Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ଜମନକିରା ଜଂଗଲରେ ମହିଳାଙ୍କ କଂକାଳ, ପାଖରେ ପଡିଛି ସମ୍ବଲପୁରୀ ଶାଢୀ, ବ୍ଲାଉଜ ଓ ସାୟା

15/07/2019 at 8:06 PM

କୁଚିଣ୍ଡା୧୫|୭: କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ଲେଦିମହୁଲ ସଂରକ୍ଷିତ ଜଙ୍ଗଲ ଡୁଙ୍ଗାପଥର ନିକଟ ଏକ ନାଳ ପାଶ୍ବରେ ଜଣେ ମହିଳାଙ୍କ କଙ୍କାଳ ଠାବ କରାଯାଇଛି । ମହିଳାଙ୍କୁ ହତ୍ୟା କରାଯାଇଥିବା  ସନ୍ଧେହ କରାଯାଉଛି । ପ୍ରାୟ ଦେଢମାସରୁ ଉର୍ଦ୍ଧ୍ବ ହେବ ନିକଟସ୍ଥ ଗ୍ରାମର କିଛି ଛେଳି ଜଗୁଆଳ ସେଠାରେ ଏକ ଶବ ପଡିଥିବା ଦେଖିବାକୁ ପାଇଥିଲେ । ମାତ୍ର ଭୟରେ ଏ ସଂପର୍କରେ ପ୍ରକାଶ କରିନଥିଲେ ।

ତେବେ ଧୀରେ ଧୀରେ ଏହି ଖବର ପ୍ରଘଟ ହୋଇଥିଲା । ମହିଳାଙ୍କ କଙ୍କାଳ ଇତଃସ୍ଥତଃ ଭାବରେ ପଡିଥିବା ବଳେ ନିକଟରେ ଏକ ସମ୍ବଲପୁରୀ ଶାଢୀ,ସାୟା ଓ ବ୍ଲାଉଜ ପଡିଛି । ତବେ ଘଟଣା ସ୍ଥଳରୁ ମହିଳାଙ୍କ ମୁଣ୍ଡ ଖପୁରୀ, ପିରା ହାଡ ଆଦି ମିଳିପାରି ନାହିଁ । ନାଳର ବର୍ଷ। ପାଣିରେ ତାହା ଧୋଇ ହୋଇଯାଇଥିବା ଅଥବା ଜଙ୍ଗଳି ଜନ୍ତୁ ଟାଣି ଓଟାରି ଅନ୍ୟତ୍ର ନେଇଯାଇଥିବା ଅନୁମାନ କରାଯାଉଛି ।

 ଦୁର୍ଗମ ଜଙ୍ଗଲ ମଧ୍ୟରେ ମହିଳାଙ୍କ ହାଡ କଙ୍କାଳ ଠାବ ହତ୍ୟା ସନ୍ଧେହ କରାଯାଉଥିବା ବେଳେ ଏନେଇ କୈ।ଣସି ତଦନ୍ତ ଆରମ୍ଭ ହୋଇ ନାହିଁ ।   

   Related Posts