Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ

1/12/2021 at 1:46 PM

ସାନଖେମୁଣ୍ଡି ୧।୧୨: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ସାଇବବଗଡ଼ ମାଧିଆପଲ୍ଲୀ ରାସ୍ତାର ଏକ ଧାନ ବିଲରେ ନରକଙ୍କାଳ ପଡିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳର କିଛି ଲୋକ ବିଲକୁ ଧାନ କାଟିବାକୁ ଯିବା ବେଳେ ଏହି ନରକଙ୍କାଳ ଦେଖିବାକୁ ପାଇଥିଲେ । ତେବେ କାହାର ଏହି ନରକଙ୍କାଳ ? କେମିତି ଏଠାକୁ ଆସିଲା ? ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ଖବର ମିଳିବା ବେଳକୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ଭେଟନଇ ଗ୍ରାମ ୭୦ ବର୍ଷ ବୟସ୍କ ବୃଦ୍ଧ ହରି ଗୌଡ଼ ଦୁଇ ମାସ ତଳୁ ନିଖୋଜ ହୋଇଥିବାରୁ ତାଙ୍କ ନରକଙ୍କାଳ ହୋଇଥିବା ପରିବାର ଲୋକେ ଆଶଙ୍କା କରୁଛନ୍ତି। କଙ୍କାଳ ପାଖରେ ପଡିଥିବା ଜୋତା, ବାଡ଼ି ଓ ପୋଷାକ ଦେଖି ପରିବାର ଲୋକ ତାଙ୍କ ବାପା ବୋଲି କହୁଛନ୍ତି। ହରିଙ୍କ ପୁଅ ଦୀପକ ଗୌଡ଼ଙ୍କ କହିବା ମୁତାବକ ତାଙ୍କ ବାପା ନିଖୋଜ ହୋଇଥିବା ଘଟଣା ବିଷୟରେ ପୋଲିସ ଥାନାରେ ମଧ୍ୟ ଜଣାଇ ଥିଲେ। ଏବେ ପୋଲିସକୁ ଖବର ଦିଆଯାଇଛି ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପରିବାର ପକ୍ଷରୁ କହିଛନ୍ତି ।

   Related Posts