ମହିଳାଙ୍କ ଖପୁରୀ-ହାଡ଼ ଜବତ ; ନିକଟରେ ପଡିଛି ମଙ୍ଗଳସୂତ୍ର-ବ୍ୟାଗ୍‌-ସିମ୍‌

Published By : Prameya-News7 Bureau | November 16, 2020 IST

ରଙ୍ଗେଇଲୁଣ୍ଡା ୧୬।୧୧: ଜଙ୍ଗଲରୁ ମିଳିଲା ମହିଳାଙ୍କ କଙ୍କାଳ । ଗଞ୍ଜାମ ଜିଲ୍ଲା ଶାସନ ପଦର ଓ ମନ୍ତ୍ରୀଡି ଜଙ୍ଗଲରୁ ଏକ କଙ୍କାଳ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସକୁ ମିଳିଥିବା କଙ୍କାଳର କିଛି ଅଂଶ ଯେପରି ଖପୁରି ଓ ହାଡ ମିଳିଛି । ପୋଲିସ ସମସ୍ତ ସାମଗ୍ରୀକୁ ଜବତ କରି ଫରେନସିକ୍‌ ବିଭାଗକୁ ପଠାଇଛି ।  

ଗଞ୍ଜାମ ଜିଲ୍ଲା ଶାସନ ପଦର ଓ ମନ୍ତ୍ରୀଡି ଗାଁର ମଧ୍ୟରେ ଥିବା ଏକ ଜଙ୍ଗଲରୁ ପୋଲିସକୁ ଏକ କଙ୍କାଳ ମିଳିଛି । ପୋଲିସକୁ କଙ୍କାଳର କିଛି ଅଂଶ ଯେପରି ଖପୁରୀ ଓ ହାଡ଼ ମିଳିଛି । କଙ୍କାଳ ପଡିଥିବା ସ୍ଥାନ ନିକଟରେ ମହିଳାଙ୍କ ବ୍ୟବହୃତ କପଡ଼ା ସହିତ ଏକ ଲମ୍ଭା ବାଳ, ଏକ ଗ୍ୟାଗ୍‌, ମଙ୍ଗଳସୁତ୍ର, ମୋବାଇଲ୍‌ ସିମ୍ କାର୍ଡ, ନେଲ୍‌ପଲିସ୍‌ ଆଦି ଜବତ ହୋଇଛି ।

ତେବେ କଙ୍ଗାଳ ମିଳିଥିବା ପାରିପାଶ୍ୱିର୍କ ସ୍ଥିତିକୁ ଦେଖି , ମିଳିଥିବା କଙ୍କାଳଟି ଜଣେ ମହିଳାଙ୍କ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।  ସେହିପରି ପୋଲିସ ଜବତ କରିଥିବା ମୁଣ୍ଡ ଓ ହାଡ଼କୁ ଫରେନ୍‌ସିକ୍‌ ବିଭାଗକୁ ପଠାଇଛି । ଘଟଣାରେ  ତଦନ୍ତ ଚାଲୁ ରହିଥିବା ଆଇଆଇସି କ ସୂଚନା ଦେଇଛନ୍ତି । ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି କହିଛନ୍ତି ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହା ୫ ରୁ ୬ ମାସ ତଳର ମୃତଦେହ । ତେବେ କେଉଁ ପରିସ୍ଥିତିରେ ରାସ୍ତା ଠାରୁ ୬୦ ଫୁଟ୍‌ ଦୂର ଏକ ଜଙ୍ଗଲ ଭିତରେ ମହିଳାଙ୍କ ମୃତଦେହ ପଡିରହିଲା । ଆଉ ଏତେ ଦିନ ପର୍ଯ୍ୟନ୍ତ ମୃତଦେହ ପଡିରହିବା ଏବଂ ତାହାକୁ କେହି ନଜାଣିବା ନେଇ ପ୍ରଶ୍ନବାଚୀ ସୃଷ୍ଟ କରିଛି । ମହିଳାଙ୍କୁ କିଏ ଓ କାହିଁକି ଏପରି ହତ୍ୟା କରି ଫିଙ୍ଗି ଦେଇଛି । ତାହା ତଦନ୍ତ ପରେ ଜଣାପଡିବ । ନା ଏହା ପଛରେ ଆଉ କିଛି କାରଣ ଅଛି , ତାହା ଆଗାମୀ ଦିନରେ ଜଣାପଡିବ ।

ସୂଚନାଯୋଗ୍ୟ ଯେ, ଛଅ ମାସ ତଳେ ଜଣେ ମହିଳାଙ୍କ ମୃତଦେହକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଟାମଣା ଘାଟିର ଏକ କଲଭର୍ଟ ତଳୁ ଉଦ୍ଧାର ହୋଇଥିଲା । ପୁଲିସ ଘଟଣାସ୍ଥଳରୁ ପାଉଁଶ ସହ ହାଡ଼ ଏବଂ ରୂପା ପାଉଁଜି ଜବତ କରିଥିଲା । ତେବେ ଘଟଣାର ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ଚାଲୁ ରହିଥିବା ସତ୍ତେ୍ୱ ପର୍ଦ୍ଦାଫାସ୍‌ ହୋଇପାରିନି । ଏବେ ପୁଣି  ଆଉ ଏକ ସନ୍ଦେହଜନକ ଅବସ୍ଥାରେ ଜଣେ ମହିଳାଙ୍କ କଙ୍କାଳ ମିଳିବା ପଛରେ କୌଣସି ଲିଙ୍କ୍‌ ରହିଛି କି ବୋଲି ପ୍ରଶ୍ନ ଉଠୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.