟତାରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ସୈକତ୍ ନିବାସ ପଛପଟ ବେଳାଭୂମିରୁ ନରକଙ୍କାଳ ଜବତ କରିଛି । ଯାହା ମାନସଙ୍କର ବୋଲି ଚିହ୍ନଟ କରାଯାଇଛି । ମୋବାଇଲ ଟ୍ରାକ୍ କରି ପୋଲିସ ପୁରୀ ବାଲିଘାଟର ୨ ଜଣ ଯୁବକଙ୍କୁ ପଚରାଉଚରା ଚଳାଇଛି ।
କିଛିଦିନ ତଳେ ମଣିଷ ଖପୁରୀ ମିଳିବା ଘଟଣା ମନରୁ ନଲିଭୁଣୁ ଏବେ ମିଳିଛି ନର କଙ୍କାଳ। ଯାହାକୁ ନେଇ ନେଇ ପୋଲିସର ମୁଣ୍ଡ ବିନ୍ଧା ବଢ଼ିଛି।