Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ନଵବଧୂଙ୍କ କଂକାଳ ଜଙ୍ଗଲରୁ ଉଦ୍ଧାର , ସ୍ବାମୀ ହତ୍ୟା କରି ଫିଙ୍ଗି ଦେଇଥିଲା

29/10/2019 at 7:16 PM

ଭଞ୍ଜନଗର୨୯|୧୦: ନଵବଧୂଙ୍କ ଗଳିତ ଶବ ଜଙ୍ଗଲରୁ ଉଦ୍ଧାର । ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ କିରିଅମ୍ବା ଜଙ୍ଗଲରେ ଜଣେ ନବବଧୁର ଗଳିତ ଶବକୁ ତାରସିଙ୍ଗି ପୋଲିସ ଉଦ୍ଧାର କରିଛି। ନଵବଧୂ ଶୁଭ ଶ୍ରୀ ଗୌଡ଼ ବୁଗୁଡା଼ ପାଣିକେଶର ଗ୍ରାମର ।

ସେ ଦୁଇ ମାସ ତଳେ ଭଗବାନପୁର ଗ୍ରାମର ଯୁବକ ଶରତ ଗୌଡ଼ଙ୍କୁ ବିବାହ କରିଥିଲେ । ବିବାହପରେ ସ୍ବାମୀ ସ୍ତ୍ରୀ ଭୁବନେଶ୍ବର ସାଲିଆ ସାହିରେ ରହୁଥିଲେ । ତେବେ ବିବାହ ପରଠାରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ସ୍ବାମୀକୁ ସ୍ତ୍ରୀ ପସନ୍ଦ କରୁନଥିଲା । ସଏପରିକି ସେମାନଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ମଧ୍ୟ ନଥିଲା । ଫଳରେ ଗତ ଜୁନ ୭ତାରିଖରେ ନିଜ ଗାଁକୁ ଯାଇ ଭୁବନେଶ୍ବର ଫେରିବା ରାସ୍ତାରେ କ୍ଲଚ ୱାୟାରରେ ସ୍ତ୍ରୀର ତଣ୍ଟି ଚିପି ସ୍ବାମୀହତ୍ୟା କରିବା ପରେ ଅଖାରେ ପୂରାଇ ଏହି ଜଙ୍ଗଲେ ଫିଙ୍ଗି ଦେଇଥିଲା। କିନ୍ତୁ କିଛି ଦିନ ହେଲା ଝିଅର  ପତା ନମିଳିବାରୁ ଝିଅର ପରିବାର ଚିନ୍ତିତ ଥିଲେ । ଝିଅର କୌଣସି ସୂଚନା ନମିଳିବାରୁ ନବ ବଧୂଙ୍କ ବାପଘର ଲୋକେ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୋଲିସ ସ୍ବାମୀ ଶରତ ଗୌଡକୁ ଅଟକ ରଖି ଜେରା କରିବାବେଳେ ସେ ସମସ୍ତ ଖତା ମାନି ଯାଇଥିଲା । ଆଜି ଶବ ଫିଙ୍ଗିଥିବା ଯାଗା ପୋଲିସକୁ ଦେଖାଇଥିଲା । ପୋଲିସ ଶବର କିଛି ଅଂଶ ଜବତ କରିବା ସହ ଶରତ ଗୌଡକୁ ଗିରଫ କରିଛି । ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ବୁଗୁଡା ଥାନା ଆଇଆଇସି କହିଛନ୍ତି ।

   Related Posts