ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ନର କଙ୍କାଳ ଉଦ୍ଧାର

Published By : Prameya-News7 Bureau | July 21, 2019 IST

ଖୋର୍ଦ୍ଧା ୨୧|୭: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଇଭିଏମ ଷ୍ଟ୍ରଙ୍ଗ ରୁମ୍ ସମ୍ମୁଖରୁ ଏକ ନାଳରୁ ନର କଙ୍କାଳ ଉଦ୍ଧାର ହୋଇଛି । କଙ୍କାଳକୁ ଉଦ୍ଧାର କରିଛି ଆଦର୍ଶ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଇଭିଏମ ଷ୍ଟ୍ରଙ୍ଗ ରୁମ୍ ସମ୍ମୁଖରୁ ଏକ ନାଳରେ ନର କଙ୍କାଳ ପଡିଥିବାର ସାଧାରଣ ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି କଙ୍କାଳକୁ ଜବତ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଏଫଏମଟି ପରେ ସ୍ପଷ୍ଟ ହେବ ତାହା ପୁରୁଷ ନା ମହିଳାର କଙ୍କାଳ । ତେବେ କିଏ ଏବଂ କାହିଁକି ଏହାକୁ ଏଠାରେ ଫିଙ୍ଗିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସର ତଦନ୍ତ ପରେ ତାହା କାହାର କଙ୍କାଳ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.